Sambad English
ଭୁବନେଶ୍ବର : ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଏବେ ଦିନକୁ ପ୍ରାୟ ହଜାରେରୁ ୧୫୦୦ ଯାତ୍ରୀ ଯାତାୟାତ କରୁଥିବାବେଳେ ବିଏମ୍ସି ପକ୍ଷରୁ ଯାତ୍ରୀଙ୍କ ଉପରେ କଟକଣା କଡ଼ାକଡ଼ି କରାଯାଇଛି। ଏଣିକି ଯେଉଁମାନେ ଭୁବନେଶ୍ବର ବିମାନବନ୍ଦରରେ ଓହ୍ଲାଇବେ ସେମାନେ ଓହ୍ଲାଇବାର ୪୮ଘଣ୍ଟା ଭିତରେ ଆସିଥିବା ଆରଟି-ପିସିଆର୍/ଆଣ୍ଟିଜେନ୍ ନେଗେଟିଭ୍ ରିପୋର୍ଟ ଦେଖାଇବେ। କୋଭିଡ୍ ଟେଷ୍ଟିଂ ରିପୋର୍ଟ ନଥିଲେ ଦୁଇ ଡୋଜ୍ କୋଭିଡ୍ ଟିକା ନେଇଥିବା ସାର୍ଟିଫିକେଟ୍ ଦେଖାଇବେ।
ଯେଉଁମାନେ ଦେଖାଇନପାରିବେ ସେମାନଙ୍କର ବିମାନବନ୍ଦରରେ ଆଣ୍ଟିଜେନ୍ ଟେଷ୍ଟ ହେବ। ଯାହାର ପଜିଟିଭ୍ ବାହାରିବ ସେମାନଙ୍କୁ କୋଭିଡ୍ କେୟାର ସେଣ୍ଟର କିମ୍ବା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହାକୁ ବିମାନବନ୍ଦର ନିର୍ଦ୍ଦେଶକ ତୁରନ୍ତ କଡ଼ାକଡ଼ି ଭାବେ ଲାଗୁ କରିବେ ବୋଲି ବିଏମ୍ସି କମିସନର ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି।
ସୂଚନାଯୋଗ୍ୟ ଯେ, ବିଏମ୍ସିର ଏହି କଟକଣା ଏପ୍ରିଲ ୧୮ରୁ ଲାଗୁ ହୋଇଥିଲା। କିନ୍ତୁ କିଛି ଦିନ ହେଲା ଏହା କୋହଳ କରିଦିଆଯାଇଥିଲା।
Follow Us