ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଗାଡ଼ି ଚାଳକ ଗିରଫ

Advertisment
ମନ୍ଦିରରୁ ଲାଇଟ୍‌ ଚୋରି ବେଳେ ଜଣେ ଗିରଫ

India Today

ଚନ୍ଦ୍ରଶେଖରପୁର: ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଜଣେ ଯୁବକକୁ ଗିରଫ କରିଛି। ଯୁବକ ଜଣକ ଏଠାରେ ଏକ କମ୍ପାନିର ଗାଡ଼ି ଚାଳକ ଭାବେ କାର୍ଯ୍ୟ କରୁଥିଲା। ତା’ ଘର ଫୁଲବାଣୀ ଅଞ୍ଚଳରେ ହୋଇଥିବା ବେଳେ ସେ ଚନ୍ଦ୍ରଶେଖରପୁର ଲୁମ୍ବିନି ବିହାର ନିକଟ ଏକ ଆଦିବାସୀ ବସ୍ତିରେ ରହୁଥିଲା। ଗତକାଲି ବିଳମ୍ବିତ ରାତିରେ ସେ ନିକଟସ୍ଥ ବସ୍ତିର ଜଣ‌େ ୧୨ବର୍ଷର ନାବାଳିକାଙ୍କୁ ଘରୁ ଟେକିଆଣି ନିଜ ଘରେ ଦୁଷ୍କର୍ମ କରିଥିବା ପୁଲିସ୍ ଆଗରେ ମାନିଛି। ଏସବୁ ସେ ନିଶାସକ୍ତ ଅବସ୍ଥାରେ କରିଥିବା କହିଛି। ନାବାଳିକା ଜଣକ ଚିତ୍କାର କରିବାରୁ ପରିବାର ଲୋକେ ଅଭିଯୁକ୍ତ ଯୁବକର ଘର କବାଟ ଭାଙ୍ଗି ନାବାଳିକାକୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ବସ୍ତି ବାସିନ୍ଦାଙ୍କୁ ଡାକି ଯୁବକକୁ ଧରି ପୁଲିସ୍‌କୁ ସୂଚନା ଦେଇଥିଲେ। ମାତ୍ର ଅଭିଯୁକ୍ତ ଫେରାର ହୋଇଯାଇଥିବା ବ‌େଳେ ଆଜି ସକାଳେ ପୁଲିସ ତାକୁ ଗିରଫ କରି ଥାନାରେ ଅଟକ ରଖିଛି। ଅପରପକ୍ଷରେ ପୁଲିସ ନାବାଳିକାର ଡାକ୍ତରୀମାଇନା କରାଇ ଦୁଷ୍କର୍ମ ହୋଇଥିବା ପ୍ରମାଣ ପାଇବା ପରେ ଯୁବକ ବିରୋଧରେ ମାମଲା ରୁଜୁ କରିଛି। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଚନ୍ଦ୍ରଶେଖରପୁର ଥାନା ଆଇଆଇସି ବିଶ୍ବରଂଜନ ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe