ଆଗେଇପାରୁନି ସରଦେଈପୁର-ନିମାପଡ଼ା ରାସ୍ତା ନବୀକରଣ କାମ

Advertisment
ଆଗେଇପାରୁନି ସରଦେଈପୁର-ନିମାପଡ଼ା ରାସ୍ତା ନବୀକରଣ କାମ

ବାଲିଅନ୍ତା: ସରଦେଈପୁର-ନିମାପଡ଼ା ରାସ୍ତା ନବୀକରଣ କାର୍ଯ୍ୟ ବିଳମ୍ବିତ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ଦେଖାଦେଇଛି। ରାସ୍ତାର ଉଭୟ ପାର୍ଶ୍ବରେ ଗଦା ହୋଇଥିବା ମାଟି, ବାଲି, ଗୋଡ଼ି ଯାତାୟାତରେ ସମସ୍ୟା ସୃଷ୍ଟି କରିୁଛି। ମାଟି ଗଦାସବୁ ରାସ୍ତା ଅବରୋଧ କରୁଥିବାରୁ ପଥଚାରୀମାନେ ବହୁ ସମସ୍ୟାରେ ପଡ଼ୁଛନ୍ତି। ପୁଣି ବର୍ଷା ଦିନ ପାଇଁ ଏହି ମାଟିଗଦା ରାସ୍ତାରେ କାଦୁଅ କରୁଥିବାରୁ ଲୋକଙ୍କ ଚଳାଚଳ ବେଶି ପ୍ରଭାବିତ ହେଉଛି। ସୂଚନାଯୋଗ୍ୟ ଯେ ରାସ୍ତା ଭିତ୍ତିପ୍ରସ୍ତର ସ୍ଥାପନକୁ ଏହା ମଧ୍ୟରେ ୪ ମାସ ବିତିଗଲାଣି।

ହେଲେ ନବୀକରଣ କାର୍ଯ୍ୟ ମାଟିଗଦା କରାଯିବାରେ ସୀମିତ ରହିଛି। ମାଟି ଗଦା ଯୋଗୁ ରାସ୍ତାରେ ଗୋଟିଏ ଭାରୀଯାନ ଗଲେ, ବିପରୀତ ଦିଗରୁ ଆଉ କୌଣସି ଗାଡ଼ି ଯିବା ସମ୍ଭବ ହେଉନାହିଁ। ରାତିରେ ଲୋକେ ବଡ଼ ଅସୁବିଧା ଭୋଗୁଛନ୍ତି। ବଡ଼ ଗାଡ଼ି ଅତିକ୍ରମ କଲା ବେଳେ ବାଇକ୍‌ ଓ ସାଇକେଲ ଆରୋହୀ ମାଟଗଦାରେ ପଡ଼ୁଛନ୍ତି। ଏ ସଂପର୍କରେ ସହକାରୀ ନିର୍ବାହୀଯନ୍ତ୍ରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବନ ବିଭାଗ ପକ୍ଷରୁ ଗଛ କାଟିବା ବିଳମ୍ବିତ ହେଉଥିବାରୁ କାମ ଅଟକିଛି। ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe