ମଞ୍ଚରେ ‘ରେବତୀ, ଏବତୀ, ସେବତୀ’

Advertisment
ମଞ୍ଚରେ ‘ରେବତୀ, ଏବତୀ, ସେବତୀ’

ଭୁବନେଶ୍ୱର : ନାରୀ ସଶକ୍ତୀକରଣ କେବଳ ନାରୀର ଦାୟିତ୍ୱ ନୁହେଁ। ଏହା ପୁରୁଷ ଓ ନାରୀର ମିଳିତ ଆହ୍ଵାନ ହେବା ଉଚିତ। ତେବେ ଯାଇ ନାରୀଟିଏ ‘ସେବତୀ’ରୁ ‘ଏବତୀ’ ହୋଇପାରିବ। ଫକୀରମୋହନଙ୍କ ‘ରେବତୀ’ ଗଳ୍ପ ପରେ ଝିଅମାନଙ୍କ ମଧ୍ୟରେ ଜଳି ଉଠିଥିବା ଜିଦ୍‌ର ବହ୍ନିର ନାଟକୀୟ ରୂପ ଦେଖିବାକୁ ମିଳିଥିଲା ଆାଜି ସ୍ଥାନୀୟ ଭଞ୍ଜ କଳା ମଣ୍ଡପଠାରେ ପରିବେଷିତ ‘ରେବତୀ, ଏବତୀ, ସେବତୀ’ ନାଟକରେ। ଫକୀର ମୋହନଙ୍କ ‘ରେବତୀ’ ଯେଉଁଠାରେ ସରିଛି, ଏଇ ନାଟକ ତା’ ପରର କାହାଣୀ ହିଁ କହିଥିଲା।

ନାଟ୍ୟ ଚେତନା ପକ୍ଷରୁ ପରିବେଷିତ ଏହି ନାଟକର ରଚନା ସୁବୋଧ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶନା ଓ ଅଭିନୟକୁ ଓହ୍ଲାଇଥିଲେ ସୁଜାତା ପ୍ରିୟମ୍ବଦା। ରାଜ୍ୟ ସଂସ୍କୃତି ବିଭାଗ, ଓଡ଼ିଶା ସଂଗୀତ ନାଟକ ଏକାଡେମି ଓ ଓଡ଼ିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ନାଟ୍ୟଧାରା ପକ୍ଷରୁ ଆୟୋଜିତ ନାଟକ ସଂଧ୍ୟାର ଆଜି ଥିଲା ଶେଷ ଦିନ। ଆଜିର ସଂଧ୍ୟାରେ ଅତିଥିଭାବେ ନାଟ୍ୟକାର ସୁବୋଧ ପଟ୍ଟନାୟକ, ନିର୍ଦେଶକ ଉପେନ୍ଦ୍ର ନାୟକ, ନାଟ୍ୟସଂଘ ସମ୍ପାଦକ ଲାଲା ବୀରେନ ରାୟ ଓ ଅଭିନେତା ତଥା ନିର୍ଦେଶକ ଶରତ ସମ୍ରାଟ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe