ରେଭେନ୍ସା ସ୍ନାତକ ପରୀକ୍ଷା ଫଳ : ପାସ୍ ହାର ୯୫.୫୦%

ରେଭେନ୍ସା-୭୦ ବନ୍ଧୁ ମିଳନ ୧୧ରେ

Collegedunia.com

କଟକ : ରେଭେନ୍ସା ବିଶ୍ବବିଦ୍ୟାଳର ସ୍ନାତକ ପରୀକ୍ଷାଫଳ ଆଜି ବିଳମ୍ବିତ ରାତିରେ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍‌ ହାର ୯୫.୫୦ ରହିଥିବା ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏଥର ରେଭେନ୍ସାର ରେଗୁଲାର‌୍‌ ଓ ପ୍ରଫେସନାଲ୍‌ କୋର୍ସରେ କିଏ ବେଷ୍ଟ ଗ୍ରାଜୁଏଟ୍‌ ହୋଇଛନ୍ତି ତାହା ପ୍ରକାଶ କରାଯାଇ ନାହିଁ। ଆଜି ସ୍ନାତକର ପରୀକ୍ଷାଫଳ ବାହାରିଥିବା ବେଳେ ଆସନ୍ତାକାଲି ସ୍ନାତକୋତ୍ତରର ଫଳ ପ୍ରକାଶ କରାଯିବ ବୋଲି ସୂଚନା ଦିଆଯାଇଛି। ଅନ୍ୟପଟେ ଆସନ୍ତା ମାସ ୨ରୁ ୫ ତାରିଖ ମଧ୍ୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରୋଭିଜନାଲ୍‌ ସାର୍ଟିଫିକେଟ ଓ ମାର୍କସିଟ୍‌ ପ୍ରଦାନ କରାଯିବ। ଛାତ୍ରଛାତ୍ରୀ କୋଭିଡ୍‌ କଟକଣା ମଧ୍ୟରେ ‌ବିଶ୍ବବିଦ୍ୟାଳୟରୁ ଏହାକୁ ଗ୍ରହଣ କରିବାକୁ କୁହାଯାଇଛି।

ବିଶ୍ବବିଦ୍ୟାଳୟରେ ଚଳିତ ବର୍ଷ ଅନ୍‌ଲାଇନ୍‌ରେ ମୋଟ ୧୪୦୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୩୪୦ ଜଣ ପାସ୍‌ କରିଛନ୍ତି। ସେମାନଙ୍କ ମଧୢରୁ ୬୯୧ଜଣ ଛାତ୍ରୀ ଓ ୬୪୯ଜଣ ଛାତ୍ର ଅଛନ୍ତି। ସ୍ନାତକର ବିଜ୍ଞାନରେ ୫୫୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫୪୧ ଜଣ ପାସ୍‌ କରିଛନ୍ତି। ସେହିପରି କଳାରେ ୪୬୬ ରୁ ୪୪୪ଜଣ ଓ ବାଣିଜ୍ୟରେ ୩୮୧ରୁ ୩୫୫ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ଗତବର୍ଷ ବିଶ୍ବବିଦ୍ୟାଳୟରେ ପାସ୍‌ ହାର ୮୬ ପ୍ରତିଶତ ଥିଲା। ଏଥର କରୋନା ସଂକ୍ରମଣ ପାଇଁ ସ୍ନାତକର ଶେଷ ବ‌ର୍ଷର ପରୀକ୍ଷା ଅନ୍‌ଲାଇନ୍‌ରେ କରାଯାଇଥିଲା। ଛାତ୍ରଛାତ୍ରୀ ଘରେ ରହି ଗତ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୧୦ ମଧ୍ୟରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ଶେଷ ହେବାର ୨୦ ଦିନ ମଧ୍ୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଫଳ ପ୍ରକାଶ ପାଇଛି। କରୋନା ସଂକ୍ରମଣ ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକା ନଯାଇ ଫଳ ପ୍ରକାଶ କରାଯାଇଛି। ଗୋଟିଏ ବିଷୟର ପରୀକ୍ଷା ‌େଶଷ ହେବା ପରଦିନ ଉକ୍ତ ଉତ୍ତର ଖାତାର ମୂଲ୍ୟାଙ୍କନ କରାଯାଉଥିବାରୁ ୨୦ଦିନ ମଧ୍ୟରେ ଫଳ ପ୍ରକାଶ କରିବାରେ ସଫଳ ହୋଇଥିବା ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe