ଚାକିରି, ବିବାହ ପ୍ରତିଶ୍ରୁତି; ମହିଳାଙ୍କଠାରୁ ୫ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ୍‌

Advertisment

ଖଣ୍ଡଗିରି ଥାନାର ଦ୍ବାରସ୍ଥ ହେଲେ ମହିଳା, ପୂର୍ବରୁ ୪ ବିବାହ କରିଛି ଧୂର୍ତ୍ତ: ପୀଡ଼ିତା

ଖଣ୍ଡଗିରି ଥାନାର ଦ୍ବାରସ୍ଥ ହେଲେ ମହିଳା, ପୂର୍ବରୁ ୪ ବିବାହ କରିଛି ଧୂର୍ତ୍ତ: ପୀଡ଼ିତା

୨୦ ଲକ୍ଷ ଟଙ୍କାର ଗହଣା ଲୁଟ୍

Times of India

ଭୁବନେଶ୍ବର: ଚାକିରି ଓ ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରଣା କରିବା ସହ ତାଙ୍କଠାରୁ ୫ଲକ୍ଷ ଟଙ୍କା, ୧୦ ଲକ୍ଷରୁ ଊର୍ଧ୍ବ ମୂଲ୍ୟର ସୁନାଗହଣା ଜଣେ ଧୂର୍ତ୍ତ ଲୁଟି ନେଇଛି। ମହିଳାଙ୍କ ଅଭିଯୋଗ ଆଧାରରେ ଖଣ୍ଡଗିରି ଥାନା ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୁଲିସ୍‌ କହିଛି।

ପୁଲିସ୍ ସୂଚନା ଅନୁଯାୟୀ, ମହିଳାଜଣଙ୍କ ଖଣ୍ଡଗିରି ରଘୁନାଥନଗର ଅଞ୍ଚଳରେ ରହନ୍ତି। କିଛି ବର୍ଷ ତଳେ ସ୍ବାମୀଙ୍କ ଦେହାନ୍ତ ହୋଇଯିବାରୁ ପରିବାର ଚଳାଇବା ପାଇଁ ସେ ବିଭିନ୍ନ ଜାଗାରେ ଚାକିରି ଖୋଜିଥିଲେ। ଏପରିକି ନିଜର କିଛି ସଂପର୍କୀୟଙ୍କୁ ମଧ୍ୟ ଚାକିରି ଖୋଜିବାରେ ସହାୟତା କରିବାକୁ ଅନୁରୋଧ କରିଥି‌ଲେ। ତେବେ ମହିଳାଙ୍କ ଜଣେ ବନ୍ଧୁ ସଂଜୟ କୁମାର ମଲ୍ଲିକ ଓରଫ୍‌ ରାଜା ସହ ସାକ୍ଷାତ କରାଇ ଦେଇଥିଲେ। ରାଜା ତାଙ୍କ ପାଇଁ ଚାକିରି ଖୋଜିଦେବ ବୋଲି ମହିଳାଙ୍କ ବନ୍ଧୁଜଣଙ୍କ କହିଥିଲେ। କିନ୍ତୁ ରାଜା ମହିଳାଙ୍କ ସହ କଥାଛଳରେ ତାଙ୍କର ସବୁ ଗୋପନୀୟ ତଥ୍ୟ ଜାଣି ନେଇଥିଲା। ଆକାଉଣ୍ଟରେ ତାଙ୍କର କେତେ ଟଙ୍କା, ଲକର୍‌ରେ କେତେ ସୁନା ଗହଣା ଅଛି, ସବୁ ଜାଣିବା ପରେ ତାଙ୍କୁ ଲୁଟିବା ପାଇଁ ଯୋଜନା କରିଥିଲା। ଚିକ୍କଣ କଥା କହି ପ୍ରଥମେ ସେ ମହିଳାଙ୍କୁ ପ୍ରେମ ଜାଲରେ ଫସାଇଥିଲା। ମହିଳାଙ୍କ ଯେପରି ତା’ ଉପରେ ଭରସା ହେବ, ସେଥିପାଇଁ ରାଜା ନିଜ ପରିବାରଲୋକଙ୍କ ସହ ମଧ୍ୟ ସାକ୍ଷାତ କରାଇଥିଲା ଓ ବିବାହ କରିବ ବୋଲି କହିଥିଲା।

ଏହା ପରେ ସୁଯୋଗ ଦେଖି ମହିଳାଙ୍କଠାରୁ ସେ ଧାର ସୂତ୍ର‌ରେ ବିଭିନ୍ନ ଦଫାରେ ଟଙ୍କା ନେଇଥିଲା। ଏହିପରି ଭାବେ ସେ ମହିଳାଙ୍କଠାରୁ ପାଖାପାଖି ୫ଲକ୍ଷ ନଗଦ ଟଙ୍କା ଓ ବ୍ୟାଙ୍କ ଲକର୍‌ରେ ଥିବା ସୁନାହାର, ମଙ୍ଗଳସୂତ୍ର, ଦୁଇହଳ ସୁନା କଙ୍କଣ, ୪ ହଳ କାନଫୁଲ, ୪ଟି ସୁନା ମୁଦି; ପାଖାପାଖି ୧୦ ଲକ୍ଷ ଟଙ୍କାରୁ ଊର୍ଧ୍ବ ସୁନାଗହଣା ନେଇ ଯାଇଥିଲା। ଏତକ ଜିନିଷ ନେବା ପରେ ମଧ୍ୟ ନା ମହିଳାଙ୍କ ଚାକିରି ହୋଇଥିଲା ନା ସେ ତାଙ୍କୁ ବିବାହ କରିଥିଲା। ତେଣୁ ମହିଳାଜଣଙ୍କ ଠକେଇର ଶିକାର ହୋଇଥିବା ଜାଣିବା ପରେ ଏନେଇ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି। ସଂଜୟ ଏମିତି କରି ପୂର୍ବରୁ ପାଖପାଖି ୪ଜଣ ମହିଳାଙ୍କୁ ବିବାହ ଓ ପ୍ରତାରଣା ଦେଇଥିବା ମହିଳାଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe