ବାରଙ୍ଗ: ଦୀର୍ଘ ୬ ମାସ ପରେ ପବିତ୍ର ରଥଯାତ୍ରା ଅବସରରେ ଖୋଲିଛି ନନ୍ଦନକାନନ ସଫାରି। ବନ୍ଦ ପଡ଼ିଥିବା ବାଘ, ସିଂହ, ଭାଲୁ ଓ ତୃଣଭୋଜି ସଫାରିକୁ ବୁଲି ଦେଖିଥିଲେ ପର୍ଯ୍ୟଟକ। ବାଘ ସଫାରିରେ ପର୍ଯ୍ୟଟକମାନଙ୍କ ମନୋରଂଜନ ଲାଗି ପ୍ରଥମ କରି ଦୁଇ ବିରଳ ବାଘ ଭ୍ରାତା କଳା ରଙ୍ଗର କ୍ରିଷ୍ଣା(୪) ଓ ଧଳା ରଙ୍ଗର ସ୍ନେହାଶିଷ(୪)ଙ୍କୁ ଛଡ଼ା ଯାଇଛି। ସମଗ୍ର ବିଶ୍ୱର କେବଳ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହିଁ ମେଲାନେଷ୍ଟିକ୍ ବାଘଙ୍କୁ ସଫାରି ମଧ୍ୟରେ ଦେଖିବାକୁ ମିଳିବ ବୋଲି ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି। ଆଜି ସଫାରି ପୁନର୍ବାର ଖୋଲିବା ଅବସରରେ ଅତିଥି ଭାବେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ସଫାରି ବସ୍ରେ ଯାତ୍ରା କରିଥିଲେ। ୪ଟି ସଫାରି ମଧ୍ୟରେ ବାଘ କ୍ରିଷ୍ଣା, ସ୍ନେହାଶିଷ, ସିଂହୀ ସୁପ୍ରିୟା, ସିଂହ କ୍ରିଷ୍, ୬ ଭାଲୁଙ୍କ ସମେତ ଶତାଧିକ ହରିଣ, ସମ୍ବର, କୁଟୁରାଙ୍କୁ ଦେଖିଥିଲେ। ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ, ଏସିଏଫ୍ ଅଞ୍ଜନ ମହାନ୍ତି, ପର୍ଯ୍ୟଟକ ପରିଚାଳନା ବିଭାଗ ଏସିଏଫ୍ ଅମୂଲ୍ୟ କୁମାର ପରିଡ଼ା, ରେଞ୍ଜ ଅଫିସର ଅଶୋକ କୁମାର ଦାସ, ସମୀର କୁମାର ସାହୁଙ୍କ ସମେତ କର୍ମଚାରୀମାନେ ସାଂସଦ ଓ ମନ୍ତ୍ରୀଙ୍କୁ ସଫାରି ବୁଲାଇ ଦେଖାଇଥିଲେ। ଉଲ୍ଲେଖଯୋଗ୍ୟ, ୩ ଥର ଟେଣ୍ଡର୍ ପାସ ହୋଇନପାରି ୬ ମାସ ହେଲା ଏହି ସଫାରିଗୁଡ଼ିକ ବନ୍ଦ ରହିଥିଲା।
ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ରଥଯାତ୍ରା ଭେଟି
Advertisment
Follow Us