ସାଲିଆସାହିରେ ୨୦୦ ଫୁଟିଆ ରାସ୍ତାକୁ ବିରୋଧ, ଜେସିବିକୁ ଅଟକ ରଖିଲେ ବସ୍ତିବାସିନ୍ଦା

Advertisment

ଦେଢ଼ ଘଣ୍ଟା ପରେ ଉଦ୍ଧାର କଲା ପୁଲିସ

ଦେଢ଼ ଘଣ୍ଟା ପରେ ଉଦ୍ଧାର କଲା ପୁଲିସ

ସାଲିଆସାହିରେ ୨୦୦ ଫୁଟିଆ ରାସ୍ତାକୁ ବିରୋଧ, ଜେସିବିକୁ ଅଟକ ରଖିଲେ ବସ୍ତିବାସିନ୍ଦା

ଚନ୍ଦ୍ରଶେଖରପୁର: ଜୟଦେବବିହାର-ନନ୍ଦନକାନନ ରାସ୍ତାରୁ ଭିଡ଼ କମାଇବାକୁ ସାଲିଆସାହି ମଧ୍ୟ ଦେଇ ଯିବାକୁ ଥିବା ୨୦୦ ଫୁଟିଆ ରାସ୍ତାକୁ ନେଇ ପୁଣିଥରେ ବିବାଦ ଦେଖାଦେଇଛି। ପ୍ରଶାସନ ପକ୍ଷରୁ ମାପଚୁପ ଶେଷ କରି ସଫେଇ କାର୍ଯ୍ୟ କରାଯାଉଥିବା ବେଳେ ଆଜି ବସ୍ତିବାସିନ୍ଦା ବିରୋଧ କରିଛନ୍ତି। ହାତୀଆଣୁଣି ପଡ଼ିଆ ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ଜେସିବିକୁ ଅଟକାଇବା ସହ ତୁରନ୍ତ ସ୍ଥାନ ଛାଡ଼ି ଚାଲିଯିବାକୁ ଉତ୍ତ୍ୟକ୍ତ ଲୋକମାନେ କହିଥିଲେ। ନଚେତ୍‌ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ। ଏହାସହ ଜେସିବି ସମେତ ପ୍ରଶାସନିକ ଅଧିକାରୀମାନଙ୍କୁ ବସ୍ତିବାସିନ୍ଦାମାନେ ଛାଡ଼ି ନଥିଲେ। ଫଳରେ ଘଟଣାସ୍ଥଳରେ ପାଖାପାଖି ଦେଢ଼ ଘଣ୍ଟା ଧରି ଉତ୍ତେଜନା ଜାରି ରହିଥିଲା। ତେବେ ଅପରାହ୍‌ଣ ପ୍ରାୟ ୨ଟା ବେଳେ ପୁଲିସ ପହଞ୍ଚି ଜେସିବି ସମେତ ପ୍ରଶାସନିକ ଅଧିକାରୀମାନଙ୍କୁ ଉଦ୍ଧାର କରିଥିଲା।

ବସ୍ତିବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ସାଲିଆସାହି ଭିତରେ ୨୦୦ ଫୁଟିଆ ରାସ୍ତା ନେବା ଲାଗି ପ୍ରଶାସନ ଜୋରଜବରଦସ୍ତ ଚା‌ପ ସୃଷ୍ଟି କରୁଛି। ଯେକୌଣସି ଉନ୍ନୟନ କାର୍ଯ୍ୟ ପାଇଁ ଉଚ୍ଛେଦ ନିତାନ୍ତ ଜରୁରୀ। ହେଲେ ତା’ ପୂର୍ବରୁ ବିକଳ୍ପ ବ୍ୟବସ୍ଥା କରାଯିବା ଉଚିତ। ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାକୁ ଆଇନଗତ ବିଧିବ୍ୟବସ୍ଥା ରହିଛି। ୨୦୦୩ରୁ ଏହି ବସ୍ତି ଆଇନ ବିଧାନସଭାରେ ଗୃହୀତ ହୋଇଛି। ତେବେ ଶାସକ ଦଳ କ୍ଷମତା ବଳରେ ଅନ୍ଧ ହୋଇ ପ୍ରଶାସକମାନେ ନିଜେ କରିଥିବା ଆଇନକୁ କାର୍ଯ୍ୟକାରୀ କରୁ ନାହାନ୍ତି। ଚକ୍ରାନ୍ତମୂଳକ ଭାବେ ଲୋକଙ୍କୁ ଭାଗଭାଗ କରି ବସ୍ତି ଉଚ୍ଛେଦ କରି ଜମି ହଡ଼ପ ନୀତି ଜାରି ରଖିଛନ୍ତି। ନେତାମାନେ ଲୋକଙ୍କୁ ଭାଗଭାଗ କରୁଛନ୍ତି।

ହାତଗଣତି ଲୋକଙ୍କୁ ସାମାନ୍ୟ ସୁବିଧା ଦେଇ ବ୍ୟାପକ ଲୋକଙ୍କ ଘର ଭାଙ୍ଗିବା ଅଭିଯାନ ଜାରି ରଖିଛନ୍ତି। ବସ୍ତିବାସିନ୍ଦାଙ୍କ ଲାଗି ଥିବା ଆଇନକୁ ଆଦୌ କାର୍ଯ୍ୟକାରୀ ନକରି ଗୋଟିଏ ପରେ ଗୋଟିଏ ବସ୍ତି ଭାଙ୍ଗି ଚାଲିଛନ୍ତି। ଗୋଟିଏ ବସ୍ତି ଉଚ୍ଛେଦ କରି ଅନ୍ୟ ଏକ ଜାଗାରେ ବସ୍ତି ଗଢ଼ିବାକୁ କହୁଛନ୍ତି। ପୁଣି କିଛି ଦିନ ପରେ ସେଠାରୁ ଭାଙ୍ଗି ଦେଉଛନ୍ତି। ସରକାର ତଥା ପ୍ରଶାସନର ଏଭଳି ଜନବିରୋଧୀ ତଥା ବସ୍ତିବିରୋଧୀ ନୀତି ଓ ଆଭିମୁଖ୍ୟ ବିରୋଧରେ ତୀବ୍ର ପ୍ରତିବାଦ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe