ହରିଡ଼ାମଡ଼ାରେ ଡିଭାଇନ୍‌ ରିଟ୍ରିଟ୍‌ କେନ୍ଦ୍ରର ବାର୍ଷିକ ଉତ୍ସବ ପାଳିତ

Advertisment
ହରିଡ଼ାମଡ଼ାରେ ଡିଭାଇନ୍‌ ରିଟ୍ରିଟ୍‌ କେନ୍ଦ୍ରର ବାର୍ଷିକ ଉତ୍ସବ ପାଳିତ

ମେଣ୍ଢାଶାଳ: ରାଜଧାନୀ ଉପକଣ୍ଠ ମେଣ୍ଢାଶାଳ ନିକଟସ୍ଥ ହରିଡ଼ାମଡ଼ା ଗ୍ରାମଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିର୍ମିତ ଡିଭାଇନ୍‌ ରିଟ୍ରିଟ୍‌ କେନ୍ଦ୍ରର ବାର୍ଷିକ ଉତ୍ସବ ଓ ଦାଦୀ ସଦେଶୀଙ୍କ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବ୍ରହ୍ମାକୁମାରୀ ଲୀନା, ମାଉଣ୍ଟ୍‌ଆବୁରୁ ଆସିଥିବା ଶ୍ରୀମନ୍ତ ଭାଇ, ବ୍ରହ୍ମାକୁମାରୀ କମଲେଶ୍‌ ଦିଦିଜୀ, ସୁରେନ୍ଦ୍ର ଭାଇ, ସନ୍ତୋଷ ଭାଇ, ରାଜେଶ ଭାଇ, ବ୍ରହ୍ମାକୁମାରୀ ମିତା ପ୍ରମୁଖ ଉପସ୍ଥିତ ରହି ସୁସ୍ଥ ଜୀବନ ପାଇଁ ମାନସିକ ଚାପ ଦୂର କରାଯିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ହରିଡ଼ାମଡ଼ାର ଏହି କେନ୍ଦ୍ରରେ ଆଧ୍ୟାତ୍ମିକ ତାଲିମ୍‌, ଧ୍ୟାନ ଓ ଆସନ ଆଦି ଶିକ୍ଷା ଦେବାର ବ୍ୟବସ୍ଥା କରାଯାଉଛି ବୋଲି ବ୍ରହ୍ମକୁମାରୀ ଲୀନା ଏହି ଅବସରରେ କହିଥିଲେ। ଉତ୍ସବରେ ରାଜ୍ୟ ତଥା ଦେଶରୁ ୭ ହଜାରରୁ ଊର୍ଧ୍ୱ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe