‘ଦାଦାବଟିକୁ ନା’ର ସମୀକ୍ଷା

Advertisment
ଦାଦାବଟିକୁ ନା’, କମିସନରେଟ୍ ପୁଲିସ ଜାରି କଲା ନୂଆ ନମ୍ବର

ଭୁବନେଶ୍ୱର : ‘ଦାଦାବଟିକୁ ନା’ ମିସନର ପ୍ରଥମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଅତିରିକ୍ତ କମିସନର ରେଖା ଲୋହାନିଙ୍କ ଅଧ୍ୟକ୍ଷତାରେ ପୁଲିସ ସେବା ଭବନରେ ବସିଥିବା ଏହି ବୈଠକରେ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱାରୋପ କରାଯାଇଛି।

ପୂର୍ବରୁ ଥିବା ଏହିଭଳି ମାମଲା ସବୁ ଖୋଜାଯାଇ ଅପରାଧୀମାନଙ୍କୁ ଠାବ କରିବାକୁ ଅଧିକାରୀ ମାନଙ୍କୁ କୁହା ଯାଇଛି। ଏ ନେଇ ଜାରି ହୋଇଥିବା ହେଲ୍ପ ଲାଇନ ନଂ କୁ ୫୦ରୁ ଊର୍ଧ୍ୱ କଲ୍‌ ଆସିଛି। ଶହେରୁ ଅଧିକ ମେସେଜ୍‌ରେ ଦାଦାବଟି ସମ୍ପର୍କରେ ସୂଚନା ଆସିଛି। ଏ ସବୁ ଉପରେ ବିଚାର କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଯୋଜନା ହୋଇଛି। ବୈଠକରେ ଭୁବନେଶ୍ୱର ଡିସିପି ଉମାଶାଙ୍କର ଦାଶ ଓ କଟକ ଡିସିପି ପ୍ରତୀକ ସିଂ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe