ଆସ୍ପାୟର ହସ୍ପିଟାଲରେ ବିରଳ କ୍ୟାନ୍‌ସର ଅସ୍ତ୍ରୋପଚାର

Advertisment
ଆସ୍ପାୟର ହସ୍ପିଟାଲରେ ବିରଳ କ୍ୟାନ୍‌ସର ଅସ୍ତ୍ରୋପଚାର

ଭୁବନେଶ୍ୱର: ସ୍ଥାନୀୟ ଗଙ୍ଗନଗରସ୍ଥିତ ଆସ୍ପାୟର ହସ୍ପିଟାଲରେ ଏକ ବିରଳ କ୍ୟାନ୍‌ସର ଅସ୍ତ୍ରୋପଚାର ସଫଳ ହୋଇଛି। ଜଣେ ୬୭ ବର୍ଷୀୟ ବୃଦ୍ଧଙ୍କର ଗତକାଲି ଏହି ଅସ୍ତ୍ରୋପଚାର ହୋଇଛି। ୩ ଜଣ ଡାକ୍ତରଙ୍କ ସମେତ ୮ ଜଣ କର୍ମଚାରୀ ଦୀର୍ଘ ୧୨ ଘଣ୍ଟା ଧରି ପରିଶ୍ରମ କରି ଏହି ଅସ୍ତ୍ରୋପଚାରକୁ ସଫଳ କରିଛନ୍ତି।

ସୂଚନା ଅନୁସାରେ କିଛି ଦିନ ତଳେ ଜଣେ ବୃଦ୍ଧ ବ୍ୟକ୍ତି ଆପେଣ୍ଡିକ୍ସ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ସଙ୍କଟାପନ୍ନ ହୋଇଥିବାରୁ ସଙ୍ଗେ ସଙ୍ଗେ ଆପେଣ୍ଡିକ୍ସ ସର୍ଜରି କରାଯାଇଥିଲା। ପରେ ପରୀକ୍ଷା କରାଯିବାରୁ ବୃଦ୍ଧାଙ୍କ ପେଟରେ କ୍ୟାନ୍‌ସର ଭୂତାଣୁ ଥିବା ଜଣାପଡ଼ିଥିଲା।

ଭୂତାଣୁ ପେଟର ସବୁ ଭାଗକୁ ଖେଳେଇ ହୋଇ ଯାଇଥିଲେ। ଏହି ଏଚଆଇପିଇସି କ୍ୟାନ୍‌ସର ଏକ ଜଟିଳ ଅସ୍ତ୍ରୋପଚାର। ଓଡ଼ିଶାରେ ଏଭଳି ଅସ୍ତ୍ରୋପଚାର ପୂର୍ବରୁ କେବେ ହୋଇନଥିବା ଅସ୍ତ୍ରୋପଚାର କରିଥିବା ଡାକ୍ତର ଅମିତାଭ ଜେନା କହିଛନ୍ତି। ଅସ୍ତ୍ରୋପଚାରରେ ଡାକ୍ତର ସୁଦୀପ୍ତ କୁମାର ସ୍ବାଇଁଙ୍କୁ ଡାକ୍ତର ଅମିତାଭ ଜେନା, ଡାକ୍ତର ବିରଞ୍ଚି ପ୍ରମୁଖ ସହଯୋଗ କରିଥିଲେ। ଏହି ସଫଳତା ପାଇଁ ଡାକ୍ତର ସ୍ବାଇଁ ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ରୋଗୀ ଜଣକ ବର୍ତ୍ତମାନ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe