‘ସମ୍ବାଦ’ କୁପନ ଦେଖାଇ ଉପହାର ନେଲେ ପାଠକ

Advertisment
ଆଜି ଭାରତ ବନ୍ଦ: ‘ସମ୍ବାଦ’ ପାଠକଙ୍କ ପାଇଁ ଉପହାର ବିତରଣ ସ୍ଥଗିତ

ଭୁବନେଶ୍ୱର : କରୋନା କଟକଣା ପାଇଁ ଚଳିତ ବର୍ଷ ବାଲିଯାତ୍ରା ଅନୁଷ୍ଠିତ ହେଉ ନଥିଲେ ହେଁ ଭାରତ ମସଲା ଯୋଗାଇ ଆସୁଥିବା ବାଲିଯାତ୍ରା ଅଫର୍‌ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରିଛି। ଏହି ପରିପ୍ରେକ୍ଷୀରେ ‘ସମ୍ବାଦ’ ପାଠକଙ୍କ ପାଇଁ ମାଗଣା ଉପହାର ପ୍ରଦାନ କରାଯାଇଛି। ପାଠକମାନେ ସମ୍ବାଦରେ ପ୍ରକାଶ ପାଇଥିବା କୁପନ ଆଣି ସହରରେ ଖୋଲା ଯାଇଥିବା ଷ୍ଟଲ୍‌ରୁ ମାଗଣା ଉପହାର ନେଇଛନ୍ତି।

publive-image

ଉପହାର ପହଞ୍ଚାଇବା ପାଇଁ ସମ୍ବାଦ ପକ୍ଷରୁ ୪ଟି ସ୍ଥାନରେ ଷ୍ଟଲ୍‌ ଖୋଲିଥିବା ବେଳେ ଉପହାର ନେବା ପାଇଁ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥିଲା। ପଟିଆ ବିଗ୍‌ବଜାର ନିକଟ, ପୁରୁଣା ଭୁବନେଶ୍ବର ବଢ଼େଇବାଙ୍କ ଛକ, ବରମୁଣ୍ଡାସ୍ଥିତ ରୁଚିକା ମାର୍କେଟ୍‌, ଶ୍ରୀୟା ଛକସ୍ଥିତ ଆମ ଓଡ଼ିଶା ଅଫିସ୍‌ ସମ୍ମୁଖରେ ଷ୍ଟଲ୍‌ ଖୋଲି ପାଠକମାନଙ୍କୁ ଉପହାର ବଣ୍ଟନ କରାଯାଇଥିଲା। ସାମାଜିକ ଦୂରତା ବଜାୟ ସହ ମାସ୍କ ପିନ୍ଧି ପାଠକମାନେ ଆସି ଉପହାର ନେଇଥିଲେ। ତେବେ ବଢ଼େଇବାଙ୍କ ଛକ ଓ ରୁଚିକା ମାର୍କେଟ୍‌ରେ ପ୍ରବଳ ଭିଡ଼ ହେବାରୁ ପୁଲିସ୍‌କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe