ଲୋକନାଟକ କ୍ଷେତ୍ରରେ ଗବେଷଣା ହେଉ

Advertisment
ଲୋକନାଟକ କ୍ଷେତ୍ରରେ ଗବେଷଣା ହେଉ

ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ ‘ସାହିତ୍ୟାୟନ’ର ୧୧ତମ ବାର୍ଷିକ ଉତ୍ସବ ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଭାଷାବିତ୍‌୍‌ ପଦ୍ମଶ୍ରୀ ଡ.ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ସାହିତ୍ୟ ଓ ଭାଷା ପରସ୍ପର ଜଡ଼ିତ। ତେଣୁ ଭାଷାର ଉନ୍ନତିରେ ସାହିତ୍ୟର ଉନ୍ନତି। ଭାଷାର ବହୁଳ ବ୍ୟବହାର ଦ୍ୱାରା ଏହାର ଉନ୍ନତି ହୋଇପାରିବ। ସେହିପରି ଲୋକ ନାଟକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଉପରେ ସେ ଗୁରୁତ୍ୱ ଦେଇଥିଲେ। ପ୍ରଫେସର ଡ.ସଂଘମିତ୍ରା ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଲେ, ଓଡ଼ିଶାର ଲୋକନାଟକର ବିଭବର ପ୍ରସାର ପାଇଁ ଉଦ୍ୟମ ହେବା ଦରକାର। ମୋଗଲ ତମାସା, ପ୍ରହଲ୍ଳାଦ ନାଟକ, ପାଲା, ଦାସକାଠିଆ, ରାବଣଛାୟା ଭଳି ଅତି ଉଚ୍ଚକୋଟିର ଲୋକନାଟକର ପୁନରୁଦ୍ଧାର ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଗବେଷଣାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ମିଶ୍ର କହିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷାକୁ ମିଳିମିଶି ସୁରକ୍ଷା ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଡ. ସଂଘମିତ୍ରା ମିଶ୍ରଙ୍କୁ ‘ସାହ୍ୟିାୟନ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ପତ୍ରିକା ‘ଓଡ଼ିଆ ଭାଷାର ଭବିଷ୍ୟତ’ ଓ କବିତା ସଂକଳନ ‘ଆଉ ଟିକିଏ ଆଗକୁ’ ଲୋକାର୍ପିତ ହୋଇଥିଲା।  ଇନ୍ଦୁଭଷଣ କର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଦୁର୍ଯ୍ୟୋଧନ କାଠୁଆ ସ୍ୱାଗତ ଭାଷଣ ଦେଇଥିଲେ। ଶେଷରେ ଜ୍ୟୋତିର୍ମୟୀ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe