ବିଧାନସଭା ଚାରିପାଖରେ କଟକଣା : ଚାଲି ଚାଲି ବି କେହି ଯାଇପାରିବେ ନାହିଁ, ଯାତ୍ରାବାହୀ ଗାଡ଼ି ଅଟକିବା ମନା

Advertisment

ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି

ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି

ବିଧାନସଭା ଚାରିପାଖରେ କଟକଣା : ଚାଲି ଚାଲି ବି କେହି ଯାଇପାରିବେ ନାହିଁ, ଯାତ୍ରାବାହୀ ଗାଡ଼ି ଅଟକିବା ମନା

YouTube

ଭୁବନେଶ୍ୱର : ମାତ୍ର ୫ ଦିନ ଭିତରେ ବିଧାନସଭା ଆଗରେ ତିନି ତିନୋଟି ଆତ୍ମାହୁତି ଉଦ୍ୟମ ପରେ କମିସନରେଟ ପୁଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ବିଧାନସଭା ଚାରି ପାଖରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ୧୨୦ ବାଟାଲିଅନ୍ ପଟୁ ରବୀନ୍ଦ୍ର ମଣ୍ଡପ ନିକଟକୁ ଆସିଥିବା ରାସ୍ତା, କେଶରୀ ଟକିଜ୍ ପଟୁ ଆସିଥିବା ରାସ୍ତା ଏବଂ ଜୟଦେବ ଭବନରୁ ବିଧାନସଭାକୁ ସଂଯୋଗ କରୁଥିବା ରାସ୍ତାରେ କଡ଼ା କଟକଣା ଜାରି କରାଯାଇଛି। ଏହି ସବୁ ରାସ୍ତାରେ ବିଧାନସଭା ଆଡ଼କୁ କେହି ପାଦରେ ଚାଲି ଚାଲି ଯାଇ ପାରିବେ ନାହିଁ। ଅଟୋ, ଟ୍ୟାକ୍ସି ଭଳି ଯାତ୍ରୀବାହୀ ଗାଡ଼ି ଛିଡ଼ା ହେବାକୁ ସୁରକ୍ଷାକର୍ମୀମାନେ ବାରଣ କରିବେ। ଏହି ସବୁ ରାସ୍ତାରେ ଅତିରିକ୍ତ ପୁଲିସ ଓ ଟ୍ରାଫିକ କର୍ମଚାରୀ ନିୟୋଜିତ ରହିବେ।

ଓଏମ୍‌ସି ଅଫିସ ସାମ୍ନା, କେଶରୀ ଟକିଜ୍, ଏବଂ ଜୟଦେବ ଭବନ ସାମ୍ନାରେ ୩ଟି ଅସ୍ଥାୟୀ ଚେକ୍ ପୋଷ୍ଟ କରାଯିବ। ଲୋକସେବା ଭବନ, ବିଧାନସଭା, ସରକାରୀ କର୍ମଚାରୀ, ପୁଲିସ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପରିଚୟପତ୍ର ଯାଞ୍ଚ କରାଯାଇ ଛଡ଼ାଯିବ। କିନ୍ତୁ ଏହି ତିନୋଟି ରାସ୍ତା ଦେଇ ଅନ୍ୟ ସାଧାରଣ ଲୋକମାନଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ଯଦି ସେହି ରାସ୍ତା ଦେଇ ସାଧାରଣ ଲୋକ ଆସନ୍ତି, ସେମାନଙ୍କୁ ପୁଣି ଫେରିବାକୁ ପଡ଼ିବ। ୧୨୦ ବାଟାଲିଅନ୍ ଛକରୁ ଓଏମ୍‌ସି ଅଫିସ ଦେଇ ଯଦି କେହି ସାଧାରଣ ଲୋକ ଆସନ୍ତି, ସେମାନଙ୍କୁ ପଛକୁ ଫେରି ପାଵାର ହାଉସ୍ ଛକ, ନଅ ତାଲା ଦେଇ ଏଜି ଛକ ଯିବାକୁ ପଡ଼ିବ। ସେହିପରି ଯଦି କେହି କେଶରୀ ଟକିଜ୍ ଆଡୁ ଆସନ୍ତି ସେମାନଙ୍କୁ ଟ୍ରେଜେରି ପଛ ପାଖ କାର୍ଯ୍ୟାଳୟ, ଆଇଜି ପାର୍କ ପଛ ପାଖ ରାସ୍ତା ଦେଇ ଏଜି ଛକ ଯିବାକୁ ପଡ଼ିବ। ଜୟଦେବ ଭବନ ନିକଟରୁ କାହାକୁ ଛଡ଼ାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ପୂର୍ବରୁ ୧୪୪ ଧାରା ଜାରି ହୋଇଥିବା ବେଳେ ସେହି ଆଇନ ଅନୁସାରେ ଏ ସବୁ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି। କେବଳ ବିଧାନସଭା ଅଧିବେଶନ ସମୟ‌ରେ ଏହି ନିୟମ ଲାଗୁ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe