ଭୁବନେଶ୍ୱର: ସଂସଦ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିବାକୁ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଉତ୍କଳ ସମ୍ମିଳନୀ, ମଞ୍ଚେଶ୍ୱର ଶାଖାର ସଦସ୍ୟମାନେ ଭେଟି ଅନୁରୋଧ କରିଛନ୍ତି। ସମ୍ମିଳନୀ ପକ୍ଷରୁ ଅତୀତରେ ଏନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବାଚସ୍ପତିଙ୍କୁ ଚିଠି ଲେଖାଯିବା ସହ ଗଣଧାରଣା ଦିଆଯାଇଛି। ରାଜ୍ୟପାଳଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି। କିନ୍ତୁ ଏଯାବତ୍ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସମ୍ମିଳନୀର ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ତେବେ ଶ୍ରୀ ପଟ୍ଟନାୟକ ମଧୁବାବୁଙ୍କ ମୂର୍ତ୍ତି ପ୍ରତିଷ୍ଠା ଦିଗରେ ଉଦ୍ୟମ କଲେ, ତାହା ଫଳପ୍ରଦ ହେବ ବୋଲି ସମ୍ମିଳନୀ ପକ୍ଷରୁ କୁହାଯାଇଛି। ଆଜିର ଏହି ସାକ୍ଷାତ ସମୟରେ ଶାଖାର ସଭାପତି ଦିଲ୍ଲୀପ ଦାଶଶର୍ମା, ଉପସଭାପତି ଶୀତଳ ଚନ୍ଦ୍ର ମହାନ୍ତି, ଯୁଗ୍ମ ସଂପାଦକ ବିଭୂତି ଭୂଷଣ ସ୍ୱାଇଁ ଓ ଅଶୋକ ପାଲଟାସିଂହ, ସମାଚାର ପତ୍ରିକା ସଂପାଦକ ଶିବ ପ୍ରସାଦ ମିଶ୍ର, ସଦସ୍ୟ ମହେଶ୍ୱର ବିଶ୍ୱାଳ, କ୍ଷେତ୍ରମୋହନ ନାୟକ, ଅଜୟ କାନୁନ୍ଗୋ ଏବଂ ଅକ୍ଷୟ କୁମାର ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us