ଚନ୍ଦ୍ରଶେଖରପୁର: ସ୍ଥାନୀୟ ଥାନା ଠାରୁ ମାତ୍ର ଅଧ କିଲୋମିଟର ଦୂରରେ ପ୍ରତିଦିନ ବାଇକ୍ ଷ୍ଟଣ୍ଟ୍ ଚାଲିଛି। ଦାମୀ ସ୍ପୋର୍ଟିଂ ବାଇକ୍ ଧରି ସ୍ଥାନୀୟ ଯୁବକମାନେ ଭୟଙ୍କର ଷ୍ଟଣ୍ଟ କରୁଛନ୍ତି। ଇନ୍ଫୋସିଟି ଥାନା ନିକଟ ଶିଖରଚଣ୍ଡୀ ପାହାଡ଼ ପଛ ଟିସିଏସ୍ ମାଇଣ୍ଡ୍ ଟ୍ରି ରାସ୍ତାରେ ଚାଲିଛି ବାଇକ୍ ଷ୍ଟଣ୍ଟ୍। କିଛି ଯୁବକ ଏହି ଷ୍ଟଣ୍ଟ୍ ଅଭ୍ୟାସ କଲାବେଳେ ସୁରକ୍ଷା ଉପକରଣ ପିନ୍ଧୁଛନ୍ତି, କିନ୍ତୁ କିଛି ଯୁବକ ବିନା ଉପକରଣରେ ଅଭ୍ୟାସ କରୁଛନ୍ତି। ସବୁ ଯୁବକମାନେ ରାଜଧାନୀର ବିଭନ୍ନ ଇଂଜିନିୟରିଂ କଲେଜ୍ର ଛାତ୍ର ବୋଲି ଜଣାପଡ଼ିଛି। ଆଜି ଜଣେ ଆହତ ହୋଇ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତି ହୋଇଛି। ପ୍ରଥମେ ସେମାନେ ଚନ୍ଦକା ପଥରଗାଡ଼ିଆ ୪୦୦ ଫୁଟିଆ ରାସ୍ତାରେ ଷ୍ଟଣ୍ଟ୍ କରୁଥିଲେ। ଏବେ ସେମାନେ ଶିଖରଚଣ୍ଡୀ ପଛ ନିଛାଟିଆ ରାସ୍ତାରେ ଅଭ୍ୟାସ କରୁଛନ୍ତି।
ବାଇକ୍ ଷ୍ଟଣ୍ଟରେ ମାତିଛନ୍ତି ଅମାନିଆ
Advertisment
Follow Us