ପ୍ଲାଷ୍ଟିକ୍‌ରୁ କଳାକୃତି ମନବୀରଙ୍କୁ ରେସିଡେନ୍‌ସି ପୁରସ୍କାର: ଭୁବନେଶ୍ବରରେ କରିବେ ପ୍ରକଳ୍ପ

Advertisment
ପ୍ଲାଷ୍ଟିକ୍‌ରୁ କଳାକୃତି ମନବୀରଙ୍କୁ ରେସିଡେନ୍‌ସି ପୁରସ୍କାର: ଭୁବନେଶ୍ବରରେ କରିବେ ପ୍ରକଳ୍ପ

ଭୁବନେଶ୍ବର: ଉତ୍ସ ଫାଉଣ୍ଡେସନ୍‌ ଓ ଏଏଫ୍‌ଡି ସହଯୋଗରେ ହୋଇଥିବା ‘ମେଟିସ୍‌ ଇନିସିଏଟିଭ୍‌ ଅନ୍‌ ପ୍ଲାଷ୍ଟିକ୍‌’ ପ୍ରତିଯୋଗିତାରେ ରେସିଡେନ୍ସି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଦିଲ୍ଲୀର କଳାକାର ମନବୀର ସିଂହ। ଓଡ଼ିଶାରେ ପ୍ଲାଷ୍ଟିକ୍‌ରୁ ନିଆରା କଳାକୃତି କରିବା ପାଇଁ ତାଙ୍କୁ ପୁରସ୍କାର ସ୍ବରୂପ ୨ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯିବ। ସେ ଓଡ଼ିଶା ଆସି ପୁନର୍ବ୍ୟବହାର ହୋଇ ପାରୁନଥିବା ପଲିଥିନ୍‌ରୁ ନିଆରା କଳାକୃତି ତିଆରି କରିବେ। ଫଳରେ ପଲିଥିନ୍ ବାହାରେ ପଡ଼ି ପରିବେଶ ନଷ୍ଟ କରିବ ନାହିଁ। ଦିଲ୍ଲୀରେ ସେ ଦୁଆର ଦୁଆର ବୁଲି ଏଭଳି ପଲିଥିନ୍‌(ଚିପ୍ସ ଖୋଳ) ସଂଗ୍ରହ କରି କଳାକୃତି ତିଆରି କରୁଛନ୍ତି। ତିନିବର୍ଷରେ ସେ ୨୭୦ ଗ୍ରାମ୍‌ ପଲିଥିନ୍‌ ସଂଗ୍ରହ କରି ସେଥିରୁ କଳାକୃତି ତିଆରି କରି ସାରିଲେଣି। ଖୁବ୍‌ଶୀଘ୍ର ସେ ପ୍ରସ୍ତାବ ଦେଇଥିବା ‘ଫ୍ରମ୍‌ ପ୍ଲାଷ୍ଟିକ୍‌ ଟୁ ଆର୍ଟ’ ପ୍ରକଳ୍ପ ଭୁବନେଶ୍ବରରେ ଆରମ୍ଭ କରିବେ ବୋଲି ବିଏମ୍‌ସି ସୂଚନା ଦେଇଛି। ଫ୍ରେଞ୍ଚ ଡେଭଲପମେଣ୍ଟ ଏଜେନ୍ସି (ଏଏଫ୍‌ଡି) ସହଯୋଗରେ ଉତ୍ସ ଆୟୋଜନ କରିଥିବା ‘ପ୍ଲାଷ୍ଟିକ୍ ଆଣ୍ଡ ଇଣ୍ଡୋ-ପାସିଫିକ୍ ଓସିଏନ୍‌’ ଶୀର୍ଷକ ପ୍ରତିଯୋଗିତାରେ ପ୍ରକଳ୍ପ ଆହ୍ବାନ କରାଯାଇଥଲା। ୨୬ ଜଣ ଆବେଦନକାରୀଙ୍କ ମଧ୍ୟରୁ ମନଭୀର୍‌ଙ୍କ ପ୍ରୋଜେକ୍ଟ ‘ପ୍ଲାଷ୍ଟିକ୍ ରୁ କଳା’ ବିଶେଷଜ୍ଞମାନେ ଚୟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe