‘ରାୟଗଡ଼’ ପୁସ୍ତକ ଲୋକାର୍ପିତ: ପର ପିଢ଼ି ପାଇଁ ଆଞ୍ଚଳିକ ଇତିହାସ ରଚନା ଜରୁରି

Advertisment

ଓଡ଼ିଶାରେ ଆଞ୍ଚଳିକ ଓ ସମକାଳୀନ ଇତିହାସର ଦିଗ ଅତ୍ୟନ୍ତ ଦୁର୍ବଳ। ନିଜ ଅଞ୍ଚଳ ସମ୍ପର୍କରେ ନିଜେ କିଛି ଜାଣିବାର ଆବଶ୍ୟକତା ରହିଛି। ଏଥିପାଇଁ ନିଜ ଅଞ୍ଚଳ ବିଷୟରେ ପ୍ରତ୍ୟେକ ନାଗରିକ କିଛି ଲେଖିବା ଉଚିତ।

ଓଡ଼ିଶାରେ ଆଞ୍ଚଳିକ ଓ ସମକାଳୀନ ଇତିହାସର ଦିଗ ଅତ୍ୟନ୍ତ ଦୁର୍ବଳ। ନିଜ ଅଞ୍ଚଳ ସମ୍ପର୍କରେ ନିଜେ କିଛି ଜାଣିବାର ଆବଶ୍ୟକତା ରହିଛି। ଏଥିପାଇଁ ନିଜ ଅଞ୍ଚଳ ବିଷୟରେ ପ୍ରତ୍ୟେକ ନାଗରିକ କିଛି ଲେଖିବା ଉଚିତ।

khhkk

ଭୁବନେଶ୍ବର: ଓଡ଼ିଶାରେ ଆଞ୍ଚଳିକ ଓ ସମକାଳୀନ ଇତିହାସର ଦିଗ ଅତ୍ୟନ୍ତ ଦୁର୍ବଳ। ନିଜ ଅଞ୍ଚଳ ସମ୍ପର୍କରେ ନିଜେ କିଛି ଜାଣିବାର ଆବଶ୍ୟକତା ରହିଛି। ଏଥିପାଇଁ ନିଜ ଅଞ୍ଚଳ ବିଷୟରେ ପ୍ରତ୍ୟେକ ନାଗରିକ କିଛି ଲେଖିବା ଉଚିତ। ଯାହାଦ୍ବାରା ପରବର୍ତ୍ତୀ ପିଢ଼ି ନିଜ ଜନ୍ମସ୍ଥାନର ଇତିହାସ ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ ବୋଲି ଲେଖକ ଜଗଦୀଶ ଚନ୍ଦ୍ର ବକ୍ସିପାତ୍ରଙ୍କ ପୁସ୍ତକ ‘ରାୟଗଡ଼’ର ଲୋକାର୍ପଣ ଅବସରରେ ଅତିଥିମାନେ କହିଛନ୍ତି।

ବୁଦ୍ଧ ମନ୍ଦିର ସଭାକକ୍ଷରେ ସାମ୍ବାଦିକ ପ୍ରମୋଦ ସାମନ୍ତରାୟଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ, ଆଲୋଚକ କେଦାର ମିଶ୍ର ଓ ପୁସ୍ତକର ରଚୟିତା ଜଗଦୀଶ ଚନ୍ଦ୍ର ବକ୍ସିପାତ୍ର ଯୋଗଦେଇଥିଲେ। ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ କହିଲେ ଯେ ବର୍ତ୍ତମାନ ପ୍ରକାଶନ ଶିଳ୍ପ ଦୁରବସ୍ଥା ଦେଇ ଗତି କରୁଥିଲା ବେଳେ ପ୍ରତ୍ୟେକ ନୂଆ ବହିକୁ ସ୍ବାଗତ କରିବା ଦରକାର। ଏହି ପୁସ୍ତକରେ ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ଜୀବନଶୈଳୀ ସମ୍ପର୍କରେ ଲେଖକ ଉଲ୍ଲେଖ କରିଛନ୍ତି। ଦକ୍ଷିଣ ଓଡ଼ିଶା ସମ୍ପର୍କରେ ଜାଣିବା ପାଇଁ ‘ରାୟଗଡ଼’ ପୁସ୍ତକ ଏକ ଉତ୍ସ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିବା ସହିତ ପୁସ୍ତକର ପାଠକାଦୃତି କାମନା କରିଥିଲେ।
ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ଶ୍ରୀ ଦାସ କହିଲେ ଆଭ୍ୟନ୍ତରୀଣ ଓଡ଼ିଶା ସମ୍ପର୍କରେ ଯଦି କେହି ଜ୍ଞାନ ଆହରଣ କରିବାକୁ ଚାହାନ୍ତି, ତେବେ ଏଭଳି ପୁସ୍ତକ ନିଶ୍ଚିତ ଗବେଷକଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେବ। ପ୍ରତ୍ୟେକ ଜିଲ୍ଲାର ଇତିହାସ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପଢ଼ାଯିବା ଦରକାର ବୋଲି ଶ୍ରୀ ଦାସ କହିଥିଲେ। ଆଲୋଚକ ଶ୍ରୀ ମିଶ୍ର ପୁସ୍ତକର ସମୀକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ସନ୍ଧ୍ୟାରାଣୀ ବକ୍ସିପାତ୍ର, ଭୃଗୁ ବକ୍ସିପାତ୍ର ଓ ଲୋପାମୁଦ୍ରା ବକ୍ସିପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe