ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନିଖୋଜ: ଥାନରେ ଏତଲା ଦେଲେ ପତ୍ନୀ

Advertisment
ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନିଖୋଜ: ଥାନରେ ଏତଲା ଦେଲେ ପତ୍ନୀ

ଭୁବନେଶ୍ବର: ରାଜଧାନୀର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନିଖୋଜ ଥିବାର ସୂଚନା ମିଳିଛି। ଏନେଇ ତାଙ୍କ ସ୍ତ୍ରୀ ଲକ୍ଷ୍ମୀସାଗର ଥାନରେ ଏତଲା ଦେଇଛନ୍ତି।

ନିଖୋଜ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହେଲେ କଳ୍ପିତ କୁମାର କୁଅ଼ଁର ବାବୁ। ସେ ଡେପୁଟି ସେକ୍ରେଟାରୀ ଭାବେ ଶକ୍ତି ବିଭାଗରେ ଚାକିରୀ କରୁଥିଲେ।ଚଳିତ ବର୍ଷ ମେ ୨୨ ତାରିଖରେ ଚାକିରୀରୁ ଅବସର ନେବା ପରେ ସେ ଘରେ ଥିଲେ। ଶୁକ୍ରବାର ଦିନରୁ କିନ୍ତୁ ତାଙ୍କର କିଛି ପତ୍ତା ମିଳୁନି। ଘର ଲୋକ ସବୁଠି ଖୋଜିଖୋଜି ନିରାଶ ହେବା ପରେ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe