ମାଉସୀ ମା’ ମନ୍ଦିର ଅଭିମୁଖେ ଗଡ଼ିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ

ମାଉସୀ ମା’ ମନ୍ଦିର ଅଭିମୁଖେ ଗଡ଼ିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଶନିବାର ଆରମ୍ଭ ହୋଇ ଯାଇଛି।  ଏଥିପାଇଁ  ଅପରାହ୍ନରେ ରଥ ଛେରା ପହଁରା କରାଯାଇଥିଲା। ୨ଟା ୩୦ରେ ମହାପ୍ରଭୁଙ୍କୁ ବିରାଜମାନ କରାଯିବା ପରେ ରଥ ଟଣା ଯାଇଥିଲା। ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ରଥକୁ ଶ୍ରଦ୍ଧାର ସହିତ ଟାଣୁଛନ୍ତି। କଡ଼ା ସୁରକ୍ଷା ଭିତରେ ଓ ଶାନ୍ତି ପୂର୍ଣ୍ଣ ଭାବରେ ରଥ ଟଣା ଜାରିରହିଛି। ରୁକୁଣା ରଥ ମାଉସୀ ମା’ ମନ୍ଦିର ଅଭିମୁଖେ ଗଡୁଛି।

ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରୁକୁଣା ରଥ ଯାତ୍ରାଠାରୁ ଠାକୁର ମନ୍ଦିରକୁ ଯିବା ପର୍ଯ୍ୟନ୍ତ ଯେପରି ଶାନ୍ତି ଶୃଙ୍ଖଳା ରହିବ ଓ ଟ୍ରାଫିକ୍‌ ବ୍ୟବସ୍ଥା ଠିକ୍‌ ରହିବ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ୮୦ଜଣ ଅଫିସର୍‌, ୨୨ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe