ଭୁବନେଶ୍ବର ଟାଉନ୍‌ ପ୍ଲାନିଂ ଯୋଜନାର ସମୀକ୍ଷା: ବିଦ୍ୟୁତ୍‌ ଓ ପାଣି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ, ମିଳିଛି ଅଗ୍ରିମ ୧୭୧.୪୪ କୋଟି ଟଙ୍କା

Advertisment

ଭୁବନେଶ୍ବର ଟାଉନ୍‌ ପ୍ଲାନିଂ ଯୋଜନାରେ ବିଜୁଳି ଓ ପାଣି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଓ ଅନୁଦାନର ବ୍ୟବସ୍ଥା ହୋଇଛି। ଏ ବାବଦରେ ରାଜ୍ୟ ସରକାର ୨୦୨୪-୨୫ ଆର୍ଥିକ ବର୍ଷରେ ୨୦୦ କୋଟି ଟଙ୍କା ବିଡିଏକୁ ପ୍ରଦାନ କରିଥିବା ବେଳେ ଟିପିସିଓଡିଏଲ୍‌....

ଭୁବନେଶ୍ବର ଟାଉନ୍‌ ପ୍ଲାନିଂ ଯୋଜନାରେ ବିଜୁଳି ଓ ପାଣି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଓ ଅନୁଦାନର ବ୍ୟବସ୍ଥା ହୋଇଛି। ଏ ବାବଦରେ ରାଜ୍ୟ ସରକାର ୨୦୨୪-୨୫ ଆର୍ଥିକ ବର୍ଷରେ ୨୦୦ କୋଟି ଟଙ୍କା ବିଡିଏକୁ ପ୍ରଦାନ କରିଥିବା ବେଳେ ଟିପିସିଓଡିଏଲ୍‌....

ddccc

ଭୁବନେଶ୍ବର: ଭୁବନେଶ୍ବର ଟାଉନ୍‌ ପ୍ଲାନିଂ ଯୋଜନାରେ ବିଜୁଳି ଓ ପାଣି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଓ ଅନୁଦାନର ବ୍ୟବସ୍ଥା ହୋଇଛି। ଏ ବାବଦରେ ରାଜ୍ୟ ସରକାର ୨୦୨୪-୨୫ ଆର୍ଥିକ ବର୍ଷରେ ୨୦୦ କୋଟି ଟଙ୍କା ବିଡିଏକୁ ପ୍ରଦାନ କରିଥିବା ବେଳେ ଟିପିସିଓଡିଏଲ୍‌ ଓ ୱାଟ୍‌କୋକୁ ୧୭୧.୪୪ କୋଟି ଟଙ୍କାର ଅଗ୍ରିମ ଅନୁଦାନ ପ୍ରଦାନ କରାଯାଇଛି। କିନ୍ତୁ ଅଦ୍ୟାବଧି ପାଣି ଓ ବିଜୁଳି ବ୍ୟବସ୍ଥା ଆରମ୍ଭ ହୋଇନଥିବାରୁ ଏହି କାମ ତତ୍କାଳ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଡିଏ ଉପାଧ୍ୟକ୍ଷ ଡ. ଏନ୍ ତିରୁମାଲା ନାଏକ।

ଭୁବନେଶ୍ବର ନୂଆ ଟାଉନ୍‌ ପ୍ଲାନିଂ ଯୋଜନା ଉପରେ ଆଜି ବିଡିଏ ମୁଖ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପାଧ୍ୟକ୍ଷ ଡ. ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଡିଏ ଡେପୁଟି କମିସନର୍‌(ଟାଉନ୍‌ ପ୍ଲାନିଂ) ଭବତାରଣ ସାହୁ, ୱାଟ୍‌କୋ ପକ୍ଷରୁ ସାରଦା ନାୟକ, ଟିପିସିଓଡିଏଲ୍‌ର କେସିଜି ଅଧିକାରୀ, ବିଡିଏର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଟାଉନ୍‌ ପ୍ଲାନିଂ ଯୋଜନାରେ ବିଜୁଳି ଓ ପାଣି ସଂଯୋଗ ଏକ ପ୍ରମୁଖ କାମ ହୋଇଥିବା ବେଳେ ଏ ବାବଦରେ ୱାଟ୍‌କୋକୁ ୫୦ କୋଟି ଟଙ୍କା ଓ ଟିପିସିଓଡିଏଲ୍‌କୁ ୧୨୧.୪୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ବର୍ତ୍ତମାନ ଟାଉନ୍‌ ପ୍ଲାନିଂ ଯୋଜନା-୧, ୨, ୩ ଓ ୪ କାମ ଚାଲିଥିବା ବେଳେ ଟାଉନ୍‌ ପ୍ଲାନିଂ-୨ର ବିଜିପୁରଠାରେ ଏକ ପ୍ରାଥମିକ ବିଦ୍ୟୁତ୍‌ ସବ୍‌ଷ୍ଟେସନ୍‌ ସ୍ଥାପନ ହେବ।

ସେହିଭଳି ୭୨ଟି ଟିଏସ୍‌ଏସ୍‌(ଟ୍ରାକ୍ସନ୍‌ ସବ୍‌ଷ୍ଟେସନ୍‌) ସ୍ଥାପନ ହେବ। ଟିପିସିଓଡିଏଲ୍‌କୁ ସପ୍ତାହେ ଭିତରେ ବିଦ୍ୟୁତ୍‌ ସଂଯୋଗ ଓ ସ୍ଥାପନ କାମ ଆରମ୍ଭ କରିବାକୁ ଉପାଧ୍ୟକ୍ଷ ଡ. ନାଏକ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ୱାଟ୍‌କୋର ଡିପିଆର୍‌ ପ୍ରସ୍ତୁତି ସରିଥିବା ବେଳେ ତୁରନ୍ତ ‌ଟେଣ୍ଡର୍‌ ଡାକି କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭବିଷ୍ୟତ ଜନସଂଖ୍ୟା ବୃଦ୍ଧିକୁ ଆଖି ଆଗରେ ରଖି ପାନୀୟ ଜଳ ବ୍ୟବସ୍ଥା କରିବାକୁ କୁହାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe