ଶୁଭ ଶୁକ୍ରବାର: ସ୍ମରଣ କଲେ ଯୀଶୁଙ୍କ ତ୍ୟାଗ

ଶୁଭ ଶୁକ୍ରବାର: ସ୍ମରଣ କଲେ ଯୀଶୁଙ୍କ ତ୍ୟାଗ

ଭୁବନେଶ୍ବର: ‘ଝୁଲିଲ ମୋ’ ପାଇଁ କ୍ରୁଶରେ ଆହେ ମୋ ଯୀଶୁ ସୁନ୍ଦର...। ଝରିଗଲା ଝରଝର କେତେ ତପତ ରୁଧିର...।’ ଏହିଭଳି ଭାବେ ସହରର ବିଭିନ୍ନ ଚର୍ଚ୍ଚରୁ ସମବେତ ସ୍ୱରରେ ଗୁଞ୍ଜରି ଉଠିଥିଲା ଯୀଶୁଙ୍କ କ୍ରୁଶବିଦ୍ଧର ଅନେକ ଦାରୁଣ ଗୀତିମାଳା। ଆଜି ଶୁଭ ଶୁକ୍ରବାର (ଗୁଡ୍‌-ଫ୍ରାଇଡେ’) ଅବସରରେ ଜଗତ କଲ୍ୟାଣ ପାଇଁ କ୍ରୁଶବିଦ୍ଧ ହୋଇଥିବା ଯୀଶୁଙ୍କୁ ସୁମରିଥିଲେ ଖ୍ରୀଷ୍ଟ ଭକ୍ତ।

ଖ୍ରୀଷ୍ଟ (ସମ୍ମିଳିତ)ମଣ୍ଡଳୀ ଆନୁକୂଲ୍ୟରେ ୟୁନିଟ୍‌-୪ସ୍ଥିତ ୟୁନିଅନ୍‌ ଚର୍ଚ୍ଚରେ ସକାଳ ୧୦ଟାରେ ଇଂରାଜୀରେ ଏବଂ ଅପରାହ୍‌ଣ ୪ଟାରେ ଓଡ଼ିଆରେ ଉପାସନା ହୋଇଥିଲା। ହଜାର ହଜାର ଖ୍ରୀଷ୍ଟ ଭକ୍ତଙ୍କ ସମେତ ହିନ୍ଦୁମାନେ ବି ଏଥିରେ ସାମିଲ୍‌ ହୋଇ ଯୀଶୁଙ୍କ ଗୁଣକୀର୍ତ୍ତନ କରିବା ସହ ପ୍ରାର୍ଥନାରେ କୃତଜ୍ଞତା ଜ୍ଞାପନ କରିଥିଲେ। ୟୁନିୟନ୍‌ ଚର୍ଚ୍ଚରେ ଦିଲ୍ଲୀରୁ ଆସିଥିବା ବକ୍ତା ବିଜୟସ୍‌ ଲାଲ୍‌ ପ୍ରଭୁ ଯୀଶୁଙ୍କର କ୍ରୁଶବିଦ୍ଧର କାହାଣୀ କହିଥିଲେ। ସେହିପରି ସତ୍ୟନଗର କ୍ୟାଥୋଲିକ୍‌ ଚର୍ଚ୍ଚରେ ମଧ୍ୟ ଅନୁରୂପ ଭିଡ଼ ଦେଖିବାକୁ ମିଳିଥିଲା।

publive-image

ଅପରାହ୍‌ଣରୁ ଆରମ୍ଭ ହୋଇଯାଇଥିଲା ଇଂରାଜୀ, ହିନ୍ଦୀ ଓ ଓଡ଼ିଆରେ ପ୍ରାର୍ଥନା ଓ ଈଶ୍ୱରଙ୍କ ଆରଧନା। ଚର୍ଚ୍ଚ ପରିସରରେ କିଛି ଭକ୍ତ ଏକାଠି ହୋଇ ବୁଲି ବୁଲି ଯୀଶୁଙ୍କ କ୍ରୁଶବିଦ୍ଧ କାହାଣୀକୁ ନାଟକ ରୂପରେ ପରିବେଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe