ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ସଂସ୍କୃତି ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେଥିପାଇଁ ବିଚ୍ଛିନ୍ନାଞ୍ଚଳ ଇଚ୍ଛାପୁର, ମଂଜୁଷା, ଟେକ୍ଲି ଓ ବିଶାଖାପାଟଣାରେ ବସବାସ କରୁଥିବା ଲୋକମାନଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପ୍ରକାଶିତ ‘ଉତ୍କଳ ପ୍ରସଙ୍ଗ’ର ଜୁଲାଇ ରଥଯାତ୍ରା ସଂଖ୍ୟା ବିନାମୂଲ୍ୟରେ ବିତରଣ ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି, ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ ପତ୍ରିକାର ସଂପାଦକ ଲେନିନ୍ ମହାନ୍ତି ଓ ପ୍ରକାଶନ ପରିଚାଳକ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରମୁଖ ବହି ନେଇ ଯାଉଥିବା ବିଭାଗୀୟ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ଉପନିର୍ଦ୍ଦେଶକ ବିବେକାନନ୍ଦ ବିଶ୍ୱାଳ, ବିପିନ୍ ବିହାରୀ ବାରିକ, କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ମହାନ୍ତି, ସହକାରୀ ରଚନା ଅଧିକାରୀ ଦେବାଶିଷ ପଟ୍ଟନାୟକ, ବିକ୍ରମ ମହାରଣା, ଓ ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ଅଦ୍ୱୈତ କୁମାର ପାତ୍ର ଏଥିରେ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us