ଆର୍‌ଆଇ, ଅମିନ ପରୀକ୍ଷା ବାତିଲ ଦାବିରେ ରାଷ୍ଟ୍ରପତିଙ୍କୁ ଚିଠି

Advertisment

ରାଜ୍ୟରେ ଓଏସ୍‌ଏସ୍‌ଏସ୍‌ସି ପକ୍ଷରୁ ହେଇଥିବା ଆରଆଇ, ଅମିନ ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ କରି ଷ୍ଟୁଡେଣ୍ଟ ଏଗନେଷ୍ଟ୍ କରପସନ୍ ତରଫରୁ ଆନ୍ଦୋଳନ ଜାରି ରହିଥିବା ବେଳେ ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି।

ରାଜ୍ୟରେ ଓଏସ୍‌ଏସ୍‌ଏସ୍‌ସି ପକ୍ଷରୁ ହେଇଥିବା ଆରଆଇ, ଅମିନ ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ କରି ଷ୍ଟୁଡେଣ୍ଟ ଏଗନେଷ୍ଟ୍ କରପସନ୍ ତରଫରୁ ଆନ୍ଦୋଳନ ଜାରି ରହିଥିବା ବେଳେ ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି।

dgjgj

ଭୁବନେଶ୍ବର: ରାଜ୍ୟରେ ଓଏସ୍‌ଏସ୍‌ଏସ୍‌ସି ପକ୍ଷରୁ ହେଇଥିବା ଆରଆଇ, ଅମିନ ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ କରି ଷ୍ଟୁଡେଣ୍ଟ ଏଗନେଷ୍ଟ୍ କରପସନ୍ ତରଫରୁ ଆନ୍ଦୋଳନ ଜାରି ରହିଥିବା ବେଳେ ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି। ପୂର୍ବରୁ କଳା ତାଲିକାଭୁକ୍ତ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ୱ, ସଂସ୍ଥା ଦ୍ୱାରା ଚୟନ ନିମ୍ନମାନର ସେଣ୍ଟରରେ ବ୍ୟାପକ ଅନିୟମିତତା, ପରୀକ୍ଷା ସରିବା ପରେ ମଧ୍ୟ ସେଇ ସମାନ ପ୍ରଶ୍ନପତ୍ରରେ ପୁନର୍ବାର ପରୀକ୍ଷା ଓ ବୌଦ୍ଧରେ ନକଲି ସେଣ୍ଟର ମାଲିକ ଆଦି ଗିରଫ ହେବା ପରେ ମଧ୍ୟ ସରକାର କାହିଁକି ପରୀକ୍ଷା ବାତିଲ କରୁନାହାନ୍ତି ବୋଲି ଆବାହକ ବିଭୂତି ଭୂଷଣ ମହାପାତ୍ର ପ୍ରଶ୍ନ କରିଛନ୍ତି। ତେଣୁ ଆସନ୍ତା ୨୩ ତାରିଖରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଥିବାରୁ ଏହି ବିଶେଷ ବିଷୟ ପ୍ରତି ଦୃଷ୍ଟି ଦେବାକୁ ରାଷ୍ଟ୍ରପତିଙ୍କୁ ଚିଠି ଯୋଗେ ନିବେଦନ କରିଛନ୍ତି ଶହ ଶହ ଛାତ୍ରଛାତ୍ରୀ। 

ଆଜି ଅପରାହ୍ନରେ ରାଜ୍ୟ ଗ୍ରନ୍ଥାଗାର ଠାରୁ ଚାଲି ଚାଲି ଆସି ପିଏମ୍‌ଜିଠାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସ୍ପିଡ୍‌ ପୋଷ୍ଟ ମାଧ୍ୟମରେ ରାଷ୍ଟ୍ରପତି ଭବନକୁ ଅନୁରୋଧ ପତ୍ର ପଠାଇଥିଲେ। ନିଯୁକ୍ତି ଦୁର୍ନୀତି ବିରୋଧରେ ବିଭିନ୍ନ ଉପାୟରେ ଲଢ଼େଇ ଜାରି ରହିଛି ବୋଲି କହିବା ସହ ରାଷ୍ଟ୍ରପତି ଏହି ବିଷୟ ଉପରେ ଦୃଷ୍ଟି ଦେଇ ନିଯୁକ୍ତି ଦୁର୍ନୀତିରେ ପୂର୍ଣ୍ଣଚ୍ଛେଦ ପକାନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଦାବି ପୂରଣ ନହେଲେ ଆସନ୍ତା ୨୪ ତାରିଖରେ ନିଯୁକ୍ତି ଦୁର୍ନୀତି ବିରୋଧରେ ମହାସଂଗ୍ରାମ କରିବେ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପରମେଶ୍ୱର ବଳ ଓ ଶୁଭ୍ରଜିତ ସାହୁ, ସୁନୀଲ ମିଶ୍ର ଓ ଅମର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe