ଜଗନ୍ନାଥଙ୍କ ମାଲିକାନାରୁ ରୟତମାନେ ଫେରିପାଇବେ ସ୍ବତ୍ତ୍ବ

Advertisment
ଶିଳ୍ପ, ଖଣି ଗିଳିଦେଲେ ଲ‌କ୍ଷେ ଏକର ଚାଷଜମି

Flickr

ଭୁବନେଶ୍ବର : ଜଟଣୀ ତହସିଲ୍‌ ଅନ୍ତର୍ଗତ ୧୧ ମୌଜାର ରୟତମାନେ ସେମାନଙ୍କ ସ୍ବତ୍ତ୍ବ ଫେରିପାଇବେ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ ହୋଇ ସାରିଥିବା ଭୂସମ୍ପତ୍ତି ପୁଣି ଥରେ ରୟତମାନଙ୍କ ନାମକୁ ଫେରିବ। ତେବେ ଅମୃତ ମଣୋହି ଜମି ସେମିତି ପୂର୍ବଭଳି ଶ୍ରୀଜଗନ୍ନାଥଙ୍କ ସ୍ବତ୍ତ୍ବ ହୋଇ ରହିବ। ୧୧ ମୌଜାର ହଜାର ହଜାର ଲୋକଙ୍କ ଦୀର୍ଘ ଦିନର ଦାବି ବାବଦରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୟତମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ଏଭଳି ପଦ‌କ୍ଷେପ ଗ୍ରହଣ କରିବା ନେଇ ସବୁଜ ସଂକେତ ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜଟଣୀର ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ଭୂଷଣ ବଳବନ୍ତରାୟ ଏହି ସୂଚନା ଦେଇଛନ୍ତି। ଏଖାରାଜାତ ମାହାଲ ରୟତ ସୁରକ୍ଷା କମିଟି ଓ ଆଞ୍ଚଳିକ ଭିଟାମାଟି ସୁରକ୍ଷା କମିଟି ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ବରମୁଣ୍ଡାରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ଶ୍ରୀ ବଳବନ୍ତରାୟ, ରୟତ ସୁରକ୍ଷା କମିଟି ସଭାପତି କୈଳାସ ଚନ୍ଦ୍ର ମହାପାତ୍ର ଓ ଭିଟାମାଟି ସୁରକ୍ଷା କମିଟି ସଭାପତି ସୁଦର୍ଶନ ରାଉତରାୟ ପ୍ରମୁଖ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ। ଏହି ମାମଲାରେ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ୫ଟି ସଚିବ ଭିକେ ପାଣ୍ଡିଆନ୍‌ ଓ ରାଜସ୍ବ ବିଭାଗ କର୍ତ୍ତୃପକ୍ଷ ସ୍ବତନ୍ତ୍ର ବନ୍ଦୋବସ୍ତ କରିଥିବାରୁ ରୟତମାନଙ୍କ ପକ୍ଷରୁ ଏହି ସମ୍ମିଳନୀରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe