ରବି ରାୟଙ୍କ ଜୟନ୍ତୀ ସମାରୋହ: ‘ଛାତ୍ରନେତା ସୃଷ୍ଟି ନ ହେଲେ ଗଣତନ୍ତ୍ର ପ୍ରତି ବିପଦ’

Advertisment

ଛାତ୍ରନେତା ସୃଷ୍ଟି ନ ହେଲେ ଗଣତନ୍ତ୍ର ପ୍ରତି ବିପଦ ଦେଖାଦେବ। ରବି ରାୟଙ୍କ ଭଳି ଜନନେତା ତିଆରି ହୋଇପାରିବେ ନାହିଁ। ତେଣୁ ସରକାର କୌଣସି ପରିସ୍ଥିତିରେ ବି ଛାତ୍ର ରାଜନୀତିକୁ ଅଚଳ କରିବା ଦିଗରେ ପଦକ୍ଷେପ ନେବା ଉଚିତ ନୁହେଁ।

ଛାତ୍ରନେତା ସୃଷ୍ଟି ନ ହେଲେ ଗଣତନ୍ତ୍ର ପ୍ରତି ବିପଦ ଦେଖାଦେବ। ରବି ରାୟଙ୍କ ଭଳି ଜନନେତା ତିଆରି ହୋଇପାରିବେ ନାହିଁ। ତେଣୁ ସରକାର କୌଣସି ପରିସ୍ଥିତିରେ ବି ଛାତ୍ର ରାଜନୀତିକୁ ଅଚଳ କରିବା ଦିଗରେ ପଦକ୍ଷେପ ନେବା ଉଚିତ ନୁହେଁ।

sssfsf

ବାଲିପାଟଣା: ଛାତ୍ରନେତା ସୃଷ୍ଟି ନ ହେଲେ ଗଣତନ୍ତ୍ର ପ୍ରତି ବିପଦ ଦେଖାଦେବ। ରବି ରାୟଙ୍କ ଭଳି ଜନନେତା ତିଆରି ହୋଇପାରିବେ ନାହିଁ। ତେଣୁ ସରକାର କୌଣସି ପରିସ୍ଥିତିରେ ବି ଛାତ୍ର ରାଜନୀତିକୁ ଅଚଳ କରିବା ଦିଗରେ ପଦକ୍ଷେପ ନେବା ଉଚିତ ନୁହେଁ। ଛାତ୍ର ରାଜନୀତିକୁ ସରକାର ସବୁବେଳେ ପ୍ରୋତ୍ସାହନ ଦେବା ଜରୁରି। ଆଜି ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ୯୮ତମ ଜୟନ୍ତୀ ସମା‌ରୋହର ମୁଖ୍ୟଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।    

ବାଲିପାଟଣା ଦୁର୍ଗାମାଧବ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ସ୍ବର୍ଗତ ରାୟ ମାତୃଭାଷା ଓ ମାତୃଭୂମିକୁ ଅଧିକ ଭଲ ପାଉଥିଲେ। ତେଣୁ ବାଚସ୍ପତି ଭାବେ ଶପଥ ନେବା ସମୟରେ ସେ ଓଡ଼ିଆରେ ଶପଥ ପାଠ କରିଥିଲେ। ଜଣେ ସମାଜବାଦୀ ଜନନେତା ଓ ଲୋହିଆପନ୍ଥୀ ଭାବେ ସେ ସାରା ଭାରତରେ ଜଣାଶୁଣା ଥିଲେ। ଆଜି ରାଜନୀତିରେ ବିଚାରଧାରା ହଜିଯାଇଛି। କ୍ଷମତାଲୋଭୀ ନେତାମାନେ ସ୍ବର୍ଗତ ରାୟଙ୍କ ଜୀବନକୁ ଅନୁଧ୍ୟାନ କରିବା ଲାଗି  ଶ୍ରୀ ପଟ୍ଟନାୟକ କହିଥିଲେ। କାର୍ଯ୍ୟକ୍ରମର ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଦାଶ ବେନହୁର କହିଥିଲେ ଯେ ସ୍ବର୍ଗତ ରାୟ ଜଣେ ସଂସ୍କାରି ନେତା ଥିଲେ। ତାଙ୍କ ଜୀବନୀ ପାଠ୍ୟପୁସ୍ତକରେ ସ୍ଥାନିତ ହେଲେ, ଆଗାମୀ ପିଢ଼ି ତାଙ୍କ ବିଷୟରେ ଜାଣି ପାରିବେ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଓ ଓଡ଼ିଶା କ୍ରାନ୍ତି ସଂଗଠନର ଅଧ୍ୟକ୍ଷ ପ୍ରଭାତ ଦାସ ଯୋଗଦେଇଥିଲେ। ଏହି ଅବସରରେ ନଟବର ଷଡ଼ଙ୍ଗୀଙ୍କୁ ରବି ରାୟ ସ୍ମୃତି ସମ୍ମାନ, ଶିଶୁ ସାହିତ୍ୟିକ ବୀରେନ୍ଦ୍ର ସାମନ୍ତରାୟଙ୍କୁ ରବି ରାୟ ସାରସ୍ବତ ସମ୍ମାନ, ଇସ୍ରୋ ବୈଜ୍ଞାନିକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁଙ୍କୁ ରବି ରାୟ ଉତ୍କର୍ଷ ସମ୍ମାନ, ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ରବି ରାୟ ସ୍ୱାସ୍ଥ୍ୟସେବା ସମ୍ମାନ, ବଂଶୀବାଦକ ପଣ୍ଡିତ ରାଜ କିଶୋର ଦଳବେହେରାଙ୍କୁ ରବି ରାୟ କଳା ସଂସ୍କୃତି ସମ୍ମାନ, ଶିବ ପ୍ରସାଦ ପାଟ୍ଟଯୋଶୀଙ୍କୁ ରବି ରାୟ ସମାଜସେବା ସମ୍ମାନ ପ୍ରଦାନ କରାଯାଇଥିଲା।

ରବି ରାୟ ସ୍ମୃତି ସଂସଦ ସଭାପତି ଅଭିମନ୍ୟୁ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସମ୍ପାଦକ କବି ଭଗବାନ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। କବି ବିପିନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଡ. ଗୀତାଶ୍ରୀ ପ୍ରିୟମ୍ବଦା ଉପସ୍ଥାପନା କରିଥିଲେ। ସ୍ମୁତି ସଂସଦ କୋଷାଧ୍ୟକ୍ଷ ତଥା ବାଲିପାଟଣା ପ୍ରେସ୍‌ କ୍ଲବ୍‌ ସମ୍ପାଦକ ସୁରେଶ ସ୍ବାଇଁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅରବିନ୍ଦ ଢାଲି, ମନୋରଞ୍ଜନ ରାୟ, ସଂଳାପକାର ଡ. ରଜନୀ ରଞ୍ଜନ ଦାଶ, ବୈଜୟନ୍ତୀ ସାହୁ, ପ୍ରେସ୍‌ କ୍ଲବ୍‌ ସଭାପତି ଦିଲୀପ କୁମାର ଓଝା, ସାମ୍ବାଦିକ ଗଙ୍ଗାଧର ଓଝା, ଶିଶୁଅନନ୍ତ ସ୍ମୃତି ସଂସଦ ସମ୍ପାଦିକା ତନୟା ଦାସ ଗୋସ୍ବାମୀ, ରମେଶଚନ୍ଦ୍ର ସାହୁ, ଅବସରପ୍ରାପ୍ତ ଅଧ୍ୟାପକ ଭାରତ ଭୂଷଣ ମହାନ୍ତି, ଶିବ ପ୍ରସାଦ ଜେନା, ଶିକ୍ଷୟିତ୍ରୀ ଝୁନି ଦେଇ, ଦେବ ସେନାପତି, ପୁଷ୍ପଲତା ବେହେରା ଓ ମାଗୁଣି ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe