ବରିଷ୍ଠ ଶିକ୍ଷୟିତ୍ରୀ ଏବଂ ଧର୍ମପରାୟଣା ମହିଳା ସବିତା ଶତପଥୀଙ୍କର ପରଲୋକ

Advertisment
ବରିଷ୍ଠ ଶିକ୍ଷୟିତ୍ରୀ ଏବଂ ଧର୍ମପରାୟଣା ମହିଳା ସବିତା ଶତପଥୀଙ୍କର ପରଲୋକ

ଭୁବନେଶ୍ୱର: ବରିଷ୍ଠ ଶିକ୍ଷୟିତ୍ରୀ ଏବଂ ଧର୍ମପରାୟଣା ମହିଳା ସବିତା ଶତପଥୀଙ୍କର ସୋମବାର ମଧ୍ୟାହ୍ନ ୧୨:୦୪ ମି. ସମୟରେ ପରଲୋକ ଘଟିଛି। ମୃତ୍ୟୁ ସମୟରେ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।  ତାଙ୍କର ପାର୍ଥିବ ଶରୀରକୁ ପୁରୁଣା ଭୁବନେଶ୍ବର, ମହତାବ ରୋଡ଼ ସ୍ଥିତ ତାଙ୍କ ବାସ ଭବନ ଠାରୁ ପୁରୀ ସ୍ଵର୍ଗଦ୍ଵାର ଅଭିମୁଖେ ଶୋଭାଯାତ୍ରାରେ ନିଆଯାଇଥିଲା ଓ ସେଠାରେ ତାଙ୍କ ଜ୍ୟେଷ୍ଠ ପୁତ୍ର  ଦେବଜ୍ୟୋତି ଶତପଥୀ ମୁଖାଗ୍ନି ପ୍ରଦାନ କରି ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ତାଙ୍କର ଶିକ୍ଷା ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କର ଅନେକ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ସମାଜର ଅନେକ ଉନ୍ନତି ମୂଳକ କାର୍ଯ୍ୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି।

ସେ ଭୁବନେଶ୍ବର ସ୍ଥିତ ହରିହର ବିଦ୍ୟାପୀଠ ବିଦ୍ୟାଳୟରୁ ବରିଷ୍ଠ ଶିକ୍ଷୟିତ୍ରୀ ଭାବରେ ଅବସର ଗ୍ରହଣ କରିଥିଲେ। ତାଙ୍କର ମୃତ୍ୟ ଖବର ପାଇ ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନ କାର୍ଯ୍ୟରତ ଥିବା ତାଙ୍କ ଛାତ୍ରଛାତ୍ରୀମାନେ ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଏହି ବିୟୋଗ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି। ଏପରି ଆକସ୍ମିକ ବିୟୋଗରେ ତାଙ୍କର ପରିଜନ ବର୍ଗ ଶୋକାକୁଳ ହୋଇପଡ଼ିଛନ୍ତି। ସେ ଭୁବନେଶ୍ବର ସ୍ଥିତ ହରିହର ବିଦ୍ୟାପୀଠ ବିଦ୍ୟାଳୟରୁ ବରିଷ୍ଠ ଶିକ୍ଷୟିତ୍ରୀ ଭାବରେ ଅବସର ଗ୍ରହଣ କରିଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନ କାର୍ଯ୍ୟରତ ଥିବା ତାଙ୍କ ଛାତ୍ରଛାତ୍ରୀମାନେ ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଏହି ବିୟୋଗ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ଏପରି ଆକସ୍ମିକ ବିୟୋଗରେ ତାଙ୍କର ପରିଜନ ବର୍ଗ ଶୋକାକୁଳ ହୋଇପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe