ଭକ୍ତ-ଭଗବାନ ନିରାଶ, ‌ସବୁ ନୀତି ବେଢ଼ାରେ ସୀମିତ

ଇସ୍କନ୍‌ ପ୍ରସାଦାଳୟ ପାଲଟିଲା ‘ଗୁଣ୍ଡିଚା ମନ୍ଦିର’

ଭକ୍ତ-ଭଗବାନ ନିରାଶ, ‌ସବୁ ନୀତି ବେଢ଼ାରେ ସୀମିତ

ଭୁବନେଶ୍ବର: ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ବରଷକୁ ଥରେ ଦେଉଳ ଛାଡ଼ି ଜଗା ବାହାରକୁ ଆସେ। ରଥ ଉପରେ ଜଗାକୁ ଦେଖି ଭକ୍ତ କୋଟିନିଧି ପାଇଯାଏ। ତା’ ରଥଚକା ସ୍ପର୍ଶରେ ପଥ ବି ଧନ୍ୟ ହୋଇଯାଏ। କିନ୍ତୁ ଚଳିତବର୍ଷ କରୋନା ସେ ସୁଯୋଗ ବି ଛଡ଼ାଇ ନେଇଛି। ପୁରୀ ବଡ଼ଦାଣ୍ଡରେ ରଥ ଗଡ଼ିଲା ସତ କିନ୍ତୁ କରୋନା ଭୟ ଯୋଗୁଁ ଜନସମୁଦ୍ର ପାଲଟୁଥିବା ବଡ଼ଦାଣ୍ଡ‌ରେ ଭକ୍ତଙ୍କ ଗହଳି ନଥିଲା। ସେବାୟତ ଓ ପୁଲିସ୍‌ ରଥକୁ ଟାଣି ଟାଣି ନେଇ ଜନ୍ମବେଦିରେ ପହଞ୍ଚାଇଛନ୍ତି। ଏଠି ରାଜଧାନୀରେ କିନ୍ତୁ ନା ରଥ ଗଡ଼ିଲା, ନା ମହାପ୍ରଭୁଙ୍କ ଦର୍ଶନ ମିଳିଲା। ମନ୍ଦିର ଭିତରେ କାଳିଆର ସବୁ ନୀତିକାନ୍ତି ସଂପନ୍ନ ହେଲା, ହେଲେ ଭକ୍ତ କିଛି ଦେଖିପାରିଲେ ନାହିଁ। ସର୍ବସାଧାରଣଙ୍କ ଦର୍ଶନ ପାଇଁ ବାରଣ ରହିଥିଲା। ତେବେ ଏହାକୁ ମହାବାହୁଙ୍କ ଇଚ୍ଛା ଭାବି ରାଜଧାନୀବାସୀ ମନକୁ ଆଶ୍ବାସନା ଦେବା ସହ ଆର ବର୍ଷ ଅପେକ୍ଷାରେ ରହିଛନ୍ତି।

ଇସ୍କନ୍‌ ପ୍ରସାଦାଳୟ ପାଲଟିଲା ‘ଗୁଣ୍ଡିଚା ମନ୍ଦିର’
ରାଜଧାନୀର ପ୍ରସିଦ୍ଧ ଇସ୍କନ୍‌ ମନ୍ଦିର ରଥଯାତ୍ରା। ଶ୍ରୀଜିଉଙ୍କ ଦର୍ଶନ କରିବାକୁ ଏଠାକୁ ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। କିନ୍ତୁ ଚଳିତବର୍ଷ କରୋନା ମହାମାରୀ ପରିସ୍ଥିତି ଲାଗି ଏଠାରେ ରଥଯାତ୍ରା ଆୟୋଜନ ହୋଇନାହିଁ। କେବଳ ନିରାଡ଼ମ୍ବରରେ ମହାପ୍ରଭୁଙ୍କ ରଥଯାତ୍ରା ନୀତି ଅନୁଷ୍ଠିତ ହୋଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସମସ୍ତ ନୀତିକାନ୍ତି ଏବଂ କାର୍ଯ୍ୟକ୍ରମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ଇସ୍କନର ପ୍ରସାଦାଳୟକୁ ଗୁଣ୍ଡିଚା ମନ୍ଦିରର ରୂପ ଦିଆଯାଇଥିଲା। ଗୁଣ୍ଡିଚା ମନ୍ଦିରରେ ଯେଉଁ ସବୁ ସେବାନୀତି ସମ୍ପନ୍ନ ହୁଏ, ଏଠାରେ ମଧ୍ୟ ସେହି ସମାନ ସେବାନୀତି ହୋଇଥିଲା। ପହଣ୍ଡି କରି ତିନି ଠାକୁରଙ୍କୁ ସିଂହାସନକୁ ନିଆଯାଇଥିଲା। ୩ ଠାକୁର ଏବେ ୯ଦିନ କାଳ ସେଠାରେ ରହିବେ। ସେହିଭଳି ବାହୁଡ଼ାରେ ପୁଣିଥରେ ପହଣ୍ଡି କରାଯାଇ ମୁଖ୍ୟ ମନ୍ଦିର ତଥା ରତ୍ନବେଦୀକୁ ଶ୍ରୀଜିଉଙ୍କୁ ଅଣାଯିବ।

publive-image

ଓୟୁଏଟି ଜଗନ୍ନାଥ ମନ୍ଦିରରେ ଅସ୍ଥାୟୀ ମଣ୍ଡପ
ଓୟୁଏଟି ଜଗନ୍ନାଥ ମନ୍ଦିରରେ ରଥଯାତ୍ରାର ସମସ୍ତ ନୀତି କରାଯାଇଥିଲା। ମଙ୍ଗଳ ଆଳତି ସହ ଖେଚୁଡ଼ି ଭୋଗ ଲାଗି ହେବା ପରେ ପୂର୍ବାହ୍ନ ୧୧ଟା ୩୦ରେ ପହଣ୍ଡି ବିଜେ କରାଯାଇଥିଲା। ଏଥିପାଇଁ ଏକ ଅସ୍ଥାୟୀ ମଣ୍ଡପ କରାଯାଇଛି। ଠାକୁରଙ୍କୁ ମନ୍ଦିର ପରିସରରେ ନିର୍ମିତ ଅସ୍ଥାୟୀ ମଣ୍ଡପକୁ ନିଆଯାଇଥିଲା। ଏଥିଲାଗି ମୋଟ ୧୦ ଜଣ ସେବାୟତ ଏବଂ ଘଣ୍ଟୁଆ ରହିଥିଲେ। ପାଚେରୀ ବାହାରେ ଠାକୁରଙ୍କୁ ବାହାରୁ ଦେଖିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ପାଇଁ ମନ୍ଦିର କର୍ତ୍ତୁପକ୍ଷ ଜଗିରହିଥିଲେ ବୋଲି ପଣ୍ଡିତ ବାମନପ୍ରସାଦ ଆଚାର୍ଯ୍ୟ କହିଛନ୍ତି।

କାଠ ନୁହେଁ, ବାଲି ରଥରେ ଜଗନ୍ନାଥ
ଏଥର କାଠ ରଥ ନୁହେଁ। ନିଆରା ବାଲିରେ ତିଆରି ହୋଇଛି ରଥ। କରୋନା କଟକଣା ଯୋଗୁଁ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ବାଲି ରଥରେ ବିଜେ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି। ଅପରାହ୍‌ଣ ସାଢ଼େ ୧ଟାରେ ୩ ଠାକୁରଙ୍କୁ ପହଣ୍ଡି କରି ବିଜେ କରାଯାଇଥିଲା। କରୋନା ଗାଇଡ୍‌ଲାଇନ୍‌ ମାନି ମନ୍ଦିର ପରିସରରେ ସମସ୍ତ ନୀତିକାନ୍ତି କରାଯାଇଥିଲା। ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ସଂପୂର୍ଣ୍ଣ ବାରଣ କରାଯାଇଥିଲା। ମନ୍ଦିର ପ୍ରାଙ୍ଗଣରେ ଅସ୍ଥାୟୀ ଜନ୍ମବେଦି ତିଆରି କରି ବିଗ୍ରହମାନଙ୍କୁ ରଖାଯାଇଥିଲା। ପହଣ୍ଡି ସମୟରେ ମନ୍ଦିରର ସମ୍ପାଦକ ସନ୍ତୋଷ ତ୍ରିପାଠୀ, କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe