ସୁବେଦାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

Advertisment
ଅପହରଣ ଓ ଦୁଷ୍କର୍ମର ମାସକ ପରେ ଅପହର୍ତ୍ତାଙ୍କ କବଳରୁ ମୁକ୍ତହେଲେ ନାବାଳିକା ପୀଡ଼ିତା !

The Statesman

ଭୁବନେଶ୍ବର: ଗୋଟିଏ ପଟେ କରୋନା ଯୁଦ୍ଧରେ ପୁଲିସ୍‌ ପ୍ରଶଂସା ସାଉଁଟୁଥିବା ବେଳେ କିଛି କର୍ମଚାରୀଙ୍କ କୁକର୍ମ ପାଇଁ ପୂରା ବିଭାଗକୁ କଳଙ୍କ ମୁଣ୍ଡାଇବାକୁ ପଡ଼ୁଛି। ଏବେ ଜଣେ ସୁବେଦାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି। ପୀଡ଼ିତା ଏ ସମ୍ପର୍କରେ ଆଜି ରାତିରେ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗକୁ ଗ୍ରହଣ କରିବା ସହ ସମ୍ପୃକ୍ତ ଯୁବତୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଛି। ଘଟଣାକୁ ଚପାଇବା ଲାଗି ଯଥାସମ୍ଭବ ଉଦ୍ୟମ କରିଛି ପୁଲିସ। ଯୁବତୀଜଣଙ୍କ ଅଭିଯୋଗ କରିବା ଲାଗି ପ୍ରଥମେ କ୍ୟାପିଟାଲ ଥାନାରେ ପହଞ୍ଚିଥିଲେ। କ୍ୟାପିଟାଲ ଥାନା ପୁଲିସ୍‌ ତାଙ୍କୁ ମହିଳା ଥାନାକୁ ପଠାଇଥିଲା। ମହିଳା ଥାନା ପୁଲିସ ପୁଣି ଯୁବତୀଙ୍କୁ କ୍ୟାପିଟାଲ ଥାନାକୁ ପଠାଇବା ପରେ ଅଭିଯୋଗ ଗ୍ରହଣ କରିଥିଲା ପୁଲିସ।

ସୂଚନା ଅନୁସାରେ, ଯୁବତୀଜଣଙ୍କ ଆଚାର୍ଯ୍ୟ ବିହାର ଅଞ୍ଚଳରେ ରୁହନ୍ତି। ଗତକାଲି ଏକ ଅଟୋରେ ୟୁନିଟ୍-୧ ଆସୁଥିଲେ। ସେହି ଅଟୋରେ ଜଣେ ସୁବେଦାର ଆସୁଥିଲେ। ଉଭୟଙ୍କ ମଧ୍ୟରେ ଚିହ୍ନା ପରିଚୟ ହୋଇଥିଲା। ପରେ ସୁବେଦାରଜଣଙ୍କ ଯୁବତୀଙ୍କୁ ୟୁନିଟ୍-୧ସ୍ଥିତ ସରକାରୀ କ୍ବାର୍ଟର୍ସକୁ ନେଇ ସେଠାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ କ୍ୟାପିଟାଲ ଥାନା ପୁଲିସ୍‌ ଏ ସମ୍ପର୍କରେ କିଛି କହିବାକୁ ମନା କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe