‘ବିକୃତ ଇତିହାସ ବିରୋଧରେ ଗବେଷକ କଲମ ଚାଳନା କରନ୍ତୁ’

ଆମ ଇତିହାସ ଏବେ‌ ବି ଅସମ୍ପୂର୍ଣ୍ଣ। ଏହାର ମଉକା ନେଇ ଯେଉଁମାନେ ମିଥ୍ୟାର ଆଶ୍ରୟ ନେଇ ଇତିହାସ ଲେଖିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୋଧରେ କେବଳ ସ୍ବର ଉତ୍ତୋଳନ ନୁହେଁ, କଲମଚାଳନା କରିବା...

Untitled-2

ଭୁବନେଶ୍ବର: ଆମ ଇତିହାସ ଏବେ‌ ବି ଅସମ୍ପୂର୍ଣ୍ଣ। ଏହାର ମଉକା ନେଇ ଯେଉଁମାନେ ମିଥ୍ୟାର ଆଶ୍ରୟ ନେଇ ଇତିହାସ ଲେଖିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୋଧରେ କେବଳ ସ୍ବର ଉତ୍ତୋଳନ ନୁହେଁ, କଲମଚାଳନା କରିବା ଆବଶ୍ୟକ। ଐତିହାସିକ ତଥା ଗବେଷକ ଦେବେନ୍ଦ୍ର କୁମାର ଦାଶଙ୍କ ପୁଣ୍ୟତିଥିରେ ରେଡ୍‌କ୍ରସ୍‌ ଭବନରେ ଆୟୋଜିତ ଦେବେନ୍ଦ୍ର ସ୍ମୃତି ସମ୍ମାନ ଓ ବକ୍ତୃତାମାଳା କାର୍ଯ୍ୟକ୍ରମରେ ଅତିଥିମାନେ ଏଭଳି କହିଛନ୍ତି।

କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ସଭାପତିତ୍ବ କରି କହିଲେ, ଓଡ଼ିଆ ଜାତୀୟତା ଆନ୍ଦୋଳନ ଯେତେ ସମୃଦ୍ଧ ଥିଲା ଆମେ ତା’କୁ ସେଭଳି ଢଙ୍ଗରେ ଉପସ୍ଥାପନ କରିପାରିନାହୁଁ। ଯେଉଁ କେତେଜଣ ଏପ୍ରକାର ଅଭାବ ଓ ଅବହେଳାକୁ ପୂରଣ କରିବାକୁ ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଦେବେନ୍ଦ୍ର କୁମାର ଦାଶ। ଆମେ ‌ଯଦି ତାଙ୍କର କୃତି ଓ ଅଧ୍ୟବସାୟକୁ ସମ୍ମାନ ଜଣାଇବା ସହିତ ଗବେଷଣା ମାଧ୍ୟମରେ ଅନେକ ତଥ୍ୟକୁ ଲୋକଲୋଚନକୁ ଆଣିପାରିବା ତେବେ ଏହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଗବେଷିକା ନିବେଦିତା ମହାନ୍ତି କହିଲେ, ଦେବେନ୍ଦ୍ର ବାବୁ ଓଡ଼ିଶାରେ ଗବେଷଣାକୁ ନୂତନ ଦିଗ ଦେଇଥିଲେ। ଇତିହାସକୁ ବିକୃତ କରିବା ଅପେକ୍ଷା ଗବେଷକମାନେ ନୂଆ ତଥ୍ୟ ସନ୍ଧାନ କରିବା ଲାଗି ମନୋନିବେଶ କରିବା ଆବଶ୍ୟକ ବୋଲି ସେ କହିଥିଲେ। 

ଦେବେନ୍ଦ୍ର ବାବୁଙ୍କର ଗବେଷଣାର ଦୃଷ୍ଟିକୋଣ ଅନନ୍ୟ ଥିଲା ବୋଲି ସମ୍ମାନିତ ଅତିଥି ନଟବର ଶତପଥୀ କହିଥିଲେ। ଏହି ଅବସରରେ ଗବେଷିକା ନିବେଦିତା ମହାନ୍ତିଙ୍କୁ ଦେବେନ୍ଦ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିସହ ଅତିଥିମାନେ ସ୍ବର୍ଗତ ଦାଶଙ୍କର ‘ଉନବିଂଶ ଶତାବ୍ଦୀର ଓଡ଼ିଶା: ନବ ମୂଲ୍ୟାୟନ’ ଗ୍ରନ୍ଥ ଉନ୍ମୋଚନ କରିଥିଲେ। ସନ୍ତୋଷ କୁମାର ରଥ ଗ୍ରନ୍ଥ ସୂଚନା ଦେଇଥିଲା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ପ୍ରକାଶକ ଜୀବାନନ୍ଦ ମିଶ୍ର ଉପସ୍ଥିତ ଥିଲେ। ନାତୁଣୀ ନୁମାର ଦେବେନ୍ଦ୍ର ଦାଶ ସ୍ବର୍ଗତ ଦାଶଙ୍କ ସ୍ମୃତିଚାରଣ କରିଥିଲା ବେଳେ ପୁଅ ସଂକେତ ସୁନନ୍ଦ ଦାଶ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe