ସାଧାରଣତନ୍ତ୍ର ଦିବସ ପରେଡ୍‌ ପ୍ରସ୍ତୁତି: ରିହର୍ସାଲ୍‌ରେ ଭାଗନେଲେ ୪୫ ଦଳ

Advertisment

ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ। ଏହା ପୂର୍ବରୁ ଆଜିଠୁ ଆରମ୍ଭ ହୋଇଛି ପରେଡ୍‌ ରିହର୍ସାଲ। ପ୍ରଥମ ଦିନରେ ପରେଡ୍‌ କମାଣ୍ଡାଣ୍ଟ ଆଇପିଏସ୍‌ ଭୋଷଲେ ଶୁଭମ୍‌ ସଞ୍ଜୟଙ୍କ ନେତୃତ୍ବରେ ବିଏସ୍‌ଏଫ...

ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ। ଏହା ପୂର୍ବରୁ ଆଜିଠୁ ଆରମ୍ଭ ହୋଇଛି ପରେଡ୍‌ ରିହର୍ସାଲ। ପ୍ରଥମ ଦିନରେ ପରେଡ୍‌ କମାଣ୍ଡାଣ୍ଟ ଆଇପିଏସ୍‌ ଭୋଷଲେ ଶୁଭମ୍‌ ସଞ୍ଜୟଙ୍କ ନେତୃତ୍ବରେ ବିଏସ୍‌ଏଫ...

sfsfsfcc

ଭୁବନେଶ୍ବର: ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ। ଏହା ପୂର୍ବରୁ ଆଜିଠୁ ଆରମ୍ଭ ହୋଇଛି ପରେଡ୍‌ ରିହର୍ସାଲ। ପ୍ରଥମ ଦିନରେ ପରେଡ୍‌ କମାଣ୍ଡାଣ୍ଟ ଆଇପିଏସ୍‌ ଭୋଷଲେ ଶୁଭମ୍‌ ସଞ୍ଜୟଙ୍କ ନେତୃତ୍ବରେ ବିଏସ୍‌ଏଫ, ସିଆର୍‌ପିଏଫ୍‌, ୧୨୦ ବାଟାଲିୟନ, ଆଇଟିବିପି, ଏସ୍‌ଏସ୍‌ବିଏନ୍‌, ଏପିଆର୍‌, ଅଗ୍ନିଶମ, ଏସ୍‌ଓଜି, ଓଆଇଏସ୍‌ଏଫ୍‌ ସମେତ ୪୫ଟି ଟ୍ରୁପ୍‌ ଭାଗନେଇଛନ୍ତି। ଚଳିତ ଥର ୫୦ରୁ ଅଧିକ ଟ୍ରୁପ ସାମିଲ ହେବେ ବୋଲି ଜଣାପଡ଼ିଛି। ରିହର୍ସାଲ୍‌ ସମୟରେ ଡେୟାର ଡେଭିଲ୍ସ ଓ ଉତ୍କଳ ସ୍କେଟିଂ ଟିମ୍‌ ଚିତ୍ତାକର୍ଷକ କଳାକୌଶଳ ପ୍ରଦର୍ଶନ କରିଥିଲେ। ପୁଲିସ କମିସନର ଏସ୍‌ ଦେବଦତ୍ତ ସିଂ ପରେଡ୍‌ ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ‌ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଅଞ୍ଚଳରେ ବ୍ୟାରିକେଡିଂ ବ୍ୟବସ୍ଥା ସହ ସିସିଟିଭି ଉପରେ ଗୁରୁତ୍ବ ଦିଆଯାଇଛି। ସେଠାରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ କଣ୍ଟ୍ରୋଲ୍‌ ରୁମ୍‌ ପ୍ରତିଟି ଦିଗ ଉପରେ ନଜର ରଖିବ।

ଡେୟାର୍‌ ଡେଭିଲ୍ସ, ଉତ୍କଳ ସ୍କେଟିଂ ଟିମ୍‌ର ଚିତ୍ତାକର୍ଷକ ପ୍ରଦର୍ଶନ
ଗାନ୍ଧୀମାର୍ଗରେ ୩ ଦିନ ଟ୍ରାଫିକ୍‌ କଟକଣା

ସେହିପରି ଏହି ସମୟରେ କମିସନରେଟ୍‌ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍‌ ପରିଚାଳନା ମାର୍ଗଦର୍ଶିକା ଜାରି କରାଯାଇଛି। ୨୩ ତାରିଖ‌ ଅପରାହ୍‌ଣ ୨ଟାରୁ ସାଢ଼େ ୬ଟା ଓ ୨୪ ତାରିଖ ସକାଳ ୭ଟାରୁ ୧୧ଟା ୩୦ ମଧ୍ୟରେ ପରେଡ୍‌ ଅଭ୍ୟାସ ହେବ। ୨୬ ତାରିଖ ସକାଳ ସାଢ଼େ ୬ଟାରୁ ପରେଡ୍‌ ଶେଷ ହେବା ପର୍ଯ୍ୟନ୍ତ ଜାରି ହୋଇଥିବା ଏହି କଟକଣା ବଳବତ୍ତର ରହିବ। କୌଣସି ଗାଡ଼ିକୁ ମାଷ୍ଟରକ୍ୟାଣ୍ଟିନ୍‌ ଦେଇ ଗାନ୍ଧୀମାର୍ଗକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ସଚିବାଳୟ ମାର୍ଗରେ ହାଉସିଂବୋର୍ଡରୁ ପିଏମ୍‌ଜି ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ରବୀନ୍ଦ୍ର ମଣ୍ଡପ ପୂର୍ବରୁ ବାମପଟକୁ ବୁଲିଯିବେ। ଏଜିରୁ ପିଏମ୍‌ଜି ଆସୁଥିବା ଗାଡ଼ିଗୁଡ଼ିକ ଇନ୍ଦିରା ଗାନ୍ଧୀ ପାର୍କ ପୂର୍ବରୁ ଡାହାଣକୁ ବୁଲିଯିବେ। ୧୨୦ ବାଟାଲିୟନରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ଗାଡ଼ି ଏମ୍‌ଏଲ୍‌ଏ କଲୋନି ଛକରୁ କଲୋନି ଭିତରକୁ ବୁଲିଯିବେ। ପାର୍କିଂ ପାଇଁ ମଧ୍ୟ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ ହୋଇଛି। ରେଳଷ୍ଟେସନ୍‌ ପାଖରେ ଥିବା ବିଡିଏ ବସ୍‌ଷ୍ଟାଣ୍ଡ ନିକଟରେ, କଂଗ୍ରେସ ଭବନ ପାଖ, ଇଡକଲ୍‌ ଅଡିଟୋରିୟମ, ଜୟଦେବ ଭବନ ପରିସର, ୟୁନିଟ୍‌-୩ ଏସ୍‌ବିଆଇ ପାଖରେ, ରବୀନ୍ଦ୍ର ମଣ୍ଡପ ପରିସର, ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପାର୍କିଂ କରିବାକୁ ହେବ। ଧାର୍ଯ୍ୟ ଜାଗାରେ ପାର୍କିଂ ନ କଲେ ଜରିମାନା ଦେବାକୁ ପଡ଼ିବ ବୋଲି କମିସନରେଟ୍‌ ପୁଲିସ୍‌ ପକ୍ଷରୁ ମାର୍ଗଦର୍ଶିକାରେ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe