ରେଭେନ୍ସା ବିଶ୍ବବିଦ୍ୟାଳୟ ଆଇନ-୨୦୦୫ ଉଚ୍ଛେଦ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

Advertisment
ରେଭେନ୍ସା ଅସ୍ଥାୟୀ କର୍ମଚାରୀଙ୍କ ଦରମା ବୃଦ୍ଧିକୁ ନେଇ ଦ୍ବନ୍ଦ୍ବ

image source-new indian express

ଭୁବନେଶ୍ବର: ରେଭେନ୍ସା ବିଶ୍ବବିଦ୍ୟାଳୟ ଆଇନ-୨୦୦୫କୁ ଉଚ୍ଛେଦ ନ କରିବା ପାଇଁ ରେଭେନ୍ସା ବିଶ୍ବବିଦ୍ୟାଳୟ ବିକାଶ ଟ୍ରଷ୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛି। ଟ୍ରଷ୍ଟର ଅଧ୍ୟକ୍ଷ ଅନନ୍ତ ମହାପାତ୍ର କହିଛନ୍ତି, ୨୦୦୫ ମସିହାରେ ରେଭେନ୍ସା ଏକକ ବିଶ୍ବବିଦ୍ୟାଳୟ ସ୍ଥାପନ ହୋଇଥିଲା। ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ରେଭେନ୍ସା ଦେଶର ଏକ ଉତ୍କର୍ଷ ‌ଶିକ୍ଷା କେନ୍ଦ୍ର ଥିଲା। ସେହି ‌ଗୌରବକୁ ଫେରାଇ ଆଣିବା ଲାଗି ରେଭେନ୍ସାକୁ ବିଶ୍ବବିଦ୍ୟାଳୟରେ ପରିଣତ କରାଯାଇଥିଲା। ଅତୀତରେ ଆଞ୍ଚଳିକ ଭିତ୍ତିରେ ଯଦିଓ ଅନେକ ଏକକ ବିଶ୍ବବିଦ୍ୟାଳୟ ସ୍ଥାପନ କରାଯାଇଥିଲା, କିନ୍ତୁ ରେଭେନ୍ସା ଏକ ବ୍ୟତିକ୍ରମ ଥିଲା। ଅତୀତ ଭଳି ଏବେ ମଧ୍ୟ ରେଭେନ୍ସାରେ ସାରା ରାଜ୍ୟର ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଟ୍ରଷ୍ଟର ପୂର୍ବତନ ଅଧ୍ୟକ୍ଷ ଅମିୟ ଭୂଷଣ ତ୍ରିପାଠୀ କହିଛନ୍ତି, ରେଭେନ୍ସାର ଇତିହାସ କହିଲେ ଓଡ଼ିଶାର ଇତିହାସକୁ ବୁଝାଏ। ରାଜନୀତିଠାରୁ ଆରମ୍ଭ କରି କ୍ରୀଡ଼ା, ସାହିତ୍ୟ ଆଦି କ୍ଷେତ୍ରରେ ନବଜାଗରଣ ଆଣିବାରେ ରେଭେନ୍ସା ଏକ ଆଲୋକବର୍ତ୍ତିକା ଥିଲା। ୨୦୦୦ରୁ ୨୦୦୪ ମସିହା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ସ୍ବତନ୍ତ୍ର ଆଇନର ଆବଶ୍ୟକତା ସମ୍ପର୍କରେ ଅବଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏହାକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରିଥିଲେ। ଉକ୍ତ ଆଇନ ରହିଲେ ପ୍ରସ୍ତାବିତ ସଂଶୋଧନକୁ ଏହା କୌଣସି ପ୍ରକାରେ କ୍ଷତି ପହଞ୍ଚାଇବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe