ଏମ୍ସରେ ବିରଳ ହୃଦରୋଗ ଅସ୍ତ୍ରୋପଚାର

Advertisment

ଉଚ୍ଚ ରକ୍ତଚାପରୁ ମୁକ୍ତ ହେଲେ ରୋଗୀ, ‘ଟାକାୟାସୁ ଆର୍ଟେରାଇଟସ’ର ସଫଳ ଚିକିତ୍ସା

ଉଚ୍ଚ ରକ୍ତଚାପରୁ ମୁକ୍ତ ହେଲେ ରୋଗୀ, ‘ଟାକାୟାସୁ ଆର୍ଟେରାଇଟସ’ର ସଫଳ ଚିକିତ୍ସା

ଏମ୍ସରେ ବିରଳ ହୃଦରୋଗ ଅସ୍ତ୍ରୋପଚାର

ଖଣ୍ଡଗିରି : ଏମ୍ସ ଭୁବନେଶ୍ବରରେ ହୋଇଛି ହୃଦ୍‌ରୋଗ ବିଭାଗର ବିରଳ ଅସ୍ତ୍ରୋପଚାର ଇଭାର-ଏଣ୍ଡୋ ଭାସ୍କୁଲାର ଆଓର୍ଟିକ ରିପେୟାର। ହୃଦ୍‌ରୋଗ ବିଭାଗ ସହଯୋଗୀ ପ୍ରଫେସର ଡା.ଦିବ୍ୟରଞ୍ଜନ ବେହେରାଙ୍କ ନେତୃତ୍ବରେ ଡାକ୍ତରୀ ଟିମ୍‌ ଦୁଇଟି ପର୍ଯ୍ୟାୟରେ ଏହି ଅସ୍ତ୍ରୋପଚାର କରିଛନ୍ତି। ଏଥି ଅନ୍ତର୍ଗତରେ ଉଭୟ ପାର୍ଶ୍ବରେ ବୃକ୍‌କ-ରକ୍ତନଳୀରେ ଷ୍ଟେଣ୍ଟ୍‌ ପ୍ରତିରୋପଣ କରାଯାଇଛି।

ଡାକ୍ତର ବେହେରାଙ୍କ ସୂଚନା ଅନୁଯାୟୀ, ଦେଢ଼ ବର୍ଷ ହେଲା ଜଣେ ୪୦ ବର୍ଷୀୟ ଯୁବକଙ୍କ ଉଚ୍ଚ ରକ୍ତଚାପ ରହୁଥିବାରୁ ଚିକିତ୍ସା ପାଇଁ ଏମ୍ସକୁ ଆସିଥିଲେ। ଏହି ସମୟରେ ତାଙ୍କର ପେଟରେ ଯନ୍ତ୍ରଣା, ଚାଲିବାରେ ସମସ୍ୟା ରହିଥିଲା। ଯୁବାବସ୍ଥାରେ ଏତେ ରକ୍ତଚାପ ତାଙ୍କ ପାଇଁ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟିର ଆଶଙ୍କା ରହିଥିଲା। ଏଥିଯୋଗୁଁ ଯୁବକଙ୍କ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇଥିଲା। ଏହାପରେ ସେ ‘ଟାକାୟାସୁ ଆର୍ଟେରାଇଟସ’ ନାମକ ଏକ ବିରଳ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ତାଙ୍କର ଏକ ମୁଖ୍ୟ ଧମନି-ଆବଡୋମିନାଲ ଆଓର୍ଟ ସମ୍ପୂର୍ଣ୍ଣ ରୂପରେ ବନ୍ଦ ହୋଇଯାଇଥିଲା। ଶାଖା ଧମନି ସଂକୀର୍ଣ୍ଣ ହୋଇଯାଇଥିଲା। ବିଭିନ୍ନ ପ୍ରକାର ଔଷଧ ଖାଇଲେ ମଧ୍ୟ ରକ୍ତଚାପ ନିୟନ୍ତ୍ରିତ ହେଉନଥିଲା। ଏହାପରେ ତାଙ୍କର ଦୁଇଟି ଅସ୍ତ୍ରୋପଚାର କରାଯାଇଥିଲା। ଗତବର୍ଷ ଆବଡୋମିନାଲ ଆଓର୍ଟାରେ ଦୁଇଟି ଷ୍ଟେଣ୍ଟ୍‌ ପ୍ରତିରୋପଣ ହୋଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଦୁଇ ପାର୍ଶ୍ବ ବୃକ୍‌କ-ଧମନିରେ ଦୁଇଟି ଷ୍ଟେଣ୍ଟ୍‌ ପ୍ରତିରୋପଣ ହୋଇଥିଲା। ଏହାପରେ ଦୁଇ ବୃକ୍‌କରେ ରକ୍ତ ସଞ୍ଚାଳନ ସ୍ବାଭାବିକ ଭାବରେ ହେଉଛି। ଯୁବକ ଜଣକ ସୁସ୍ଥ ଅନୁଭବ କରିବା ସହିତ ତାଙ୍କ ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ରହିଛି।

ଏହି ଅସ୍ତ୍ରୋପଚାରରେ ଟେକନିସିଆନ ସୁଭାଷ ପ୍ରମାଣିକ, ମନୋରଞ୍ଜନ ଦିକ୍ଷୀତ ସହାୟତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe