ରସଗୋଲାର ବ୍ରାଣ୍ଡିଂ ଓ ପ୍ୟାକେଜିଂ ଉପରେ ଧ୍ୟାନ ଦିଆଯାଉ

Advertisment

ପାହାଳରେ ପାଳିତ ହେଲା ରସଗୋଲା ଦିବସ

ପାହାଳରେ ପାଳିତ ହେଲା ରସଗୋଲା ଦିବସ

ରସଗୋଲାର ବ୍ରାଣ୍ଡିଂ ଓ ପ୍ୟାକେଜିଂ ଉପରେ ଧ୍ୟାନ ଦିଆଯାଉ

ଭୁବନେଶ୍ୱର: ପବିତ୍ର ନୀଳାଦ୍ରିବିଜେ ଅବସରରେ ମା’ ଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କ ଦାମ୍ପତ୍ୟ କଳିରେ ପୂର୍ଣ୍ଣଚ୍ଛେଦ ପକାଏ ରସଗୋଲା। ନଥିପତ୍ର ପ୍ରମାଣ କରୁଛି ରସଗୋଲା ଓଡ଼ିଶାର। ରାଜ୍ୟ ସରକାର ମଧ୍ୟ ରସଗୋଲାର ଜିଆଇ ମାନ୍ୟତା ପାଇଁ ଆବେଦନ କରିଛନ୍ତି। ଆସନ୍ତା ଅଗଷ୍ଟରେ ଏହାର ଚୂଡ଼ାନ୍ତ ନଥିପତ୍ର ଦେଖାଇବା ପରେ ଓଡ଼ିଶା ରସଗୋଲା ନିହାତି ଜିଆଇ ମାନ୍ୟତା ପାଇବ। କିନ୍ତୁ ଏହି ଭିତରେ ଆମକୁ ଆମ ରସଗୋଲାର ବ୍ରାଣ୍ଡିଂ ଓ ପ୍ୟାକେଜିଂ କରିବାକୁ ପଡ଼ିବ। ଫଳରେ ଏହାର ପ୍ରଚାର ପ୍ରସାର ଆହୁରି ସହଜ ହେବ। ପଲିଥିନ୍‌ ନିଷେଧ ହୋଇଥିବାରୁ ଆମକୁ ରସଗୋଲା ପ୍ୟାକିଂର ଏକ ସରଳ ଓ ସୁଲଭ ଉପାୟ ଚିନ୍ତା କରିବାକୁ ପଡ଼ିବ। ପୁଣି ରସଗୋଲାକୁ ଇଂରାଜୀରେ rasgulla ନ ଲେଖି rasagola ଲେଖିବାକୁ ପରାମର୍ଶ ହେଇଛନ୍ତି ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା। ଆଜି ‘ପାହାଳ ରସଗୋଲା ଉଦ୍ୟୋଗ ଓ ପ୍ରସ୍ତୁତକାରୀ ସମିତି’ ପକ୍ଷରୁ ଆୟୋଜିତ ରସଗୋଲା ଦିବସ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀ ବେହେରା। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସ୍ତମ୍ଭକାର ଅସିତ ମହାନ୍ତି କହିଲେ, ଏହି ରସଗୋଲା ପରମ୍ପରା ଆମର ବହୁ ବର୍ଷର ହୋଇଥିଲେ ବି ଶ୍ରୀମନ୍ଦିର ଏହାର ଅତିକମ୍‌ରେ ୮ ଶହ ବର୍ଷ ପୁରୁଣାର ସାକ୍ଷୀ। କିନ୍ତୁ କୋଲକାତା ମାତ୍ର ୩୦୦ ବର୍ଷର ସହର। ପୁଣି ତାଙ୍କ ରସଗୋଲାର ଇତିହାସ ୧୮୫୯ ମସିହାର ଅର୍ଥାତ୍‌ ମାତ୍ର ଦେଢ଼ ଶହ ବର୍ଷ ତଳର। ତେଣୁ ରସଗୋଲା ଆମର ଥିଲା, ଅଛି ଓ ରହିବ। ପୁଣି ଓଡ଼ିଶା ରସଗୋଲା ଭିତରେ ପାହାଳ ରସଗୋଲା ସମେତ ସାଲେପୁର ଓ ରାଜ୍ୟର ଅନ୍ୟାନ୍ୟ ସ୍ଥାନର ରସଗୋଲା ମଧ୍ୟ ସ୍ଥାନିତ ହୋଇଛି ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ଓ ଓଡ଼ିଆ ଅସ୍ମିତା ପାଇଁ କାର୍ଯ୍ୟରତ ଅନିତା ସାବତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପାହାଳ ଦେଇ ଯାଉଥିବା ପଥଚାରୀ ଓ ଯାତ୍ରୀମାନଙ୍କୁ ରସଗୋଲା ବାଣ୍ଟି ଏହି ଦିବସକୁ ଧୁମ୍‌ଧାମ୍‌ରେ ପାଳିଥିଲା ପାହାଳ ରସଗୋଲା ଉଦ୍ୟୋଗ ଓ ପ୍ରସ୍ତୁତକାରୀ ସମିତି। କାର୍ଯ୍ୟକ୍ରମରେ ସମିତିର ସଭାପତି ଅକ୍ଷୟ କୁମାର ଲେଙ୍କା ଓ ସଂପାଦକ ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe