୫-ଟି ସଚିବଙ୍କ ସମୀକ୍ଷା: ଜୁଲାଇ ସୁଦ୍ଧା ବରମୁଣ୍ଡା ବସ୍‌ ଟର୍ମିନାଲ କାମ ସରିବ

Advertisment
୫-ଟି ସଚିବଙ୍କ ସମୀକ୍ଷା: ଜୁଲାଇ ସୁଦ୍ଧା ବରମୁଣ୍ଡା ବସ୍‌ ଟର୍ମିନାଲ କାମ ସରିବ

ଖଣ୍ଡଗିରି: ବରମୁଣ୍ଡା ବସ୍‌ ଟର୍ମିନାଲ୍‌ ପ୍ରକଳ୍ପ କାର୍ଯ୍ୟ ୮୫ ପ୍ରତିଶତ ଶେଷ ହୋଇସାରିଛି। ଜୁନ୍‌ ଶେଷ ସୁଦ୍ଧା ଏହାର ସିଭିଲ କାମ ସରିବ। ଜୁଲାଇ ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବା ପାଇଁ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଅପରାହ୍ଣରେ ୫ଟି-ଉପକ୍ରମରେ ଚାଲୁଥିବା ନିର୍ମାଣାଧୀନ ଏହି ବସ୍‌ ଟର୍ମିନାଲ୍‌ରେ ୫-ଟି ସଚିବ ପହଞ୍ଚିଥିଲେ। ନିର୍ମାଣସ୍ଥଳ ପରିଦର୍ଶନ କରିବା ସହିତ ନିର୍ମାଣ କାର୍ଯ୍ୟର ଭିଡିଓ ଉପସ୍ଥାପନା କାର୍ଯ୍ୟ ଦେଖି ଆଲୋଚନା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦିଆଯାଇଥିବା ସୂଚନାନୁସାରେ, ଏହି ଟର୍ମିନାଲ୍‌ ଓଡ଼ିଶାର ପ୍ରଥମ ବିଶ୍ୱସ୍ତରୀୟ ଟ୍ରାଞ୍ଜିଟ୍ ସିଷ୍ଟମ। ଏଠାରେ ଯାତ୍ରୀଙ୍କୁ ସମସ୍ତ ଅତ୍ୟାଧୁନିକ ସୁବିଧା ମିଳିବା ସହିତ ଦୈନିକ ୨ହଜାର ବସ୍‌ ଚଳାଚଳ କରିପାରିବ। ୧୧ ଏକର ପରିମିତ ଅଞ୍ଚଳରେ ୧୮୦ କୋଟି ଟଙ୍କା ବ୍ୟୟରେ ଏହି ଟର୍ମିନାଲ ନିର୍ମାଣ କରାଯାଉଛି। ଭବିଷ୍ୟତ ସମ୍ପ୍ରସାରଣ ପାଇଁ ଆଉ ୪ ଏକର ଜମି ଅଛି। ଏଥିରେ ଫୁଡ୍‌କୋର୍ଟ, ଲିଫ୍ଟ, ଏକ୍ସାଭେଟର, ବହୁତଳୀୟ କାର୍‌ ପାର୍କିଂ ବ୍ୟବସ୍ଥା, ଯାତ୍ରୀମାନଙ୍କୁ ନେବା ଆଣିବା ପାଇଁ ପିକ୍‌-ଅପ୍‌ ଏବଂ ଡ୍ରପ୍‌ ବ୍ୟବସ୍ଥା ରହିବ। ଏହାସହ ପ୍ରିପେଡ୍‌ ଅଟୋରିକ୍ସା, ଟାକ୍ସି, ଓଲା, ଉବର ଆଦି ଟାକ୍ସି ଏଗ୍ରିଗେଟର ସୁବିଧା ମଧ୍ୟ ରହିବ। ସମ୍ପୂର୍ଣ୍ଣ ଟର୍ମିନାଲକୁ ସୌରଶକ୍ତି ଦ୍ୱାରା ପରିଚାଳିତ କରାଯିବ। ଏଥିରେ ୱାଇଫାଇ ସହ ସହିତ ବର୍ଜ୍ୟଜଳ ବିଶୋଧନ ବ୍ୟବସ୍ଥା ମଧ୍ୟ କରାଯାଉଛି। ଯାତ୍ରୀମାନଙ୍କ ସୁବିଧା ପାଇଁ ସେଠାରେ ଆହାର ପ୍ଲସ୍‌ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ। ବସ୍‌ ଟର୍ମିନାଲର ରୂପାନ୍ତର ପାଇଁ ସ୍ଥାନାନ୍ତରିତ ହୋଇଥିବା ଭେଣ୍ଡରମାନଙ୍କ ଥଇଥାନ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ। ଆଜିର ସମୀକ୍ଷାରେ ପରିବହନ କମିସନର୍‌ ଅମିତାଭ ଠାକୁର, ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂହ, ବିଏମ୍‌ସି କମିସନର୍‌ ବିଜୟ ଅମୃତ କୁଲାଙ୍ଗେ ଓ ଡିସିପି ପ୍ରତୀକ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe