Report sought from CRUT: ‘ଆମ ବସ୍‌’ରେ ନାହିଁ ଦିବ୍ୟାଙ୍ଗ-ସହାୟକ ବ୍ୟବସ୍ଥା କ୍ରୁଟ୍‌ ପରିଚାଳନା ନିର୍ଦ୍ଦେଶକଙ୍କ ନିକଟରୁ ରିପୋର୍ଟ ତଲବ

ଟୁଇନ୍‌ ସିଟି କଟକ-ଭୁବନେଶ୍ୱରରେ ଚଳାଚଳ କରୁଥିବା ‘ଆମ ବସ୍‌’ରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ନଥିବା ଅଭିଯୋଗକୁ ରାଜ୍ୟ ଭିନ୍ନକ୍ଷମ କମିସନର (ଏସ୍‌ସିପିଡି) ଗୁରୁତ୍ବର ସହିତ ଗ୍ରହଣ...

Untitled-6

କଟକ: ଟୁଇନ୍‌ ସିଟି କଟକ-ଭୁବନେଶ୍ୱରରେ ଚଳାଚଳ କରୁଥିବା ‘ଆମ ବସ୍‌’ରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ନଥିବା ଅଭିଯୋଗକୁ ରାଜ୍ୟ ଭିନ୍ନକ୍ଷମ କମିସନର (ଏସ୍‌ସିପିଡି) ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। କମିସନର ଏ ସଂପର୍କିତ ମାମଲାର ଶୁଣାଣି କରି କ୍ରୁଟ୍ (କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ) ପରିଚାଳନା ନିର୍ଦ୍ଦେଶକଙ୍କ ନିକଟରୁ ରିପୋର୍ଟ ତଲବ କରିଛନ୍ତି। କ୍ରୁଟ୍‌ ପରିଚାଳନା ନିର୍ଦ୍ଦେଶକ ଆବେଦନରେ ଉଲ୍ଲେଖ ଅଭିଯୋଗର ତଦନ୍ତ କରିବା ସହିତ ଏହି ପ୍ରସଙ୍ଗରେ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବେ। ଏ ନେଇ ନଭେମ୍ବର ୨୮ ସୁଦ୍ଧା ବିସ୍ତୃତ ରିପୋର୍ଟ କମିସନରଙ୍କ ନିକଟରେ ଦାଖଲ କରିବେ। କମିସନର ଦିବ୍ୟାଙ୍ଗ ଅଧିକାର କର୍ମୀ ମଣ୍ଟୁ ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।  

ମାମଲାର ବିବରଣୀରୁ ପ୍ରକାଶ ଯେ ଟୁଇନ୍‌ ସିଟି କଟକ-ଭୁବନେଶ୍ବରରେ ଚାଲିଥିବା ଆମ ବସ‌୍‌ରେ ଦିବ୍ୟାଙ୍ଗଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ନଥିବା ଶ୍ରୀ ଦାସ ଅଭିଯୋଗ କରିଛନ୍ତି। କମିସନରଙ୍କ ନିକଟରେ ଦାଖଲ ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଆମ ବସ୍‌ରେ ଦିବ୍ୟାଙ୍ଗ ଅଧିକାର ଆଇନ କ୍ଷୁଣ୍ଣ ହେଉଛି। ଏହି ବସ୍‌ରେ ରୢାମ୍ପସ୍ ନଥିବାରୁ ହୁଇଲଚେୟାର ବ୍ୟବହାର କରୁଥିବା ଦିବ୍ୟାଙ୍ଗମାନଙ୍କ ଚଡ଼ିବା, ଓହ୍ଲାଇବା ଅସମ୍ଭବ। ଏଥି ସହିତ ଆମ ବସ୍‌ରେ ଚଢ଼ିବା ପାଇଁ କମ୍‌ ଉଚ୍ଚର ପ୍ରବେଶ ବ୍ୟବସ୍ଥା ମଧ୍ୟ ନାହିଁ। ଆମ ବସ୍‌ରେ ଅଡିଓ ଓ ଭିଡିଓ ମାଧ୍ୟମରେ ଘୋଷଣା ବ୍ୟବସ୍ଥା ସହିତ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ସିଟ୍‌ ସଂରକ୍ଷିତ ରଖାଯିବା କଥା। ୨୦୧୬ର ଭିନ୍ନକ୍ଷମଙ୍କ ଅଧିକାର ସଂପର୍କିତ ଆଇନ ଅନୁସାରେ ପରିବହନ ବ୍ୟବସ୍ଥାକୁ ଦିବ୍ୟାଙ୍ଗ ଅନୁକୂଳ କରାଯିବା ବାଧ୍ୟତାମୂଳକ। ଆମ ବସ୍‌ରେ ଆଇନ ଅନୁସାରେ ଜଣେ ଦିବ୍ୟାଙ୍ଗୁ ସମାନ ସୁଯୋଗ, ସୁବିଧା ଦିଆଯିବା କଥା। ସମ୍ମାନର ସହିତ ଦିବ୍ୟାଙ୍ଗ ଯେପରି ଗମନାଗମନ କରିପାରିବେ ତାହା ସୁନିଶ୍ଚିତ କରାଯିବା ଉଚିତ। ଏହି ଆଇନ କଡ଼ାକଡ଼ି ପାଳନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ମାତ୍ର କ୍ରୁଟ୍‌ ଦ୍ବାରା ପରିଚାଳିତ ବସ୍‌ରେ ଦିବ୍ୟାଙ୍ଗ ଅନୁକୂଳ ବ୍ୟବସ୍ଥା କରାଯାଉ ନଥିବାରୁ ଦିବ୍ୟାଙ୍ଗମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଶ୍ରୀ ଦାସଙ୍କ ଆବେଦନରେ ଉଲ୍ଲେଖ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe