ଅବସରକାଳୀନ ପେନସନ୍ ବ୍ୟବସ୍ଥା ଦାବି, ୨୫ରୁ ବିଧାନସଭା ସମ୍ମୁଖରେ ଗଣଧାରଣା

ଅବସରକାଳୀନ ପେନସନ୍ ବ୍ୟବସ୍ଥା ଦାବି, ୨୫ରୁ ବିଧାନସଭା ସମ୍ମୁଖରେ ଗଣଧାରଣା

The New Indian Express

ଭୁବନେଶ୍ବର: ଅଲ୍ ଓଡ଼ିଶା ଅନୁଦାନ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଅବସରକାଳୀନ ପେନସନ୍ ବ୍ୟବସ୍ଥା ଦାବି କରାଯାଇଛି। ଦାବି ପୂରଣ ନହେଲେ ବିଧାନସଭା ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଉତ୍କଳ ସାମ୍ବାଦିକ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଚେତାବନୀ ଦିଆଯାଇଛି।
ସଂଘ ଅଭିଯୋଗ ଅନୁଯାୟୀ, ବେସରକାରୀ ଅନୁଷ୍ଠାନ ଦ୍ବାରା ସ୍ଥାପିତ ହୋଇଥିବା ହାଇସ୍କୁଲ୍ ଗୁଡ଼ିକକୁ ଓଡ଼ିଶା ସରକାର ୨୦୦୪ ମସିହାରେ ବ୍ଲକଗ୍ରାଣ୍ଟ ଅନ୍ତର୍ଭୁକ୍ତ କରିଥିଲେ।

ପରବର୍ତ୍ତୀ ସମୟରେ ଏହି ବିଦ୍ୟାଳୟଗୁଡ଼ିକ ପୂର୍ଣ୍ଣ ଅନୁଦାନ ବିଦ୍ୟାଳୟରେ ପରିଣତ ହୋଇଛି। ଏହି ବିଦ୍ୟାଳୟରେ ଟିଜିଟି ଶିକ୍ଷକ ମାସିକ ୪୯୬୨୫ ଟଙ୍କା ଓ ପିଅନ ମାସିକ ୨୦୮୦୨ ଟଙ୍କା ଦରମା ପାଉଛନ୍ତି। ମାତ୍ର ଏହି ବିଦ୍ୟାଳୟରୁ ଶିକ୍ଷକ କର୍ମଚାରୀମାନେ ୩୦ବର୍ଷରୁ ଅଧିକ ଦିନ ଧରି କାର୍ଯ୍ୟ କରିବା ପରେ ମଧ୍ୟ ପେନସନ୍‌ ମିଳୁନାହିଁ। ୨୦୦୭ ମସିହାରୁ ଅବସର ନେଇଥିବା ୨୦୦୦ରୁ ଅଧିକ ଶିକ୍ଷକଙ୍କୁ ଅବସର ସମୟରେ କୌଣସି ସହାୟତା ମିଳୁନାହିଁ। ଏମିତିକି ଅବସରକାଳୀନ ଭତ୍ତାରୁ ବଞ୍ଚିତ ହେଉଛନ୍ତି।

ଏନେଇ ଗତ ମେ ମାସରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷା ସଚିବ, ଶିକ୍ଷା ନିର୍ଦ୍ଦେଶକ, ଶିକ୍ଷାମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବା ନେଇ ସଂଘ ଅଭିଯୋଗ କରିଛି। ଆସନ୍ତା ୨୪ତାରିଖ ମଧ୍ୟରେ ସରକାର ଏହି ସମସ୍ୟାର ସମାଧାନ ନକଲେ ଜୁଲାଇ ୨୫ତାରିଖ ଠାରୁ ବିଧାନସଭା ସମ୍ମୁଖରେ ଅହୋରାତ୍ର ଗଣଧାରଣା ଦେବେ ବୋଲି ସଂଘ ଚେତାବନୀ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe