ମୁକ୍ତାକାଶ ଆଶ୍ରମରେ ବିଦ୍ରୋହ: ତାଳିପକାଇ ଚାପିଦେବାକୁ ଅଧୀକ୍ଷକଙ୍କ ଉଦ୍ୟମ

Advertisment

ଆଜି ରାଜଧାନୀ ଉପକଣ୍ଠ ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମର ଅନ୍ତେବାସୀମାନେ ଅଧୀକ୍ଷକଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଥିଲେ। ଗତ କିଛି ଦିନ ହେଲା ଏଠାରେ ଚାଲିଥିବା ଅଧୀକ୍ଷକଙ୍କ ମନମାନିକୁ ବିରୋଧ କରି ଅନ୍ତେବାସୀମାନେ ମେଳି ବାନ୍ଧିଥିଲେ।

ଆଜି ରାଜଧାନୀ ଉପକଣ୍ଠ ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମର ଅନ୍ତେବାସୀମାନେ ଅଧୀକ୍ଷକଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଥିଲେ। ଗତ କିଛି ଦିନ ହେଲା ଏଠାରେ ଚାଲିଥିବା ଅଧୀକ୍ଷକଙ୍କ ମନମାନିକୁ ବିରୋଧ କରି ଅନ୍ତେବାସୀମାନେ ମେଳି ବାନ୍ଧିଥିଲେ।

cccc

ଭୁବନେଶ୍ବର/ମେଣ୍ଢାଶାଳ: ଆଜି ରାଜଧାନୀ ଉପକଣ୍ଠ ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମର ଅନ୍ତେବାସୀମାନେ ଅଧୀକ୍ଷକଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଥିଲେ। ଗତ କିଛି ଦିନ ହେଲା ଏଠାରେ ଚାଲିଥିବା ଅଧୀକ୍ଷକଙ୍କ ମନମାନିକୁ ବିରୋଧ କରି ଅନ୍ତେବାସୀମାନେ ମେଳି ବାନ୍ଧିଥିଲେ। ଆଶ୍ରମ କର୍ତ୍ତୃପକ୍ଷଙ୍କ ପରିଚାଳନାଗତ ତ୍ରୁଟି କାରଣରୁ ଜଣେ ଅନ୍ତେବାସୀ ଫେରାର ହୋଇଯିବା ଓ ଅନ୍ୟ ଜଣେ ନିଜର ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରିବା ଭଳି ଘଟଣା ଆଜି ସମସ୍ତ ଅନ୍ତେବାସୀଙ୍କୁ ଏକାଠି ‌ହେବାକୁ ବାଧ୍ୟ କରିଥିଲା। ତେଣୁ ଏସବୁକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନଜରକୁ ଆଣିବାକୁ ସେମାନେ ଆଜି ମୁଖ୍ୟଫାଟକରେ ଧାରଣା ଦେବାକୁ ଯୋଜନା କରିଥିଲେ। କିନ୍ତୁ ଆଶ୍ରମ ଅଧୀକ୍ଷକ ସେମାନଙ୍କୁ ବୁଝାସୁଝା କରିବା ସହ ପରୋକ୍ଷ ଧମକ ଦେଇ ଧାରଣା ଦେବାକୁ ସୁଯୋଗ ଦେଇ ନଥିଲେ। ଅନ୍ତେବାସୀମାନଙ୍କୁ ନେଇ ଏକ ପଞ୍ଚାୟତ ଗଠନ କରାଯାଇଥିଲା ଏବଂ ପଞ୍ଚାୟତ ଜରିଆରେ ସମସ୍ୟା ସବୁର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। କିନ୍ତୁ ଅଧୀକ୍ଷକଙ୍କ ତାଳିପକା ସମାଧାନ ଉଦ୍ୟମ ଅନ୍ତେବାସୀଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ଆଗକୁ ଅନ୍ତେବାସୀଙ୍କ ସମସ୍ୟା ସମାଧାନ ନହେଲେ, ପୁଣି ସେମାନଙ୍କ ବିଦ୍ରୋହ ମୁଣ୍ଡ ଟେକିବ ବୋଲି ସେମାନେ ଜଣାଇଛନ୍ତି। 

ଅନ୍ୟପଟେ ଆଶ୍ରମର ସମସ୍ୟାକୁ ନେଇ ‌ଜେଲ୍‌ ବିଭାଗ ଅବଗତ ଅଛି ଏବଂ ଜେଲ୍‌ ଡିଜି ମାମଲାକୁ ଗୁରୁତ୍ବର ସହ ନେଇଥିବା ଜଣାପଡ଼ିଛି। ଖୁବ୍‌ ଶୀଘ୍ର ଜେଲ୍‌ ଡିଜି ଅରୁଣ ରାୟ ଏହି ଆଶ୍ରମ ପରିଦର୍ଶନରେ ଆସିବେ ବୋଲି ସୂଚନା ମିଳିଛି। ଏକଦା ଏହି ଆଶ୍ରମରେ ୧୧୦ରୁ ଅଧିକ ଅନ୍ତେବାସୀ ରହୁଥିଲେ। ଏବେ ମାତ୍ର ୩୭ ଅନ୍ତେବାସୀ ଅଛନ୍ତି। ନରହନ୍ତା ଅପରାଧରେ ଆଜୀବନ ସଜା କାଟୁଥିବା କଏଦୀଙ୍କ ଆଚରଣ, ସ୍ବଭାବରେ ସୁଧାର ଆସିବା ପରିଲକ୍ଷିତ ହେଲେ, ଜେଲ୍‌ କର୍ତ୍ତୃପକ୍ଷ ସେମାନଙ୍କୁ ଏଠାକୁ ସ୍ଥାନାନ୍ତର କରନ୍ତି। ସେଭଳି କଏଦୀମ‌ାନେ ମୁକ୍ତାକାଶ ଆଶ୍ରମରେ ରହି ବିଭିନ୍ନ ତାଲିମ ନିଅନ୍ତି ଯେମିତିକି ଜେଲ୍‌ରୁ ମୁକୁଳିବା ପରେ ସେମ‌ାନେ ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହେବା ସହ ସ୍ବାବଲମ୍ବୀ ହୋଇପାରିବେ। ଏଥିପାଇଁ ଆଶ୍ରମରେ ତନ୍ତବୁଣିବା, ଗୋପାଳନ, ଚାଷ ଆଦି ବିଷୟରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥାଏ। ମାତ୍ର ଯେଉଁ ମହତ ଉଦ୍ଦେଶ୍ୟ ନେଇ ଜେଲ୍‌ ସଂସ୍କାର କାର୍ଯ୍ୟକ୍ରମରେ ଏସବୁ ଯୋଡ଼ି ହୋଇଥିଲା, ଏବେ ସେଥିରେ ବହୁ ବ୍ୟତିକ୍ରମ ପରିଲକ୍ଷିତ ହେଉଛି। ଅନ୍ତେବାସୀମାନଙ୍କୁ ପେଟପୂରା ଭଲ ଖାଦ୍ୟ ମିଳୁନାହିଁ। କଠିନ ଶ୍ରମ ଦେଇ ସେମାନେ ପନିପରିବା ଅମଳ କରୁଥିଲେ ହେଁ ତାଙ୍କ ଖାଇବା ଥାଳିରେ ସେସବୁ ନଥାଏ। ସେମାନଙ୍କ ପାରିଶ୍ରମିକ ମିଳିବାରେ ବିଳମ୍ବ କରାଯାଉଛି। କେହି ପ୍ରତିବାଦ କଲେ, ସେମାନଙ୍କୁ ଧମକ ମିଳେ। ଏମିତିକି ସେମାନଙ୍କ ଚରିତ୍ର ଖରାପ ବୋଲି ଲେଖି ସେମାନଙ୍କୁ ପୁଣି ମୂଳ ଜେଲ୍‌କୁ ଫେରାଇ ଦିଆଯିବ ବୋଲି ଧମକ ଦିଆଯାଏ। ସେହିଭଳି ସେମାନଙ୍କୁ ଅନ୍ୟ ଜେଲ୍‌ ଭଳି ଲକ୍‌ଅପ୍‌ରେ ରଖିଦିଆଯାଏ। ଏଭଳି ମାନସିକ ନିର୍ଯାତନା କାରଣରୁ ବିଭିନ୍ନ ସମୟରେ ଅନ୍ତେବାସୀମାନେ ଲୁଚିଛପି ପଳାଇଯାଆନ୍ତି। ନିକଟରେ ପଳାଇଥିବା ଅନ୍ତେବାସୀ ‌ଏବେ ବି ନିଖୋଜ ଅଛନ୍ତି। ସେହିଭଳି ଜଣେ ଅନ୍ତେବାସୀ ମାନସିକ ଭାରସାମ୍ୟ ହରାଇ ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏମ୍‌ସରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ସେ ୨ଦିନ ପୂ‌ର୍ବେ ଆଶ୍ରମକୁ ଫେରିଛନ୍ତି। ତେଣୁ ଆଶ୍ରମରେ ଚାପି ହୋଇ ରହିଥିବା ଅସନ୍ତୋଷ ଆଜି ବିକ୍ଷୋଭର ରୂପ ନେବାକୁ ଯାଉଥିଲା। କିନ୍ତୁ ଅଧୀକ୍ଷକ ସେମାନଙ୍କୁ ମୁଖ୍ୟ ଫାଟକ ନିକଟକୁ ଛାଡ଼ି ନଥିଲେ। ଅନ୍ତେବାସୀ ପଞ୍ଚାୟତ ଗଢ଼ି ସେମାନଙ୍କୁ ବୁଝାସୁଝା କରିଥିଲେ।   

ସୂଚନାଯୋଗ୍ୟ ଯେ ଅଧୀକ୍ଷକ ସମୀର ସାହୁ ବହୁ ସମୟରେ ଆଶ୍ରମରେ ଅନୁପସ୍ଥିତ ରହୁଛନ୍ତି। ଅଧିକାଂଶ ସମୟରେ ସେ ଭୁବନେଶ୍ବର ପ୍ରିଜନ୍‌ ଅଫିସ ଆଇଟି ସେଲ୍‌ରେ କାମ କରୁଛନ୍ତି। ଆଶ୍ରମ ପରିଚାଳନା ସମସ୍ୟାକୁ ନେଇ ସେ କେବେ ବି ମୁଣ୍ଡ ଖେଳାନ୍ତି ନାହିଁ ବୋଲି ଅନ୍ତେବାସୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe