ଭୁବନେଶ୍ବର: ନାବାଳିକା ଅଭିନେତ୍ରୀଙ୍କୁ ଆଲବମ୍ ସୁଟିଂ କରିବାକୁ ଡାକି ଘରେ ଗୋଡ଼ହାତ ବାନ୍ଧି ରାତି ସାରା ଦୁଷ୍କର୍ମ ଏବଂ ଏହାକୁ ରେକର୍ଡିଂ କରିବା ଘଟଣାକୁ ୪ଦିନ ବିତିଥିବା ବେଳେ ଅଭିଯୋଗକୁ ୭୨ଘଣ୍ଟା ପୂରିଛି। ମାତ୍ର ଏପର୍ଯ୍ୟନ୍ତ ଭରତପୁର ପୁଲିସ ଜଣେ ହେଲେ ବି ଅଭିଯୁକ୍ତଙ୍କୁ ଧରି ପାରିନଥିବା ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅଭିଯୁକ୍ତଙ୍କୁ ଧରିବା ପାଇଁ କେବଳ ଭରତପୁର ଥାନା ପୁଲିସ ନୁହେଁ, ସ୍ପେସାଲ୍ ସ୍କ୍ବାଡ୍, ମହିଳା ଥାନା ପୁଲିସ ସମେତ ଏକାଧିକ ବରିଷ୍ଠ ପୁଲିସ କର୍ମଚାରୀ ଯଥାସମ୍ଭବ ଉଦ୍ୟମ କରୁଛନ୍ତି। ମାତ୍ର ଘଟଣାର ୪ ଦିନ ପରେ ବି ପୁଲିସ ଅଭିଯୁକ୍ତ ବାବଦରେ ଟେର୍ ନ ପାଇବା ପୁଲିସର ଦକ୍ଷତା ଉପରେ ଆଙ୍ଗୁଳି ଉଠିଛି।
ଅପରପକ୍ଷେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଭରତପୁର ବସ୍ତିରୁ ଆରମ୍ଭ କରି ତା’ ଗାଁରେ ଓ ସଂପର୍କୀୟଙ୍କ ଘରେ ଘନଘନ ଚଢ଼ଉ କରୁଛି। ମାତ୍ର ପୁଲିସ ଅଭିଯୁକ୍ତର ସନ୍ଧାନ ପାଉନାହିଁ। ଅପରପକ୍ଷେ ଆସନ୍ତାକାଲି କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ। ମହିଳା ମାଜିଷ୍ଟ୍ରେଟ୍ଙ୍କ ପାଖରେ କେବଳ ପୀଡ଼ିତା ଉପସ୍ଥିତ ରହିବେ। ବୟାନ ରେକର୍ଡ ପରେ ପ୍ରାଥମିକ ଆଇନଗତ ପ୍ରକ୍ରିୟା ଶେଷ ହେବ।
Follow Us