Advertisment

ସମ୍‌ ହସ୍ପିଟାଲର ବିରଳ ସଫଳତା: ତିନିଦିନରେ କୋମାରୁ ନୂଆ ଜୀବନ ପାଇଲେ ରୋଗୀ

Advertisment
ସମ୍ ହସ୍ପିଟାଲ କ୍ୟାମ୍ପସ୍-୨ ନିର୍ମାଣ ପ୍ରସଙ୍ଗ: ଏନ୍‌ଜିଟିଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

Odihsa Bytes

ଭୁବନେଶ୍ବର : ସମ୍ବଲପୁରର କେତନ ସେଠ୍‌ (୨୫) ଗତ ସେପ୍ଟେମ୍ବର ୨୨ରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇପଡ଼ିଥିଲେ। ବିଭିନ୍ନ ହସ୍ପିଟାଲରେ ତାଙ୍କର ଚିକିତ୍ସା ପରେ ମଧ୍ୟ ଚେତା ଫେରିନଥିଲା। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନହେବାରୁ ପରିବାର ଲୋକେ ତାଙ୍କୁ ସମ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲର ସ୍ନାୟୁରୋଗ ବିଶେଷଜ୍ଞ ଡା. ସୂର୍ଯ୍ୟପ୍ରକାଶ ଚୌଧୁରୀଙ୍କ ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ପରୀକ୍ଷା ନିରୀକ୍ଷା ବେଳେ ତାଙ୍କ ମସ୍ତିସ୍କ ଭିତରେ ରକ୍ତସ୍ରାବ ହୋଇ ଚାଲିଥିବା ଓ ମୁହଁର ଅଧିକାଂଶ ହାଡ଼ ଭାଙ୍ଗିବା ସହ ବାମ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡ଼ିଥିଲା। ଆଇସିୟୁରେ ରଖାଯାଇ ତାଙ୍କର ଅତ୍ୟାଧୁନିକ ପଦ୍ଧତ୍ତିରେ ଚିକିତ୍ସା କରାଯାଇଥିଲା। ମାତ୍ର ୩ଦିନ ପରେ କେତନ ଭଲ ହୋଇ ନୂଆ ଜୀବନ ପାଇଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe