Redevelopment : ଭୁବନେଶ୍ବର ରେଳଷ୍ଟେସନ୍‌ର ପୁନର୍ବିକାଶ କାର୍ଯ୍ୟ, ଘରୋଇ ସଂସ୍ଥା କରିବ ପରିଚାଳନା

Advertisment

ଘରୋଇ ସଂସ୍ଥା ହାତକୁ ଯିବ ଭୁବନେଶ୍ବର ରେଳଷ୍ଟେସନ ପରିଚାଳନା ଓ ରକ୍ଷଣାବେକ୍ଷଣ। ହାଉସ୍‌ କିପିଙ୍ଗ୍‌ଠାରୁ ଆରମ୍ଭ କରି ବାଣିଜ୍ୟିକ କାର୍ଯ୍ୟକଳାପ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଘ‌ରୋଇ ସଂସ୍ଥା....

ଘରୋଇ ସଂସ୍ଥା ହାତକୁ ଯିବ ଭୁବନେଶ୍ବର ରେଳଷ୍ଟେସନ ପରିଚାଳନା ଓ ରକ୍ଷଣାବେକ୍ଷଣ। ହାଉସ୍‌ କିପିଙ୍ଗ୍‌ଠାରୁ ଆରମ୍ଭ କରି ବାଣିଜ୍ୟିକ କାର୍ଯ୍ୟକଳାପ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଘ‌ରୋଇ ସଂସ୍ଥା....

Untitled-6

ଭୁବନେଶ୍ବର: ଘରୋଇ ସଂସ୍ଥା ହାତକୁ ଯିବ ଭୁବନେଶ୍ବର ରେଳଷ୍ଟେସନ ପରିଚାଳନା ଓ ରକ୍ଷଣାବେକ୍ଷଣ। ହାଉସ୍‌ କିପିଙ୍ଗ୍‌ଠାରୁ ଆରମ୍ଭ କରି ବାଣିଜ୍ୟିକ କାର୍ଯ୍ୟକଳାପ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଘ‌ରୋଇ ସଂସ୍ଥା କରିବ। ଆସନ୍ତା ୯ ବର୍ଷ ପାଇଁ ସମନ୍ବିତ ଷ୍ଟେସନ ସୁବିଧା ପରିଚାଳନା ସେବା ନିମନ୍ତେ ଇ-ଟେଣ୍ଡର ମାଧ୍ୟମରେ ବିଡ୍‌ ଆହ୍ବାନ କରାଯାଇଛି। ଇତିମଧ୍ୟରେ ଆଜି ନୂଆଦିଲ୍ଲୀ ଠାରେ ପ୍ରି-ବିଡିଂ ବୈଠକ ବି ହୋଇଥିବା ଜଣାପଡ଼ିଛି। ଆଗ୍ରହୀ ଘରୋଇ ସଂସ୍ଥାମାନେ ମାର୍ଚ୍ଚ ୧୯ ତାରିଖ ସୁଦ୍ଧା ଅନ୍‌ଲାଇନ୍‌ ଇ-ବିଡ୍‌ ଦାଖଲ କରିପାରିବେ ବୋଲି ରେଳ ଭୂମି ବିକାଶ ପ୍ରାଧିକରଣ (ଆର୍‌ଏଲ୍‌ଡିଏ) ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଭୁବନେଶ୍ବର ବ୍ୟତୀତ ଦେଶର ଆଉ ୩ଟି ରେଳଷ୍ଟେସନ ଯଥା‌ ଗୁରୁଗ୍ରାମ, ସଫଦରଜଙ୍ଗ, ରାଣୀ କମଳାପତି ଷ୍ଟେସନ ମଧ୍ୟ ଏହି ତାଲିକାରେ ରହିଛି।

SCB Medical: ଏସ୍‌ସିବିରେ ଡାକ୍ତରଙ୍କ ‘ବାରି’ ପରମ୍ପରା ଶେଷ: ପସନ୍ଦର ଡାକ୍ତରଙ୍କୁ ଯେକୌଣସି ଦିନ ଦେଖାଇପାରିବେ, ଡାକ୍ତରଙ୍କ ଚାମ୍ବର, ୱାର୍ଡରେ ହେବ ଓପିଡି ରୋଗୀଙ୍କ ଚିକିତ୍ସା


ରେଳଷ୍ଟେସନଗୁଡ଼ିକର ପ୍ରମୁଖ ଆକର୍ଷଣ ସମ୍ପର୍କରେ ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି। ଭୁବନେଶ୍ବର ରେଳଷ୍ଟେସନ ସବୁ ଦୃଷ୍ଟିରୁ ବେଶ ଉପଯୋଗୀ ରହିଛି। ଷ୍ଟେସନକୁ ଉନ୍ନତ ସଡ଼କ ଓ ରେଳ ସଂଯୋଗ ରହିଛି। ଏହାବ୍ୟତୀତ ସହରର କେନ୍ଦ୍ରସ୍ଥଳରେ ଭୁବନେଶ୍ବର ଷ୍ଟେସନ ରହିଛି। ବ୍ୟବସାୟିକ ରାଜସ୍ବର ସମ୍ଭାବନାକୁ ସହଜ କରୁଥିବା ଉପଲବ୍ଧ ଯାତ୍ରୀ ସମାଗମ, ଆଧୁନିକ ସୁବିଧା ଯଥା ସିସିଟିଭି, ଲିଫ୍ଟ, ଏସ୍କାଲେଟର, ବିଏମ୍‌ଏସ୍‌, ଫୁଡ୍‌ କୋର୍ଟ, ରିଟେଲ୍‌ କିଓସ୍କ, ପେଡ୍‌ ଲାଉଞ୍ଜ୍‌, ପାର୍କିଂ, ବିଜ୍ଞାପନ ଓ କାର୍ଯ୍ୟାଳୟ ସ୍ଥଳୀରେ ବ୍ୟବସାୟ ପାଇଁ ଉତ୍କୃଷ୍ଟ ସୁବିଧା ଉପଲବ୍ଧ ରହିବ। ସମ୍ପୃକ୍ତ ସଂସ୍ଥା ଏହାର ପରିଚାଳନା କରିବ ବୋଲି ସୂଚନା ମିଳିଛି।

କମ୍ୟୁନିଟି ରେଡିଓ ହେଉଛି ଏକ ଅଞ୍ଚଳର ସ୍ୱର ଓ ସାହସ

ମାର୍ଚ୍ଚରେ ଖୋଲିବ ଏୟାର-କନ୍‌କୋର୍ସ

ଭୁବନେଶ୍ବର ରେଳଷ୍ଟେସନର ପୁନର୍ବିକାଶ କାର୍ଯ୍ୟ ଆଉ ପାଦେ ଆଗେଇଛି। ମାଷ୍ଟରକ୍ୟାଣ୍ଟିନ୍‌ ପାର୍ଶ୍ବରୁ କଟକରୋଡ୍‌ ପାର୍ଶ୍ବକୁ ସଂଯୋଗ ହେବାକୁ ଥିବା ଏୟାର-କନକୋର୍ସ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ  ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ଲାଟ୍‌ଫର୍ମଗୁଡ଼ିକରେ ଲିଫ୍ଟ ସଂଯୋଗ କାର୍ଯ୍ୟ ଅଧା ସରିଛି, ଯାହାକି ଏୟାର-କନକୋର୍ସ ଯିବାକୁ ଯାତ୍ରୀଙ୍କୁ ସହଜ କରାଇବ। ଯାତ୍ରୀ ଚଳପ୍ରଚଳ କ୍ଷେତ୍ର, ପୃଥକ ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ, ଏସ୍କାଲେଟର, ବ୍ୟାଗେଜ୍‌ ସୁରକ୍ଷା ଯାଞ୍ଚ କ୍ଷେତ୍ର, ସୂଚନା କେନ୍ଦ୍ର, ଫୁଡ୍‌ ପ୍ଲାଜା, ପ୍ରତୀକ୍ଷା ଅଞ୍ଚଳ କାମ ମଧ୍ୟ ଶେଷ ହୋଇଛି। ଏହି ଷ୍ଟେସନର ପୁନର୍ବିକାଶ ଭାରତୀୟ ରେଳବାଇ ଅମୃତ ଷ୍ଟେସନ ଯୋଜନାରେ କରାଯାଉଛି ବୋଲି ଭାରତୀୟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ମୁଖ୍ୟ ପ୍ରବେଶପଥରେ ଥିବା କୋଠାର ତଳମହଲା ସହ ୪ ମହଲା ଏବଂ କଟକରୋଡ୍‌ ପାର୍ଶ୍ବର ତଳମହଲା ସହ ଦୁଇ ମହଲା ବିଲ୍‌ଡିଂ କାର୍ଯ୍ୟ ଶେଷ ହୋଇଛି। ଆଭ୍ୟନ୍ତରୀଣ କାର୍ଯ୍ୟ ଜାରି ରହିଛି। ଉଭୟ ପାର୍ଶ୍ବର ପ୍ଲାଟ୍‌ଫର୍ମ ଛାତ କାମ, ସମନ୍ବିତ ଯାତ୍ରୀ ପରିଚାଳନା ବ୍ୟବସ୍ଥା, ଫୁଟ୍‌ଓଭର ବ୍ରିଜ୍‌(ଏଫ୍‌ଓବି)ର ପାଖାପାଖି ଅଧାଭାଗ କାର୍ଯ୍ୟ ଶେଷ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe