ଭୁବନେଶ୍ବର: ପ୍ରାଣନାଥ ଉଚ୍ଚ ବିଦ୍ୟାଳୟ, ଜଟଣୀର ୭୫ବର୍ଷ ପୂର୍ତ୍ତି ଅବସରରେ ୧୯୮୩ ଜୁନିୟର ବ୍ୟାଚ୍ ପୁରାତନ ଛାତ୍ର ସ˚ସଦ ତରଫରୁ ‘ପ୍ଲାଟିନମ୍ ଜୁବୁଲି ବକ୍ତୃତା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେର ଯୋଗଦେଇ ‘ଶ୍ରୀଲଙ୍କା ଓ ଓଡ଼ିଶା’ ପ୍ରସଙ୍ଗରେ ଆଲୋଚନା କରିଥିଲେ ଶ୍ରୀଲଙ୍କାର ବିଶିଷ୍ଟ ଔପନ୍ୟାସିକ ଦୟା ଦିସାନାୟକେ। କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବା ପ୍ରଫେସର ଯତୀନ ନାୟକଙ୍କ ସହ ବାର୍ତ୍ତାଳାପ ମାଧ୍ୟମରେ ସେ କହିଥିଲେ, ଓଡ଼ିଶା ସହ ଶ୍ରୀଲଙ୍କାର ସମ୍ପର୍କ ପୁରୁଣା। କଳିଙ୍ଗରୁ ଯାଇଥିବା ଦୁଇ ବୌଦ୍ଧ ସନ୍ନ୍ୟାସୀ ଶ୍ରୀଲଙ୍କାରେ ବୌଦ୍ଧଧର୍ମର ମୂଳଦୁଆ ପକାଇଥିଲେ। ଶ୍ରୀଲଙ୍କାରେ ବିଶ୍ବବିଦ୍ୟାଳୟ ସ୍ତରରେ ସଂସ୍କୃତ, ପାଲି, ତାମିଲ ଏବଂ ହିନ୍ଦୀ ପଢ଼ାଯାଉଛି। ଓଡ଼ିଶା ସରକାର ଚାହିଲେ ଓଡ଼ିଆ ମଧ୍ୟ ସାମିଲ ହୋଇପାରିବ। ବିଶିଷ୍ଟ କବି ଓ ଅନୁବାଦକ ସଂଗ୍ରାମ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ମିଶ୍ର ଏବଂ ପୁରାତନ ଛାତ୍ର ସ˚ସଦର ସଭାପତି ସୁନୀଲ ଅଗ୍ରଵାଲ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପୁରାତନ ଛାତ୍ର ମହେନ୍ଦ୍ର ପ୍ରସାଦ।
ଓଡ଼ିଶା ସହିତ ଶ୍ରୀଲଙ୍କାର ପୁରୁଣା ସମ୍ପର୍କ ରହିଛି: ଦିସାନାୟକେ
Advertisment
Follow Us