ମକର ସଂକ୍ରାନ୍ତି ପାଇଁ କଟକଣା

Advertisment
ମକର ସଂକ୍ରାନ୍ତି ପାଇଁ କଟକଣା

Patrika

ଭୁବନେଶ୍ବର : ମକର ସଂକ୍ରାନ୍ତି ଓ ପୋଙ୍ଗଲ୍‌ ପାଳନ ଉପରେ କଟକଣା ଜାରି କରିଛି ବିଏମ୍‌ସି। ଆସନ୍ତାକାଲି ୧୬ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ପାଇଁ ଜାରି ହୋଇଥିବା କଟକଣା ଅନୁସାରେ, ପୋଖରୀ, ନଦୀ କିମ୍ବା କୌଣସି ଜଳାଶୟରେ ସମୂହ ସ୍ନାନ ହୋଇପାରିବ ନାହିଁ। ସେହିଭଳି ମକର ସଂକ୍ରାନ୍ତି ଉପଲକ୍ଷେ କୌଣସି ପ୍ରକାରର ମକରମେଳା ବା ମୀନା ବଜାର ଆୟୋଜନ ହୋଇପାରିବ ନାହିଁ। କୌଣସି ଧାର୍ମିକ ଅନୁଷ୍ଠାନରେ ସର୍ବସାଧାରଣ ପୂଜା କିମ୍ବା ଭୋଗ କରିବା ପାଇଁ ସୁଯୋଗ ମିଳିବ ନାହିଁ। କିନ୍ତୁ ଅନୁଷ୍ଠାନଗୁଡ଼ିକରେ ଠାକୁରଙ୍କ ଦୈନିଦିନ ପୂଜା ବିଧି କେବଳ ପୂଜାରିଙ୍କ ଦ୍ବାରା ହୋଇପାରିବ। ପୂଜାରିମାନେ ଉଭୟ ଡୋଜ୍‌ ଟିକା ନେଇଥିବା ଜରୁରୀ। ସାଧାରଣ ଦର୍ଶନ ହେବ ନାହିଁ। ସର୍ବସାଧାରଣ ଜାଗାରେ ଏହି ଉତ୍ସବ ପାଳନ ହେବ ନାହିଁ। ଏଭଳି ପରିଲକ୍ଷିତ ହେଲେ ମହାମାରୀ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe