ଓଡ଼ିଶା ଇତିହାସ ପୁନର୍ଲିଖନର ଆବଶ୍ୟକତା ରହିଛି: ଦାମ

ଐତିହାସିକ ବି.ସି. ରାୟଙ୍କ ଜୟନ୍ତୀ

ଓଡ଼ିଶା ଇତିହାସ ପୁନର୍ଲିଖନର ଆବଶ୍ୟକତା ରହିଛି: ଦାମ

ଭୁବନେଶ୍ୱର: ଉପଯୁକ୍ତ ଐତିହାସିକ ଗବେଷଣାର ଅଭାବ ଯୋଗୁଁ ଓଡ଼ିଶାର ପ୍ରକୃତ ଇତିହାସ ଆଜି ଅନ୍ଧକାରରେ ରହିଛି। ଓଡ଼ିଶା ଇତିହାସର ଉପାଦେୟ ତଥ୍ୟ ଜାଣିବାକୁ ହେଲେ ନୂଆକରି ଇତିହାସ ଲେଖିବାକୁ ପଡ଼ିବ ବୋଲି ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି। ଆଜି ସନ୍ଧ୍ୟାରେ ଓଡ଼ିଶା ସାହିତ୍ୟ ଏକାଡେମି ଓ ‘ସେଣ୍ଟର ଫର୍‌ ଆଡଭାନ୍‌ସ ଷ୍ଟଡିଜ ଇନ୍‌ ହିଷ୍ଟ୍ରି ଆଣ୍ଡ କଲ୍‌ଚର’ ପକ୍ଷରୁ ରାଜ୍ୟ ଅଭିଲେଖାଗାର ସମ୍ମିଳନୀ କକ୍ଷରେ ବିଶିଷ୍ଟ ଐତିହାସିକ ପ୍ରଫେସର ବି.ସି. ରାୟଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି। ଐତିହାସିକ କୈଳାସ ଚନ୍ଦ୍ର ଦାଶ ଯୋଗଦେଇ ଜଣେ ସଚ୍ଚା ଐତିହାସିକ ଭାବପ୍ରବଣତାରୁ ମୁକ୍ତ ହେବା ଉଚିତ ବୋଲି କହିଛନ୍ତି। ଅନ୍ୟମାନଙ୍କ ହେମନ୍ତ କୁମାର ପରିଜା, ପ୍ରଫେସର ଅତୁଲ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ସଂଜୟ କୁମାର ଛୁଆଁଳସିଂ ସ୍ୱାଗତ ଭାଷଣ ଏବଂ କବିତା ରାୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe