ଚୋରି ସାମଗ୍ରୀ ବାଣ୍ଟିଲା ପୁଲିସ

Advertisment

ଲକ୍ଷ୍ମୀସାଗରରୁ କୁଖ୍ୟାତ ଲୁଟେରା ଗିରଫ ଘଟଣା

ଲକ୍ଷ୍ମୀସାଗରରୁ କୁଖ୍ୟାତ ଲୁଟେରା ଗିରଫ ଘଟଣା

ଚୋରି ସାମଗ୍ରୀ ବାଣ୍ଟିଲା ପୁଲିସ

ଚନ୍ଦ୍ରଶେଖରପୁର: ଏତେଦିନ ପରେ ପୁଲିସର ଏକ କାମକୁ ସାଧାରଣରେ ଢେର ପ୍ରଶଂସା କରାଯାଇଛି। ଚନ୍ଦ୍ରଶେଖରପୁର ଥାନା ପୁଲିସ ଉଦ୍ଧାର ସାମଗ୍ରୀକୁ ଚୋରି ହୋଇଥିବା ଲୋକଙ୍କୁ ବଣ୍ଟି ଏପରି ଉଦାହରଣ ସୃଷ୍ଟି କରିଛି। ବିଶେଷକରି କଲେଜ ଛାତ୍ରଛାତ୍ରୀ ଏଥିରେ ବେଶି ଖୁସି ହୋଇଛନ୍ତି। ପ୍ରାୟ କୋଟିଏରୁ ଊର୍ଧ୍ୱ ଟଙ୍କାର ଚୋରି ସାମଗ୍ରୀ ଠୁଳ କରିଥିବା ଲୁଟେରା ସଂଜୟ ନାୟକକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ବୁଧବାର ଲକ୍ଷ୍ମୀସାଗରରୁ ଗିରଫ କରିଥିଲା। ସେଠାରୁ ୨୫ଭରି ସୁନା ଓ ୨ଭରି ରୁପା ଅଳଙ୍କାର, ୩୯, ୫୦୫ ନଗଦ ଟଙ୍କା, ୨୮ଟି ଲାପ୍‌ଟପ୍‌, ୪୩ ଦାମୀ ମୋବାଇଲ୍‌ ଫୋନ୍‌, ୩ ଟାବ୍‌ଲେଟ୍‌, ୨ ଏଲ୍‌ଇଡି ଟିଭି, ୨୭ ହାତ ଘଣ୍ଟା, ୯ ଚଷମା, ୩ କ୍ୟାମେରା, ୨ ପାଓ୍ଵାର ବ୍ୟାଙ୍କ, ୪ ହାର୍ଡଡିସ୍କ୍‌, ୭ ଡଙ୍ଗଲ, ୧୨ ପେନ୍‌ଡ୍ରାଇଭ୍‌, ୨ ମ୍ୟୁଜିକ୍‌ ସିଷ୍ଟମ୍‌, ଅନେକ ରୋଷେଇ ଉପକରଣ, ଡିନର୍‌ ସେଟ୍‌, ମନି ପର୍ସ, ଲଗେଜ୍‌ ବ୍ୟାଗ୍‌, ଭ୍ୟାନିଟି ବ୍ୟାଗ୍‌ ସହ ଗୋଟିଏ ବାଇକ୍‌ (ଓଡି-୧୧ବି-୫୩୩୨) ଓ ୪ ବସ୍ତା ପୋଷାକକୁ ପୁଲିସ ଜବତ କରିଥିଲା। ୩ ମାସ ପରେ ନିଜ ଜିନିଷ ଫେରିପାଇ ସମସ୍ତେ ପୁଲିସ୍‌କୁ ଧନ୍ୟବାଦ ଦେଇଥିଲେ।

ଯାହାହେଉ ଫେରିପାଇଲି
ଇନ୍‌ଫୋସିଟି ଅଞ୍ଚଳରେ ମୋର ଘର। ରାତିରେ ଶୋଇଥିବା ବେଳେ ହଠାତ୍‌ ଦିନେ ମୋତେ କେହି ବାହାର ପାଟରୁ ବନ୍ଦ କରି ଘରୁ ସବୁକିଛି ଲୁଟି ନେଇଥିଲା। ସକାଳେ ମୋତେ ପରିବାର ଲୋକ ଖୋଲିବାରୁ ମୁଁ ଜାଣିବାକୁ ପାଇଲି ମୋର ସବୁକିଛି ଚୋରି ହେଇଯାଇଛି।
ଦେବାଷିଶ ବେହେରା (ଇନ୍‌ଫୋସିଟି)
ଚୋରି ସାମଗ୍ରୀ ଫେରି ପାଇବି ବୋଲି ଆଶା ନଥିଲା
ଚୋରି ସାମଗ୍ରୀ ଫେରି ପାଇବି ବୋଲି ମୋର ଆଶା ନଥିଲା। ରାତି ଅଧରେ ମୋ ଘର ଝରକା ଗ୍ରିଲ୍‌ କାଟି କଳାକନା ବୁଲାଇଦେଇଥିଲା। ସବୁଠୁ ବଡ଼ କଥା ହେଲା ଚୋରି ବେଳେ ଆମ ଘରେ କେହିକିଛି ଜାଣିପାରି ନଥିଲେ। ନିଜର ଚୋରି ସାମଗ୍ରୀ ସବୁ ଫେରିପାଇବା ପରେ ବହୁତ ଖୁସି ଲାଗୁଛି।
ସଂଜୟ ଶତପଥୀ (ଚନ୍ଦ୍ରଶେଖରପୁର)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe