ହାଇକୋର୍ଟଙ୍କ ଭର୍ତ୍ସନାରେ ପୁଲିସ ବିଭାଗରେ କମ୍ପନ, କ୍ୟାମ୍ପ ଅଫିସ୍‌ରେ ଡିଜିଙ୍କ ତନାଘନା

Advertisment
ପରୀ ହତ୍ୟା ମାମଲା : ନୟାଗଡ଼ ଥାନା ଆଇଆଇସିଙ୍କୁ ନିଲମ୍ବନ ଓ ଏସଡିପିଓଙ୍କୁ ବଦଳି କଲେ ଡିଜି

New Indian Express

ଭୁବନେଶ୍ୱର : ପରୀ ହତ୍ୟାକାଣ୍ଡ ହେଉ କି ଲକ୍‌ଡାଉନ୍‌ ବେଳେ ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ ମାମଲା; ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ପୁଲିସ ଓ କ୍ରାଇମ୍‌ବ୍ରାଞ୍ଚର ବିଫଳତା ପଦାରେ ପଡ଼ିଛି। ଏମିତିକି ପୁଲିସର ବିଫଳତାକୁ ନେଇ ହାଇକୋର୍ଟ ଚିନ୍ତାପ୍ରକଟ କରିବା ସହ ପୁଲିସକୁ ଭର୍ସନା କରିଛନ୍ତି। ହାଇକୋର୍ଟଙ୍କ ଭର୍ତ୍ସନା ପରେ ଏବେ ପୁଲିସ ବିଭାଗର ମୁଣ୍ଡବିନ୍ଧା‌ ବଢ଼ିଛି। ତେଣୁ ରାଜ୍ୟ ପୁଲିସ ବିଭାଗରେ କମ୍ପନ ସୃଷ୍ଟି ହୋଇଛି। ଡିଜି ଶ୍ରୀ ଅଭୟ ଶନିବାର କମିସନରେଟ୍‌ ପୁଲିସ, କ୍ରାଇମ୍‌ବ୍ରାଞ୍ଚ ଓ ଏସ୍‌ଆଇଟି ସହ ଘନଘନ ଆଲୋଚନା କରିଛନ୍ତି। ଡିଜିଙ୍କ କ୍ୟାମ୍ପ ଅଫିସ୍‌ରେ ଶନିବାର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି।

ଲକ୍‌ଡାଉନ୍‌ ବେଳେ ଭୁବନେଶ୍ୱରରେ ନାବାଳିକା ଦୁଷ୍କର୍ମ ମାମଲା, ସ୍କାଏ କିଙ୍ଗ୍‌କୁ ୬୫ଲକ୍ଷ ଠକେଇ ମାମଲା ଓ ପରୀ ହତ୍ୟାକାଣ୍ଡ ମାମଲାରେ ବରିଷ୍ଠ ଅଧିକାରୀମାନେ ଆହୁରି ତତ୍ପର ହେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପରୀ ଓ ରାଜଧାନୀ ନାବାଳିକା ଦୁଷ୍କର୍ମ ମାମଲାରେ ପୁଲିସ ଏକପ୍ରକାର ଫେଲ୍‌ ମାରିଥିବାରୁ ଡିଜି କ୍ଷୋଭ ପ୍ରକାଶ କରିଥିଲେ। ଏହି ବୈଠକରେ ପରୀ ତଦନ୍ତର ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଉମାଶଙ୍କର ଦାଶ ଉପସ୍ଥିତ ଥିଲେ।

ପରୀ ମାମଲାର ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ସୂଚନା ଦେଇଥିଲେ, ଏସ୍‌ଆଇଟି ତଦନ୍ତକୁ ମାତ୍ର ୪ ଦିନ ହୋଇଛି। କିଛି ବାଟ ତଦନ୍ତ ଆଗେଇଛି। ଏନେଇ କୌଣସି ସୂଚନା ଦେବା ପାଇଁ ଅତି କମ୍‌ରେ ଦୁଇ ସପ୍ତାହ ସମୟ ଦରକାର। ରାଜ୍ୟ ସରକାର ଓ ଡିଜି ତଦନ୍ତ ପାଇଁ ଏସ୍‌ଆଇଟିକୁ ଦାୟିତ୍ୱ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଶୁକ୍ରବାର ପରୀ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କ ଘରେ ଏସ୍‌ଆଇଟି ଚଢ଼ଉ କରି ବାପ-ପୁଅଙ୍କୁ ଘଣ୍ଟାଏ କାଳ ଜେରା କରିଥିଲା। ବାବୁଲିଙ୍କ ଡ୍ରାଇଭର୍‌ଙ୍କ ଘରେ ମଧ୍ୟ ଚଢ଼ଉ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe