କଶ୍ମୀର ଫେରନ୍ତା ବାବା ଅଟକ: ଜବତ ୧୦ଲକ୍ଷର ହିସାବ ଦେଇପାରୁନାହାନ୍ତି

Advertisment

ଜମ୍ମୁକଶ୍ମୀରରୁ ଫ୍ଲାଇଟ୍‌ରେ ଦିଲ୍ଲୀ ଦେଇ ଭୁବନେଶ୍ବର ଫେରୁଥିଲେ ଓଡ଼ିଆ ବାବା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆୟକର ବିଭାଗ ଅଧିକାରୀମ‌ାନେ ବାବାଙ୍କୁ ଅଟକାଇ ଯାଞ୍ଚ କଲେ। ବାବାଙ୍କ ବ୍ୟାଗ୍‌ରୁ ମିଳିଲା ନଗଦ ୧୦ ଲକ୍ଷ ଟଙ୍କା।

ଜମ୍ମୁକଶ୍ମୀରରୁ ଫ୍ଲାଇଟ୍‌ରେ ଦିଲ୍ଲୀ ଦେଇ ଭୁବନେଶ୍ବର ଫେରୁଥିଲେ ଓଡ଼ିଆ ବାବା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆୟକର ବିଭାଗ ଅଧିକାରୀମ‌ାନେ ବାବାଙ୍କୁ ଅଟକାଇ ଯାଞ୍ଚ କଲେ। ବାବାଙ୍କ ବ୍ୟାଗ୍‌ରୁ ମିଳିଲା ନଗଦ ୧୦ ଲକ୍ଷ ଟଙ୍କା।

ବିମାନବନ୍ଦରରୁ ସ୍ପୋର୍ଟସ ବନ୍ଧୁକ ଜବତ: ପୋଷ୍ଟାଲ ପାର୍ସଲରେ ସମ୍ବଲପୁରରୁ ମୁମ୍ବାଇ ଯାଉଥିଲା

ଭୁବନେଶ୍ବର: ଜମ୍ମୁକଶ୍ମୀରରୁ ଫ୍ଲାଇଟ୍‌ରେ ଦିଲ୍ଲୀ ଦେଇ ଭୁବନେଶ୍ବର ଫେରୁଥିଲେ ଓଡ଼ିଆ ବାବା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆୟକର ବିଭାଗ ଅଧିକାରୀମ‌ାନେ ବାବାଙ୍କୁ ଅଟକାଇ ଯାଞ୍ଚ କଲେ। ବାବାଙ୍କ ବ୍ୟାଗ୍‌ରୁ ମିଳିଲା ନଗଦ ୧୦ ଲକ୍ଷ ଟଙ୍କା। କିନ୍ତୁ ଆୟକର ବିଭାଗ ଅଧିକାରୀଙ୍କୁ ବାବା ଦେଇପାରିଲେନି ହିସାବ। ତେଣୁ ବାବାଙ୍କୁ ଆୟକର ବିଭାଗ କାର୍ଯ୍ୟାଳୟକୁ ନେଇ ଜେରା ବହୁ ପଚରାଉଚରା ପରେ ବି ବାବା କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁନାହାନ୍ତି। ଏତେ ପରିମାଣର ଟଙ୍କା ପୁଣି ନଗଦ, ବାବା କେଉଁଠୁ ପାଇଲେ? ତାଙ୍କ ଆୟର ଉତ୍ସ କ’ଣ? ଓଡ଼ିଶାରୁ ଜମ୍ମୁକଶ୍ମୀର ଯାଇ ବାବା ସେଠାରେ କି ବ୍ୟବସାୟ କରନ୍ତି? ଏନେଇ ଘନଘନ ଜେରା କରୁଛନ୍ତି ଅଧିକାରୀମାନେ। କିନ୍ତୁ ବାବା କେବଳ ଏଣୁତେଣୁ କହି ଅଧିକାରୀମାନଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି। ଗତକାଲିଠାରୁ ଆୟକର ବିଭାଗ କାର୍ଯ୍ୟାଳୟରେ ଅଟକ ଥିବା ବାବା ଓ ଅଧିକାରୀମାନଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା।

ଅଧିକାରୀମାନେ ବାବାଙ୍କ କାରବାରର ପର୍ଦାଫାସ କରିବାକୁ ଉଦ୍ୟମ ଜାରି ରଖିଥିବା ବେଳେ ଧୂର୍ତ୍ତ ବାବା ସେମାନଙ୍କ ପ୍ରଶ୍ନଗୁଡ଼ିକୁ ବାଏଁବାଏଁ ଉଡ଼ାଇବାକୁ ଚେଷ୍ଟା ଚଳାଇଛନ୍ତି। ଗତକାଲି ଭୁବନେଶ୍ବର ବିମାନବନ୍ଦରରେ ଆୟକର ଅଧିକାରୀମ‌ାନେ ବାବାଙ୍କୁ ଅଟକାଇଥିଲେ। ଦିଲ୍ଲୀ ବିମାନବନ୍ଦରରୁ ମିଳିଥିବା ଗୁଇନ୍ଦା ସୂଚନା ଅନୁସାରେ ଆୟକର ଅଧିକାରୀମାନେ ବାବାଙ୍କୁ ଯାଞ୍ଚ କରିଥିଲେ। ସତକୁ ସତ ବାବାଙ୍କ ବ୍ୟାଗ୍‌ରୁ ଟଙ୍କା ମିଳିଥିଲା। ନିୟମାନୁସାରେ ବାବାଙ୍କୁ ଟଙ୍କାର ଉତ୍ସ ସମ୍ପର୍କରେ ପଚରାଉଚରା କରାଯାଇଥିଲା। କିନ୍ତୁ ବାବା ଅଧିକାରୀମାନଙ୍କ ପ୍ରଶ୍ନକୁ ଏଡ଼ାଇଚାଲିଥିଲେ। ବାବାଙ୍କ ଘର ଓଡ଼ିଶାରେ। ସେ କେବେଠୁ ଜମ୍ମୁକଶ୍ମୀରରେ ରହୁଥିଲେ? ସେଠାରେ କି ବ୍ୟବସାୟ କରୁଥିଲେ? ଏତେ ପରିମାଣର ଟଙ୍କା କେଉଁ ଉତ୍ସରୁ ମିଳିଛି?

ଏମିତି ବିଭିନ୍ନ ପ୍ରଶ୍ନ କରି ଅଧିକାରୀମାନେ ୧୦ ଲକ୍ଷ ଟଙ୍କାର ହିସାବ ମାଗିଥିଲେ। କିନ୍ତୁ ବାବା ପ୍ରଶ୍ନଗୁଡ଼ିକର ସିଧାସିଧା ଉତ୍ତର ଦେଇନଥିଲେ। ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ବାବା ଟଙ୍କାର ହିସାବ ଦେଇନାହାନ୍ତି। ତେଣୁ ବାବାଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ବାବା କୌଣସି କଳା କାରବାରରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଏମିତିକି ବାବା କୌଣସି ବଡ଼ ବ୍ୟବସାୟୀଙ୍କ ହାତବାରିସି ସାଜିଥିବା କଥାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ ବୋଲି ଅଧିକାରୀମାନେ ଅନୁମାନ କରୁଛନ୍ତି। ତେଣୁ ବାବାଙ୍କ ଟଙ୍କା କାରବାରର ପର୍ଦାଫାସ କରିବା ଏବେ ଆୟକର ଅଧିକାରୀମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଠିଆହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe