କିମ୍ସରେ ବିରଳ ଅସ୍ତ୍ରୋପଚାର: ୭ବର୍ଷ ଶିଶୁର ଫୁସ୍‌ଫୁସ୍‌ରୁ ବାହାରିଲା ଦାନ୍ତ

Advertisment
କିମ୍ସରେ ବିରଳ ଅସ୍ତ୍ରୋପଚାର: ୭ବର୍ଷ ଶିଶୁର ଫୁସ୍‌ଫୁସ୍‌ରୁ ବାହାରିଲା ଦାନ୍ତ

trueactivist.com

ଚନ୍ଦ୍ରଶେଖରପୁର: ଜଣେ ୭ବର୍ଷ ଶିଶୁର ଫୁସ୍‌ଫୁସ୍‌ରେ ଅଟକି ରହିଥିବା କ୍ଷୀରଦାନ୍ତକୁ କିମ୍ସର ଡାକ୍ତରମାନେ ଅସ୍ତ୍ରୋପଚାର କରି ବାହାର କରିଛନ୍ତି। ବାଲେଶ୍ବରର ସୋରୋ ଅ‌ଞ୍ଚଳରୁ ଆସିଥିବା ଏହି ଶିଶୁଟିର ପାଟିରୁ ଅଜଣାତରେ କ୍ଷୀର ଦାନ୍ତଟି ବାହାରି ଯାଇ ଫୁସ୍‌ଫୁସ୍‌ରେ ଅଟକି ରହିଥିଲା ଫଳରେ ଶିଶୁଟିର ନିଃଶ୍ବାସ ପ୍ରଶ୍ବାସ ନେବାରେ ଭୀଷଣ କଷ୍ଟ ହେଉଥିଲା ଏବଂ ଶିଶୁଟି ଠିକ୍‌ ଭାବେ ଶୋଇ ପାରୁ ନ ଥିଲା। ନିଦରୁ ହଠାତ୍‌ ଉଠି ପଡ଼ୁଥିଲା। ପିଲାର ଅଭିଭାବକମାନେ ବିଭିନ୍ନ ଡାକ୍ତରଖାନାରେ ପରାମର୍ଶ କରିବାପରେ ଶେଷରେ କିମ୍ସରେ ପହଞ୍ଚି ଥିଲେ। କିମ୍ସର କର୍ଣ୍ଣ–ନାସା–ଗଳା ବିଶେଷଜ୍ଞ ଡା. ଖଗେଶ୍ବର ରାଉତ ଶିଶୁର ପରୀକ୍ଷା କରି ଫୁସ୍‌ଫୁସ୍‌ ନିକଟରେ ଏକ ବାହାର କଣିକା ରହିଥିବା ଜାଣିପାରିଥିଲେ। ପରେ ଡା.ରାଉତଙ୍କ ନେତୃତ୍ବରେ କିମ୍ସର ଡାକ୍ତରୀ ଦଳ ଉକ୍ତ ଶିଶୁର ଅସ୍ତ୍ରୋପଚାର କରି କ୍ଷୀରଦାନ୍ତଟିକୁ ବାହାର କରିବାର ସଫଳ ହୋଇଥିଲେ।

ଏବେ କରୋନାର ଭୟ ବାଲେଶ୍ବର ଅ‌ଞ୍ଚଳରେ ରହିଥିବା ବେଳେ ଶିଶୁଟି ବାଲେଶ୍ବରରୁ ଆସିଥିବାରୁ ଡାକ୍ତରମାନେ ଅସ୍ତ୍ରୋପଚାର ବେଳେ ପିପିଇ ପରିଧାନ କରି ଏଭଳି ଅସ୍ତ୍ରୋପଚାର କରିବାକୁ ବାଧ୍ୟ ହୋଇଥିଲେ। କ୍ଷୀର ଦାନ୍ତଟି ଥିବା ଜଣାପଡ଼ି ଥିଲେ ମଧ୍ୟ ତାହା ଖସି ଯାଉଥିବାରୁ ଏହାକୁ ଯନ୍ତ୍ରାଂଶରେ ଧରିବାକୁ ମଧ୍ୟ ସୁବିଧା ହେଉ ନ ଥିବାରୁ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ଡ. ରାଉତଙ୍କୁ କର୍ଣ୍ଣ–ନାସା–ଗଳା ବିଭାଗର ଡ. ଗିଫ୍ଟି ଜାଚାରିଆସ ଓ ଡ. ରଚିତ ସହଯୋଗ କରିଥିବା ବେଳେ ଓ ଆନାସ୍ଥେସିଆ ବିଭାଗର ଡ. ଜଗଦ୍ଦୀଶ ଚନ୍ଦ୍ର ମିଶ୍ର, ଡ. ଅମିତ ପ୍ରଧାନ, ଡ. ଅମ୍ରିତା ଓ ଡ. ଅପର୍ଣ୍ଣା ଜୟରାଜ ସହଯୋଗ କରିଥିଲେ। ଏନେଇ ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଦଳକୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe