ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିଯୁକ୍ତି ମେଳା

Advertisment
ପ୍ରାଣନାଥ  ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିଯୁକ୍ତି ମେଳା

ଭୁବନେଶ୍ୱର: ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଟିସିଏସ୍‌ ପକ୍ଷରୁ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ମହାବିଦ୍ୟାଳୟ ଓ ନିକଟବର୍ତ୍ତୀ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏଥିରେ ୮୭ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ବୋଲି ପ୍ଲେସମେଣ୍ଟ ମୁଖ୍ୟ ପ୍ରିୟବ୍ରତ ମହାନ୍ତି କହିଛନ୍ତି।

ପୂର୍ବରୁ ‘ଟେକ୍‌ ମହିନ୍ଦ୍ରା’, ‘ଇନଫୋସିସ୍‌’, ‘ୱିପ୍ରୋ’, ‘ଫାଲକନ ଫିଡସ୍‌’ ଭଳି ନାମିଦାମୀ କମ୍ପାନି ଏଠାରେ ନିଯୁକ୍ତି ମେଳା କରିଥିଲେ। ସେଥିରେ ପାଖାପାଖି ୨୦୦ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ। ଏହି ନିଯୁକ୍ତି ମେଳାରେ ଶ୍ରୀ ମହାନ୍ତିଙ୍କ ବ୍ୟତୀତ ସୁଶିଲ ପଟ୍ଟନାୟକ, ବାମଦେବ ମିଶ୍ର, ତପସ୍ୱିନୀ ନାୟକ, ଲାଲା ସୁନୀଲ କୁମାର ରାୟ, ଅଙ୍କିତା ମହାପାତ୍ର, ସମାପିକା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଚଳିତବର୍ଷ ଠାରୁ ମହାବିଦ୍ୟାଳୟ ପକ୍ଷରୁ ଭିନ୍ନକ୍ଷମ ଓ ବିପିଏଲ କାର୍ଡଧାରୀ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ‘ସିଭିଲ ସର୍ଭିସ କୋଚିଂ’ ଆରମ୍ଭ ହେବ ବୋଲି ଅଧ୍ୟକ୍ଷା ଅଜନ୍ତା ଶତପଥୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe