ବଦଳିବ ରଥଦାଣ୍ଡ ଚେହେରା, ନିର୍ମାଣ ହେବ ଅସୁଲକିଆରି କଲଭର୍ଟ

Advertisment

ମାଉସୀ ମା’ ଛକରୁ ବଢ଼େଇବାଙ୍କ: ରାସ୍ତାକଡ଼ରେ ପଡ଼ିବ ପେଭର୍‌ ବ୍ଲକ୍‌

ମାଉସୀ ମା’ ଛକରୁ ବଢ଼େଇବାଙ୍କ: ରାସ୍ତାକଡ଼ରେ ପଡ଼ିବ ପେଭର୍‌ ବ୍ଲକ୍‌

ବଦଳିବ ରଥଦାଣ୍ଡ ଚେହେରା, ନିର୍ମାଣ ହେବ ଅସୁଲକିଆରି କଲଭର୍ଟ

360Hoardings

ଭୁବନେଶ୍ବର: ବଦଳିବ ରଥଦାଣ୍ଡର ଚେହେରା। ରାସ୍ତାକଡ଼ରୁ ମାଟି, ବାଲି ଉଠି ପେଭର୍‌ ବ୍ଲକ୍‌ ବିଛାଯିବ। ରାସ୍ତା ସୁନ୍ଦର ହେବା ସହ ବର୍ଷା ପାଣି ମାଟି ତଳକୁ ଯିବ। ମାଉସୀ ମା’ ଛକରୁ ବଢ଼େଇବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ କରିବାକୁ ପୂର୍ତ୍ତ ବିଭାଗ ଏଭଳି ଯୋଜନା କରିଛି। ଏଥିପାଇଁ ୨କୋଟି ୨୪ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ବିଏମ୍‌ସିର ୫୪ ଓ ୫୫ ନମ୍ବର ୱାର୍ଡ ମଝିରେ ଥିବା ଏହି ରାସ୍ତାର ଉନ୍ନତୀକରଣ ଖୁବ୍‌ଶୀଘ୍ର ହେବ ବୋଲି ସୂଚନା ମିଳିଛି। ସେହିଭଳି ୫୫ନମ୍ବର ୱାର୍ଡ ଅଧୀନରେ ଥିବା ମ୍ୟୁଜିୟମ୍‌ ଛକଠାରୁ ରାମେଶ୍ୱରପାଟଣା ଛକ ପର୍ଯ୍ୟନ୍ତ ରାସ୍ତାର ମଧ୍ୟ ଉନ୍ନତୀକରଣ କରାଯିବ। ୫୬ ଲକ୍ଷ ଟଙ୍କା ବ୍ୟୟରେ ଦୁଇପାର୍ଶ୍ୱରେ ପେଭର୍‌ ବ୍ଲକ୍‌ ପଡ଼ିବା ସହ ଅସୁଲକିଆରି କଲଭର୍ଟର ମଧ୍ୟ ପୁନରୁଦ୍ଧାର ହେବ। ରୁକୁଣା ରଥ ଫେରିଯିବା ପରେ ପରେ ଏହି କାମ ଆରମ୍ଭ ହେବ। ଏଥିପାଇଁ ୧କୋଟି ୩୬ଲକ୍ଷ ବ୍ୟୟବରାଦ କରାଯାଇଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ସେ କହିଛନ୍ତି, ରୁକୁଣା ରଥଯାତ୍ରାର ବାହୁଡ଼ା ଯାତ୍ରା ପରେ ଅସୁଲକିଆରି କଲଭର୍ଟ କାମ ହେବ। ଡ୍ରେନ୍‌ ନଂ ୭ ଉପରେ ଯାଇଥିବା ଏହି କଲଭର୍ଟ ଦୁର୍ବଳ ଥିବାରୁ ଏହାର ପୁନରୁଦ୍ଧାର କରାଯିବ। ନିର୍ମାଣ ସମୟରେ ଯେଭଳି ଲୋକମାନଙ୍କ ଯାତାୟାତରେ କୌଣସି ସମସ୍ୟା ହେବ ନାହିଁ, ସେ ନେଇ ଯତ୍ନ ନେବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଏ ସଂପର୍କରେ ସ୍ଥାନୀୟ ୫୫ ନମ୍ବର ୱାର୍ଡର କର୍ପୋ‌ରେଟର୍‌ ନୃପେଶ କୁମାର ନାୟକ କହିଛନ୍ତି, ମ୍ୟୁଜିୟମ୍‌ଠାରୁ ରାମେଶ୍ବର ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଜବରଦଖଲ ହଟାଯିବ। ସେହି ସବୁ ସ୍ଥାନରେ ପେଭର ବ୍ଲକ୍‌ ପକାଯିବ। ଜଳସ୍ତର କମୁଥିବାରୁ ଏହା ଜଳସ୍ତର ବଢ଼ାଇବା ପାଇଁ ସୁଯୋଗ ସୃଷ୍ଟି କରିବ। ୫୪ ନମ୍ବର ୱାର୍ଡ କର୍ପୋରେଟର୍‌ ଶିବ ପ୍ରସାଦ ବେହେରା କହିଛନ୍ତି, ୭ ନମ୍ବର ଡ୍ରେନ୍‌ ନିକଟ କଲଭର୍ଟ ବହୁ ପୁରୁଣା। ଏହା ଭାଙ୍ଗିଯିବା ଆଶଙ୍କା ଥିବାରୁ ଏହାର ପୁନରୁଦ୍ଧାର ପାଇଁ ଯୋଜନା ରହିଥିଲା। ସେହିପରି ପେଭର୍‌ ବ୍ଲକ୍‌ ପଡ଼ିଲେ ରାସ୍ତାରେ ଆଉ ପାଣି ଜମିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe